ୱେଷ୍ଟଇଣ୍ଡିଜର ଧୂଆଁଦାର ବ୍ୟାଟ୍ସମ୍ୟାନ Chris Gayle ଙ୍କ ନିଦ ଭାଙ୍ଗିଦେଲା ପ୍ରଧାନମନ୍ତ୍ରୀ Modi ଙ୍କ ମେସେଜ୍ ! ଦେଖନ୍ତୁ tweet କରି କଣ କହିଲେ Gayle 

ଜାନୁୟାରୀ ୨୬ ତାରିଖ ଦିନ ଆମ ଦେଶ ପାଳନ କରିଛି ତା’ର ୭୩ତମ ସାଧାରଣ ତନ୍ତ୍ର ଦିବସ । ଆଉ ଏହି ଅବସରରେ କିଏ କେତେ ଢଙ୍ଗରେ ଭାରତୀୟଙ୍କୁ ଶୁଭେଚ୍ଛା ଜଣାଇବାର ଦେଖିବାକୁ ମିଳିଥିଲା । ଆଉ ଏହି କ୍ରମରେ ଏକ ଭିନ୍ନ ଢଙ୍ଗରେ ଭାରତୀୟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ୱେଷ୍ଟଇଣ୍ଡିଜର ଧୂଆଁଦାର ବ୍ୟାଟ୍ସମ୍ୟାନ କ୍ରିଶ ଗେଲ୍ । କ୍ରିଶ ଗେଲ୍ ଟ୍ବିଟ କରି ଏହି ଶୁଭେଚ୍ଛା ଜଣାଇ ଥିବାର ଦେଖିବାକୁ ମିଳିଛି । ସେ ନିଜର ଏହି ଟ୍ବିଟରେ ଲେଖିଛନ୍ତି କି, “୭୩ତମ ସାଧାରଣ ତନ୍ତ୍ର ଦିବସ ଅବସରରେ ଭାରତକୁ ଅଭିନନ୍ଦନ ।

ପ୍ରଧାନମନ୍ତ୍ରୀ ମୋଦିଙ୍କ ବ୍ୟକ୍ତିଗତ ବାର୍ତ୍ତା ପାଇଁ ନିଦ ଭାଙ୍ଗିଲା । ଏଥିରେ ସେ ଭାରତୀୟ ବାସୀଙ୍କ ସହ ଥିବା ଘନିଷ୍ଠତା କଥା କହିଛନ୍ତି । ୟୁନିଭର୍ସ ବସ୍ ଙ୍କ ତରଫରୁ ଅଭିନନ୍ଦନ ଏବଂ ଅନେକ ସ୍ନେହ ବୋଲି ଟ୍ବିଟ କରିଛନ୍ତି କ୍ରିକେଟର କ୍ରିଶ ଗେଲ୍ ।” କ୍ରିଶ ଗେଲ୍ ଙ୍କର ଭାରତ ଏବଂ ଭାରତୀୟଙ୍କ ପ୍ରତି ଭଲପାଇବା ଏଥିରୁ ସଫା ସଫା ପରିପ୍ରକାଶ ହେଉଛି । ସେ ୱେଷ୍ଟଇଣ୍ଡିଜ ଦଳରେ ବ୍ୟାଟ୍ସମ୍ୟାନ ହେଲେ ମଧ୍ୟ ଭାରତରେ ତାଙ୍କ ଲୋକପ୍ରିୟତା ଖୁବ ଅଧିକ । ତାଙ୍କ ବ୍ୟାଟିଂ ଷ୍ଟାଇଲ ସହ ତାଙ୍କ ବ୍ୟକ୍ତିତ୍ବର ମଧ୍ୟ ଅନେକ ଭାରତୀୟ ଦିୱାନା ଅଟନ୍ତି ।

ଆକ୍ରମଣାତ୍ମକ ବ୍ୟାଟିଂ ଏବଂ ଆଇପିଏଲରେ ଜବରଦସ୍ତ ପ୍ରଦର୍ଶନ ପାଇଁ ଗେଲ୍ ଭାରତର ଖୁବ ଲୋକପ୍ରିୟ । ୪୨ ବର୍ଷୀୟ ଗେଲ୍ଲ କୋଲକାତା ନାଇଟ ରାଇଡ଼ର୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ପଞ୍ଜାବ କିଙ୍ଗସ୍ ଇଲେଭେନ ତରଫରୁ ଭାରତରେ ଆଇପିଏଲ ଖେଳିଛନ୍ତି । ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଦଳରେ କ୍ରିଶ ଗେଲ୍ ସବୁଠୁ ଅଧିକ ଭଲ ପ୍ରଦର୍ଶନ କରିଛନ୍ତି ।

ବିରାଟ କୋହଲି ଏବଂ ଏଫଡି ଭାଇଲର୍ସଙ୍କ ପରେ ସେ ହେଉଛନ୍ତି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ତୃତୀୟ ସର୍ବାଧିକ ରନ୍ ସ୍କୋର କରିଥିବା ବ୍ୟାଟ୍ସମ୍ୟାନ । ଖେଳ ସହ ପଡିଆ ବାହାରେ ଭାରତୀୟ ଖେଳାଳିଙ୍କ ସହ ମଧ୍ୟ ତାଙ୍କ ସମ୍ପର୍କ ଭାରି ବଢିଆ । ଯାହା ଭାରତୀୟଙ୍କୁ ଅଧିକ ଆକୃଷ୍ଟ କରେ । ବିଭିନ୍ନ ସମୟରେ ବିଭିନ୍ନ ଅବସରରେ କ୍ରିଶ ଗେଲ୍ ଭାରତୀୟଙ୍କ ପ୍ରତି ତାଙ୍କ ସ୍ନେହ ଏବଂ ପ୍ରେମ ପରିପ୍ରକାଶ କରନ୍ତି ।

କିନ୍ତୁ ଏଥରର ସାଧାରଣ ତନ୍ତ୍ର ଦିବସରେ ତାଙ୍କର ଏହି ଟ୍ବିଟକୁ ନେଇ ଖୁବ ଚର୍ଚ୍ଚା ହେଉଛି । ବିପୁଳ ସଂଖ୍ଯାରେ ଭାରତୀୟ ମାନେ ମଧ୍ୟ ତାଙ୍କ ଟ୍ବିଟରେ କମେଣ୍ଟ କରୁଥିବାର ଦେଖିବାକୁ ମିଳୁଛି । ଆପଣଙ୍କୁ କ୍ରିଶ ଗେଲ୍ ଙ୍କର ଏହିଭଳି ବଦାନ୍ୟତା କିଭଳି ଲାଗିଲା ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।