ବିଚ୍ ରାସ୍ତାରେ ନିଶାରେ ଚୁର୍ ଯୁବତୀଙ୍କ ଉତ୍ପାତ ! ଲୋକଙ୍କୁ ଗାଳିଗୁଲଜ କରିବା ସହ ପୋଲିସକୁ ମଧ୍ୟ ନାକେଦମ କରିଦେଲେ, ଦେଖନ୍ତୁ ଏହି ଭାଇରାଲ video

ଆଜିକାଲିର ଯୁବପିଢି ନିଶାଦ୍ରବ୍ଯ ପ୍ରତି ଅଧିକ ଆକୃଷ୍ଟ ହେଉଛନ୍ତି । ଜୀବନକୁ ଉପଭୋଗ କରିବା ଉଦ୍ଦେଶ୍ୟରେ କେତେବେଳେ ଭୁଲ ବାଟରେ ପାଦ ଥାପି ଦେଉଛନ୍ତି ତାହା ମଧ୍ୟ ଜାଣି ପାରୁ ନାହାନ୍ତି । ନିଶା ମଣିଷର ସ୍ଵଭାବକୁ ନଷ୍ଟ କରିବା ସହ ଶାଳୀନତା ମଧ୍ୟ ଛାଡିବାକୁ ବାଧ୍ୟ କରିଦିଏ । ଅନେକ ସମୟରେ ଯୁବତୀ ମାନେ ମଦ୍ୟ ପାନ କରି ରାସ୍ତାରେ ବୋବାଲ୍ ମଚାଉଥିବାର ଭିଡିଓ ଦେଖିବାକୁ ମିଳେ । ଯାହା ସର୍ବ ସାଧାରଣରେ ଅତ୍ୟନ୍ତ ନିନ୍ଦନୀୟ ଅଟେ । ଆଜି ଆମେ ଆପଣଙ୍କୁ ଏହିପରି ଗୋଟିଏ ଘଟଣା ବିଷୟରେ ଅବଗତ କରାଇବୁ ।

ଆପଣ ଏହି ଭିଡିଓରେ ଦେଖି ପାରୁଥିବେ କି ଜଣେ ଯୁବତୀ ରାସ୍ତା କଡରେ କିଛି ହରକତ କରୁଛନ୍ତି ଓ ତାଙ୍କୁ ଦେଖିବା ପାଇଁ ଅନେକ ଲୋକ ଭିଡ ଜମାଇଛନ୍ତି । ଯୁବତୀ ଜଣକ ମଝିରେ ପାଖରେ ବନ୍ଦ ଥିବା ଏକ ଦୋକାନର ସଟର୍ କୁ ହାତରେ ବିଧା ମାରୁଛନ୍ତି ଓ ଲୋକଙ୍କ ଆଡକୁ ମାଡି ଆସି କିଛି କହି ପକାଉଛନ୍ତି । ଯୁବତୀ ଜଣକ ନିଶାରେ ଚୁର୍ ହୋଇ ଲୋକଙ୍କୁ ଗାଳିଗୁଲଜ କରୁଛନ୍ତି । ଲୋକଙ୍କ ମଧ୍ୟରୁ କିଏ ଜଣେ ଯୁବତୀ ମଦ ପିଇଥିବା କଥା ମଧ୍ୟ କହୁଛନ୍ତି ।

ଯୁବତୀଙ୍କ କେହି ଜଣେ ସମ୍ପର୍କୀୟ ତାଙ୍କୁ ସେଠାରୁ ନେବାକୁ ଆସିବାରୁ ତାଙ୍କୁ ମଧ୍ୟ ଯୁବତୀ ଛାଡୁ ନାହାନ୍ତି । ତାଙ୍କୁ ଠେଲାପେଲା କରି ଓଲଟା ଲୋକଙ୍କୁ ଭିଡ ଜମାଇବାକୁ କହୁଛନ୍ତି । ଲୋକମାନେ ମଧ୍ୟ ଏହି ଦୃଶ୍ୟର ଖୁବ ମଜା ଉଠାଉଛନ୍ତି ଓ ବିଭିନ୍ନ କମେଣ୍ଟ ପାସ୍ କରି ଯୁବତୀଙ୍କୁ ଉସୁକାଉଛନ୍ତି । କିଛି ଲୋକ ଘଟଣାସ୍ଥଳରେ ଠିଆ ହୋଇ ସମସ୍ତ ଦୃଶ୍ୟ କ୍ୟାମେରାରେ କଏଦ କରିବାରେ ବ୍ୟସ୍ତ ଥିବାର ମଧ୍ୟ ଦେଖିବାକୁ ମିଳୁଛି ।

ନିଶାରେ ଚୁର୍ ଯୁବତୀଙ୍କ ଯୋଗୁଁ ସେଠାରେ ଭିଡ ଜମି ପରିସ୍ଥିତି ନିୟନ୍ତ୍ରଣ ବାହାରେ ହେବାରୁ ପୋଲିସ ଗାଡି ଆସି ପହଞ୍ଚିଥିଲା । କିନ୍ତୁ ରାତି ସମୟ ହୋଇଥିବାରୁ ଏବଂ ମହିଳା ପୋଲିସ ସାଥିରେ ନଥିବାରୁ ହୁଏତ ପୋଲିସ ବାବୁ ମଧ୍ୟ କିଛି କହିବାକୁ ବା କରିବାକୁ ସଙ୍କୋଚ କରୁଛନ୍ତି । ଯୁବତୀ କେତେବେଳେ ମୁହତୋଡ ଦେଖାଉଛନ୍ତି ତ ଆଉ କେତେବେଳେ ହାତ ଯୋଡି ପୋଲିସ ବାବୁଙ୍କ ପାଖେ କାକୁତିମିନତି ହେଉଛନ୍ତି । ଶେଷରେ ପୋଲିସ ଗାଡିରେ ପୋଲିସ ତାଙ୍କୁ ନେଇଯିବାକୁ ଚେଷ୍ଟା କରିଥିଲା ।

କିନ୍ତୁ ଏଠାରେ ଯୁବତୀଙ୍କ ସହ ସେଠାରେ ଉପସ୍ଥିତ ଥିବା ଜନ ସାଧାରଣଙ୍କର ମଧ୍ୟ ଭୁଲ ରହୁଛି । ସେମାନେ ବିଭିନ୍ନ କଥା କହି ନିଶାଶକ୍ତ ଯୁବତୀଙ୍କୁ ଉସୁକାଉଛନ୍ତି । ତେବେ ଯୁବତୀ ମଦ୍ୟପାନ କରିବା ତାଙ୍କର ବ୍ୟକ୍ତିଗତ ପସନ୍ଦ ହୋଇଥାଇ ପାରେ, କିନ୍ତୁ ସର୍ବ ସାଧାରଣରେ ଏହିପରି ବ୍ୟବହାର କରିବା ନିହାତି ନିନ୍ଦନୀୟ ଅଟେ । ତେବେ ଏହି ଘଟଣାଟି ପୁରୀ ବଡଦାଣ୍ଡର ବୋଲି ଶୁଣିବାକୁ ମିଳିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।