ଭବିଷ୍ୟତର ସୂଚନା ଦେଇଥାଏ ବିଚ୍ଛା, ଜାଣନ୍ତୁ ଘରକୁ ଆସିବା ଶୁଭ ନା ଶୁଭ- Ajira Anuchinta

ମନୁଷ୍ୟ ବିଛାକୁ ଦେଖିଲେ ଭୟ କରିଥାଏ । ଏଥିପାଇଁ ଆମେ ବିଚ୍ଛାକୁ ଦେଖିଲେ ତାକୁ ମାରି ଦେଇଥାଉ । ଆମେ ଭାବିବା  କି ବିଚ୍ଛା କାମୁଡି ଦେବ । ବିଚ୍ଛା କାମୁଡି ଦେଲେ ବହୁତ ଯନ୍ତ୍ରଣା ହୋଇଥାଏ । ବିଚ୍ଛା ସାଧାରଣତ ଅନେକ ପ୍ରକାର ର ଥାନ୍ତି । ସେଗୁଡିକ ହେଲା ନାଲି ବିଚ୍ଛା , କଳା ବିଚ୍ଛା ଓ ଛୋଟ ବିଚ୍ଛା । ଆପଣ ଯଦି କେବେ ବିଚ୍ଛାକୁ ଦେଖନ୍ତି ତେବେ କେବେ ବି ହେଲେ ବିଚ୍ଛାକୁ ମାରନ୍ତୁ ନାହିଁ। କାହିଁକି ନା ବିଚ୍ଛା ତାର ଜୀବନ କାଳରେ ମାତ୍ର ଥରେ ଛୁଆ ଦେଇଥାଏ ।

ଯଦି ଆପଣ ବିଚ୍ଛାକୁ ମାରୁଛନ୍ତି ତେବେ ତାର ସଂପୂର୍ଣ୍ଣ ବଂଶକୁ ବୁଡାଇ ଦେଉଛନ୍ତି । ଏହା ବହୁତ ବଡ ପାପ ହୋଇଥାଏ । ଏଥିପାଇଁ ବିଚ୍ଛାକୁ ନ ମାରି  କେଉଁ ଏକ ଅଜଣା ଜାଗାରେ ଛାଡି ଦିଅନ୍ତୁ । ବିଚ୍ଛାକୁ ନେଇ ଆମେ ବହୁତ ଭୟ କରୁ ଓ ନକରାତ୍ମକ ଭାବନା ଆମ ମନରେ ଜାଗ୍ରତ ହୋଇଥାଏ ।

କିନ୍ତୁ ବିଛା ଆମ ପାଇଁ ଅଶୁଭ ନୁହେଁ । ଆପଣ ଯଦି କେଉଁ କାମ ରେ ବାହାରିଛନ୍ତି ତେବେ ସେହି ସମୟ ରେ ଯଦି ବିଚ୍ଛା ଦେଖନ୍ତି ତେବେ ଏହା ଅତ୍ୟନ୍ତ ଶୁଭ ହୋଇଥାଏ । ଆପଣ ଯାଉଥିବା କାର୍ଯ୍ୟରେ ସଫଳତା ମିଳିଥାଏ । ଆପଣ ଯଦି ଆପଣଙ୍କ ଘରେ ଯଦି ବିଚ୍ଛା ଦେଖନ୍ତି ତେବେ ଆପଣଙ୍କ ର ଆଗାମୀ 7 ଦିନ ଭିତରେ କୌଣସି ଏକ ଜରୁଋ କାର୍ଯ୍ୟରେ ଆପଣ ସଫଳତା ପାଇବେ ।

ଆପଣ ଯଦି କୌଣସି ଗୁରୁବାର ଦିନ ବିଚ୍ଛାକୁ ଘରକୁ ଆସିବାର ଦେଖନ୍ତି ତେବେ ଜାଣି ରଖନ୍ତୁ କି ମାତା ଲକ୍ଷ୍ମୀ ଆପଣଙ୍କ ଉପରେ ସନ୍ତୁଷ୍ଟ ଅଛନ୍ତି । ବହୁତ ଶୀଘ୍ର ଆପଣ କୌଣସି ଧନ ସମ୍ବନ୍ଧୀୟ ଲାଭ ପାଇବେ । ଆପଣ ଯଦି କୌଣସି ଦୁଇରୁ ତିନୋଟି କଙ୍କଡା ବିଚ୍ଛା ଧାଡି ବାନ୍ଧି ଘରେ ଯାଉଥିବାର ଦେଖନ୍ତି ତେବେ ଏହା ଏକ ଅଶୁଭ ସୂଚନା ଦେଇଥାଏ । ଏହା ଦ୍ଵାର ଘରେ ଧନ ହାନି ହେବାର ସୂଚନା ଦେଇଥାଏ ।

ବିଜୁଳି ଘଡ଼ି ଘଡି ମାରିବା ବେଳେ ଯଦି କୌଣସି କଙ୍କଡା ବିଚ୍ଛା ଘର  ଭିତରେ ଖସି ପଡେ ତେବେ ଆପଣଙ୍କୁ କୌଣସି ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ । ଆପଣ ଏହି ସମୟରେ ଆପଣ କିଛି ହଳଦୀ ପାଣି ଆଣି ତା ଉପରେ ପକାଇ ଦିଅନ୍ତୁ । ଏହା ଦ୍ବାରା ଆପଣଙ୍କର ଆସୁଥିବା ସବୁ ବାଧା ବିଘ୍ନ ଦୂର ହୋଇଥାଏ । ଘରକୁ ବିଚ୍ଛା ଆସିଲେ ଏହି ସବୁ ସୂଚନା ମିଳିଥାଏ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ