ଏକା ଏକା Varsha Priyadarshini ! ଫେସବୁକରେ କିଛି ଏମିତି ଲେଖି ଖୁବ ଚର୍ଚ୍ଚାରେ ଅଛନ୍ତି ଏବେ ବର୍ଷା, ଦେଖନ୍ତୁ Video

ମାତ୍ର କିଛି ଘଣ୍ଟା ତଳେ ଓଲିଉଡ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ଏହି ଫେସବୁକ ପୋଷ୍ଟକୁ ନେଇ ଲାଗି ରହିଛି ଚର୍ଚ୍ଚା । ଏକ ନିଛାଟିଆ ରାସ୍ତାରେ ଏକୁଟିଆ ହସି ହସି ବାଟ ଚାଲୁଥିବାର ଏକ ଭିଡିଓ ପୋଷ୍ଟ କରିଛନ୍ତି ବର୍ଷା । ଆଉ କ୍ୟାପସନରେ ଲେଖିଛନ୍ତି ଏକ ଖୁବ ନିଆରା କଥା । ବର୍ଷା ଲେଖିଛନ୍ତି କି, “Don’t be scared to walk alone” ଅର୍ଥାତ ଏକୁଟିଆ ବାଟ ଚାଲିବାକୁ ଡରନ୍ତୁ ନାହିଁ । ଏହି ଭିଡିଓରେ ବର୍ଷା ଏକ କଳା ରଙ୍ଗର ସାଲୱାର ପିଞ୍ଚିଛନ୍ତି ଓ ଏହାସହ ସବୁଜ ରଙ୍ଗର ଏକ ସୁନ୍ଦର ରାଜସ୍ଥାନୀ ଓଢଣି ପକାଇଛନ୍ତି ।

ତେବେ କାହିଁକି ଓ କେଉଁ ଉଦ୍ଦେଶ୍ୟରେ ବର୍ଷା ପ୍ରିୟଦର୍ଶିନୀ ଏଭଳି ପୋଷ୍ଟ କଲେ ତାହା ଆକଳନ କରିବା କଷ୍ଟକର ଅଟେ । କାରଣ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଏବଂ ସାଂସଦ ଅନୁଭବ ମହାନ୍ତିଙ୍କ ପାରିବାରିକ  ବିବାଦ ମାମଲା ସମ୍ପର୍କରେ ସମସ୍ତଙ୍କୁ ଜଣା । ଏଭଳିକି ଉଭୟ ପରସ୍ପରଙ୍କ ବିରୋଧରେ ସୋ-ସି-ଆ-ଲ ମି-ଡି-ଆ-ରେ ପୋଷ୍ଟ କରିବାର ମଧ୍ୟ ଅନେକ ନଜିର ରହିଛି । ବର୍ଷା ପୂର୍ବରୁ ମଧ୍ୟ ତାଙ୍କ ଫେସବୁକ ପୋଷ୍ଟ ମାନଙ୍କରେ ଏଭଳି କିଛି କ୍ୟାପସନ ଲେଖିଛନ୍ତି ଯାହା ପଢିବା ଲୋକଙ୍କୁ ନିହାତି ଭାବେ ଦ୍ଵନ୍ଦରେ ପକାଇ ଦେବ ।

ଅନୁଭବ ମଧ୍ୟ ବିଭିନ୍ନ ପ୍ରକାରର କ୍ୟାପସନ ଲେଖନ୍ତି ଗୋଟିଏ ଗୁଳିରେ ଦୁଇଟି ଶିକାର କରିବା ଭଳି ଲାଗେ । ଏହା ପୂର୍ବରୁ ମଧ୍ୟ ବର୍ଷା ଏକୁଟିଆ ରହିବା ଆଦିକୁ ନେଇ ଅନେକ କ୍ୟାପସନ ଲେଖିଛନ୍ତି ଯାହା ଦର୍ଶାଏ ଯେ, ଏକୁଟିଆ ରହିବାରେ ବା ଜୀବନ ବିତାଇବାକୁ ସେ ବିଲକୁଲ ମଧ୍ୟ ଭୟ କରୁ ନାହାନ୍ତି ।

ନିକଟରେ ବର୍ଷା ତାଙ୍କ ପତ୍ନୀ ପରିଚୟ ପତ୍ରର ଅପବ୍ୟବହାର କରୁଛନ୍ତି ବୋଲି ଅଭିଯୋଗ କରିବା ସହ ତାହା ପ୍ରତ୍ୟାହାର କରିନେବା ପାଇଁ ଲୋକସଭାରେ ନିବେଦନ କରିଥିଲେ । ଏପରିକି ବର୍ଷାଙ୍କୁ ସାମ୍ନାକୁ ଆସି ସେ କଣ କରିଛନ୍ତି ବୋଲି ପ୍ରକାଶ କରିବା ପାଇଁ ଆହ୍ଵାନ ମଧ୍ୟ ଦେଇଥିଲେ । ତେବେ କାହିଁକି ବର୍ଷା ଏକୁଟିଆ ବାଟ ଚାଲିବା କଥା କହୁଛନ୍ତି ? ଏହାକୁ ନେଇ ବର୍ଷାଙ୍କ ଫ୍ୟାନ୍ସଙ୍କ ମଧ୍ୟରେ ଉତ୍କଣ୍ଠା ବଢି ଯାଇଛି । କଣ ଏକା ଏକା ବାଟ ଚାଲିବାକୁ ନିଷ୍ପତ୍ତି ନେଇ ସାରିଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ?

ଓଲିଉଡର ଏହି ବହୁଚର୍ଚ୍ଚିତ ଦମ୍ପତ୍ତି ବର୍ଷା ଏବଂ ଅନୁଭବ ଆଉ ଏକାଠି ବାଟ ଚାଲିପାରିବେ ନାହିଁ କି ବୋଲି ବାର୍ତ୍ତା ଦେଉଛି କି ଏହି ଫେସବୁକ ପୋଷ୍ଟ ? ଭୟଭୀତ ନହୋଇ ଏକୁଟିଆ ବାଟ ଚାଲିବା ତାଙ୍କ ଫ୍ୟାନ୍ସଙ୍କୁ କାହିଁକି ଆହ୍ଵାନ ଦେଉଛନ୍ତି ବର୍ଷା ? ତେବେ ଏହାର ଉତ୍ତର କେବଳ ସମୟ ହିଁ କହିବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।