ପିତଳ ଗଡୁରେ ପଇସା ଭର୍ତ୍ତି କରି ରଖିଲେ କେଉଁ ଲାଭ ହୋଇଥାଏ ? ଏହା ସହ ଜାଣନ୍ତୁ ଆହୁରି 20 ଅନୁଚିନ୍ତା

ମନୁଷ୍ୟ ନିଜ କାର୍ଯ୍ୟଧାରା ମାଧ୍ୟମରେ ଶୁଭ କିମ୍ବା ଅଶୁଭ ଫଳ ପ୍ରାପ୍ତ କରିଥାଏ । ତେବେ ଶୁଭ ଏବଂ ଅଶୁଭ ଫଳ ପ୍ରଦାନ କରୁଥିବା କିଛି ତଥ୍ୟ ବିଷୟରେ ଆସନ୍ତୁ ଜାଣିବା । ଯଦି ରବିବାର ଦିନ ଘରୁ କୌଣସି ଶୁଭ କାର୍ଯ୍ୟରେ ବାହାରକୁ ଯାଉଛନ୍ତି ତେବେ ପାନ ଖାଇକାରୀ କିମ୍ବା ପାନ ଦେଖିକରି ଯିବା ମଙ୍ଗଳକାରୀ ହୋଇଥାଏ । ଗୋମାତା, ଅଗ୍ନି ଏବଂ ଛୋଟପିଲାଙ୍କୁ କେବେବି ପାଦରେ ଆଘାତ କରିବା ଉଚିତ ନୁହେଁ, ଏହାଦ୍ଵାରା ବହୁତ ଅମଙ୍ଗଳ ହୋଇଥାଏ ।

ପ୍ରତି ଶନିବାର ଦିନ ସୂର୍ଯ୍ୟାସ୍ତ ପରେ କାନରେ ତେଲ ପକାଇବା ଦ୍ଵାରା କଣ ଠିକ ରହିଥାଏ ଏବଂ ବାର୍ଦ୍ଧକ୍ୟ ସମୟରେ ଶ୍ରବଣ ଶକ୍ତି ଠିକ ରହିଥାଏ । ରବିବାର ଦିନ ମଶୁର ଡାଲି ଖାଇବା ଉଚିତ ନୁହେଁ , ଏହାଦ୍ବାରା ମଧୁମେହ ରୋଗ ବା ବହୁମୂତ୍ର ରୋଗ ଦେଖା ଦେବାର ସମ୍ଭାବନା ରହିଥାଏ । ଯଦି କୌଣସି ଲୋକର ପ୍ରତ୍ଯେକ ଦିନ ମୁଣ୍ଡବିନ୍ଧା ହେଉଥାଏ ତେବେ ଖାଲି ପେଟରେ ଫଳସେଓରେ ଲୁଣ ଲଗାଇ କିଛିଦିନ ଖାଇଲେ ତାହା ଦୂର ହୋଇଯାଏ ।

ଛୋଟପିଲାଙ୍କୁ କମଳା ରସ ପିଇବାକୁ ଦେଲେ ସେମାନଙ୍କ ଶରୀର ସୁସ୍ଥ ରହିବା ସହ ଶରୀର ବଳିଷ୍ଠ ହୋଇଥାଏ । ସକାଳୁ ଉଠିବା ପରେ କଞ୍ଚା କ୍ଷୀରରେ ଲେମ୍ବୁ ରସ ପକାଇ ମୁହଁରେ ଲଗାଇବା ଦ୍ଵାରା ମୁହଁର ସୌନ୍ଦର୍ଜ୍ୟ ବୃଦ୍ଧି ହେବା ସହ ଚମକ ଆସିଥାଏ । ନିଜେ ବ୍ୟବହାର କରୁଥିବା ମୋବାଇଲ ଫୋନରେ କେବେ କୌଣସି ମନ୍ତ୍ର ରିଙ୍ଗଟୋନ ଭାବେ ବ୍ୟବହାର କରିବା ଉଚିତ ନୁହେଁ । ଏହାଦ୍ବାରା ମନ୍ତ୍ର ଖଣ୍ଡନ ହୋଇ ଅମଙ୍ଗଳ ହୋଇଥାଏ ।

ଯେକୌଣସି ଓଷା ବ୍ରତରେ ଆଖୁ, ପାଣି, କ୍ଷୀର, ଫଳ, ପାନ ଏବଂ ଔଷଧ ଖାଇପାରିବେ, ଏଥିରେ କିଛି ବାରଣ ନଥାଏ । ଅଷ୍ଟମୀ ତିଥିରେ ନଡିଆ ଏବଂ ତୃତୀୟା ତିଥିରେ ପୋଟଳ ଖାଇବା ଦ୍ଵାରା ବୁଦ୍ଧିନାଶ ହୋଇଥାଏ । ପିଲାମାନେ ଯଦି ରାହା ଧରି କାନ୍ଦୁଥାନ୍ତି ତେବେ କୁଶ ଆସନ ଉପରେ କପଡା ପାରି ଶୁଆଇବା ଦ୍ଵାରା ତାହା ଦୂର ହୋଇଥାଏ । ଯଦି ସାପ ସ୍ଵପ୍ନ ଦେଖୁଥାନ୍ତି ତେବେ ସମ୍ବର ସିଂହ ଖଣ୍ଡିଏ ପାଖରେ ରଖିବା ଦ୍ଵାରା ସାପ ସ୍ଵପ୍ନ ଆସି ନଥାଏ ।

ଗୁରୁବାର ଦିନ ନିମ୍ବ, ଶନିବାର ଦିନ କ୍ଷୀର, ରବିବାର ଦିନ ଗୁଡ, ମଙ୍ଗଳବାର ଦିନ ମୂଳା ଏବଂ ବୁଧବାର ଦିନ ଆଖୁ ଖାଇବା ଉଚିତ ନୁହେଁ । ଏହାଦ୍ବାରା ଶରୀର ଅସୁସ୍ଥ ହୋଇଥାଏ । ପୂର୍ଣ୍ଣିମା, ସଂକ୍ରାନ୍ତି, ଏକାଦଶୀ ଏବଂ ପିଣ୍ଡଦାନ ଦିନ କେବେବି ଚୁଟି, ଦାଢି କିମ୍ବା ନଖ କାଟିବା ଉଚିତ ନୁହେଁ । ଏହା ଅମଙ୍ଗଳକାରୀ ହୋଇଥାଏ ।

ଆକାଶରେ ଯଦି ଇନ୍ଦ୍ରଧନୁ ଦେଖନ୍ତି ତେବେ କାହାକୁ କହିବା ଉଚିତ ନୁହେଁ, ନଚେତ ଏହା ଅମଙ୍ଗଳକାରୀ ହୋଇଥାଏ । ଯଦି ଶରୀରର ଓଜନ ଅତ୍ୟଧିକ ବୃଦ୍ଧି ପାଉଥାଏ ତେବେ କୋଳଥ ଡାଲି ତିନିମାସ ଖାଇବା ଦ୍ଵାରା ଓଜନ କମିଥାଏ ଏବଂ ଏହା ଶରୀର ପ୍ରତି ହିତକର ମଧ୍ୟ ହୋଇଥାଏ । ମାନସିକ ଅଶାନ୍ତି ଲାଗି ରହୁଥିଲେ ଦୁଇଟି ବଂଶୀ ଛକି ପକେଇ ଘରେ ରଖିବା ଦ୍ଵାରା ଶୁଭ ଏବଂ ମଙ୍ଗଳକାରୀ ହୋଇଥାଏ । ଠାକୁର ଘରେ ଗୋଟିଏ ଶଙ୍ଖ ବଦଳରେ ଦୁଇଟି ଶଙ୍ଖ ରଖିବା ମଙ୍ଗଳକାରୀ ହୋଇଥାଏ ।

ଯଦି ପଇସା ଅଭାବ ଲାଗି ରହୁଥାଏ କିମ୍ବା ଦାରିଦ୍ର୍ୟତା ଦେଖା ଦେଉଥାଏ ତେବେ ଗୋଟିଏ ପିତଳ ଢାଳରେ ପଇସା ଭର୍ତ୍ତି କରି ଘରର ପଶ୍ଚିମ ଦିଗରେ ରଖିବା ଦ୍ଵାରା ତାହା ଦୂର ହୋଇଥାଏ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।