ବିଚ୍ ରାସ୍ତାରେ ବସ୍ କୁ ଅଟକାଇ ଭିତରେ ଚଢିଲା ହାତୀ, ଭିଡିଓ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ, ଦେଖନ୍ତୁ video

ବିଚ୍ ରାସ୍ତାରେ ବସ୍ କୁ ଅଟକାଇଲା ହାତୀ । ବସ୍ କୁ ଅଟକାଇ ଡୋର ଭିତରେ ନିଜ ମୁଣ୍ଡକୁ ଭର୍ତ୍ତି କରି ବସ୍ ଭିତରକୁ ପଶିବାକୁ ଉଦ୍ୟମ କରୁଛି ହାତୀ । ହେଲେ ବସ୍ ଭିତରକୁ ହାତୀ ପଶିବାକୁ ଚେଷ୍ଟା କରିବା ଦେଖି ଡ୍ରାଇଭର ବସ୍ କୁ ସାଇଡ୍ କରି ଚଳେଇ ନେଇ ଯାଉଛନ୍ତି । ହାତୀ ବସ୍ କୁ ଅଟକାଇ ତା’ ଭିତରକୁ ପଶିବାକୁ ଉଦ୍ୟମ କରୁଥିବା ବେଳର ଏହି ଭିଡିଓଟି ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଜୋରରେ ଭାଇରାଲ ହେବାରେ ଲାଗିଛି ।

ହାତୀର ଏଭଳି ଭିଡିଓ ଦେଖିବା ପରେ ଆପଣ ନିଶ୍ଚୟ ହସି ହସି ବେଦମ ହୋଇଯିବେ । ଆଉ ଏଭଳି ପରିସ୍ଥିତିରେ ନିଜେ ଥିଲେ କେତେ ଭୟଙ୍କର ଅନୁଭବ ହୋଇଥାନ୍ତା ତାହା ମଧ୍ୟ ହୃଦୟଙ୍ଗମ କରୁ ପାରୁଥିବେ । ହାତୀ ବିଶାଳକାୟ ପ୍ରାଣୀ ହୋଇଥିବାରୁ ତା’ର ଏଭଳି କାରନାମା ଦେଖି ଲୋକେ ଡରିବେ କି ହସିବେ କିଛି ବୁଝି ପାରୁନାହାନ୍ତି । ହେଲେ ହାତୀର ଏଭଳି କୌତୁହଳ କାର୍ଯ୍ୟ ଦେଖି ଅନେକ ଲୋକ ବେଶ ହସୁଛନ୍ତି ।

କାରଣ ସମସ୍ତେ ଜାଣିଛନ୍ତି ହାତୀ ଏତେ ବିଶାଳ ଯେ ସହଜରେ ଏଭଳି ଛୋଟିଆ ରାସ୍ତାରେ ପଶି ପାରିବ ନାହିଁ । ଏହି ଭିଡିଓରେ ଆପଣ ଦେଖିପାରିବେ କି, ଏକ ଖାଲି ରାସ୍ତାରେ ସାମ୍ନା ପଟୁ ଏକ ଧଳା ରଙ୍ଗର ବସ୍ ଟିଏ ଆସୁଛି । ଆଉ ବସ୍ ଟିକୁ ଦେଖିବା ମାତ୍ରେ ହାତୀଟି ସେହି ବସ୍ ଆଡକୁ ଚାଲି ଚାଲି ଯାଉଛି । ନିଜ ଶୁଣ୍ଢକୁ ହଲେଇ ହଲେଇ ବସ୍ ଟିକୁ ଅଟକିବାକୁ ବାଧ୍ୟ କରିଦେଉଛି ହାତୀଟି ।

ବିଶାଳକାୟ ହାତୀକୁ ଦେଖି ବସ୍ ଡ୍ରାଇଭର ଗାଡି ଅଟକାଇ ଦେଉଛନ୍ତି । ହେଲେ ହାତୀ ପ୍ରଥମେ ବସ୍ ଭିତରେ ନିଜ ଶୁଣ୍ଢ ପୁରାଇବା ସହ ବସ୍ ଭିତରକୁ ଚଢିବାକୁ ଉଦ୍ୟମ କରୁଛି । ଏହା ଦେଖି ବସ୍ ଡ୍ରାଇଭର ତୁରନ୍ତ ବସ୍ ଟିକୁ ସେଠାରୁ ନେଇ ଯାଉଛନ୍ତି । ଆପଣମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ କି, ଟ୍ଯୁଟରରେ ପୋଷ୍ଟ କରା ଯାଇଥିବା ଏହି ଭିଡିଓଟିକୁ ବର୍ତ୍ତମାନ ସୁଦ୍ଧା ଦୁଇ ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି ।

ହାତୀର ଏହି ବସ୍ ଚଢା ଭିଡିଓକୁ ଆଇପିଏସ ଅଧିକାରୀ ଦୀପାଂଶୁ କବରା ନିଜ ଟ୍ଯୁଟର ହ୍ୟାଣ୍ଡେଲରେ ପୋଷ୍ଟ କରିଛନ୍ତି । ଆଉ କ୍ୟାପସନରେ ମଧ୍ୟ ଲେଖିଛନ୍ତି, ଦିୱାଲୀ ଯୋଗୁଁ ସମସ୍ତେ ଅତିଶୀଘ୍ର ଘରେ ପହଞ୍ଚିବାକୁ ଚାହୁଁଛନ୍ତି । ଯାହାକି ଲୋକଙ୍କୁ ବେଶ ପସନ୍ଦ ଆସୁଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।