75 ବର୍ଷ ହେବ ଲାଗିଛି ଟ୍ରାଫିକ୍ ଜାମ୍ ! ଆଜି ଯାଏଁ ହଟି ପାରିଲା ନାହିଁ ଗୋଟିଏ ବି ଗାଡି, କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ

ଆଗରେ ଥିବା ଗାଡି ହଟି ପାରିଲାନି କି ପଛ ଗାଡି ଆଗକୁ ଘୁଞ୍ଚି ପାରିଲା ନାହିଁ । ଏହାରି ମଧ୍ୟରେ ବିତିଗଲା 75 ବର୍ଷ ଆଉ ଏବେବି ସେଠାରେ ଲାଗିଛି ଟ୍ରାଫିକ ଜାମ୍ । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଟ୍ରାଫିକ ଗହଳିରୁ ଗୋଟିଏ ବି ଗାଡି ବାହାରି ନପାରି 75 ବର୍ଷ ହେବ ସେମିତି ପଡି ରହିଛନ୍ତି । ଦୁନିଆରେ ଏଭଳି ଅନେକ ସ୍ଥାନ ରହିଛି ଯାହା କିଛି ବିଶେଷ କଥା ପାଇଁ ପ୍ରସିଦ୍ଧ । ଆପଣମାନେ ମଣିଷଙ୍କ ସମାଧି ଦେଖିଥିବେ, କିନ୍ତୁ କେବେ ଗାଡିର ସମାଧି ଦେଖିଛନ୍ତି କି ? ମିଛ ଲାଗୁଥିଲେ ବି ଏକଥା ଏକଦମ ସତ ।

୭୫ ବର୍ଷ ବିତି ଯାଇଥିଲେ ବି ଗାଡିମାନେ ସେମିତି ଟ୍ରାଫିକ ଜାମ୍ ରେ ଫସି ରହିଛନ୍ତି । ବେଲଜିୟମର ଦକ୍ଷିଣ ଭାଗରେ ରହିଛି ଚଟିଲେନ ନାମକ ଏକ ସ୍ଥାନ ରହିଛି । ସେଠାରେ ଥିବା ଜଙ୍ଗଲରେ ବହୁ ସଂଖ୍ଯାରେ ଗାଡି ଛିଡା ହୋଇଥିବା ଦେଖିବାକୁ ମିଳେ । ଗାଡି ଗୁଡିକ ପଡି ରହି ଏଭଳି ଅବସ୍ଥା ହୋଇଗଲାଣି ଯେ ସେଥିରେ ଅନାବନା ଗଛ ଉଠିଥିବାର ମଧ୍ୟ ଦେଖିବାକୁ ମିଳେ । ତେବେ ଏହି ଗାଡି ପଡିରହିବା ପଛରେ ଏମିତି ଏକ କାହାଣୀ ରହିଛି ଯାହା ଜାଣିଲେ ଆପଣ ତାଜୁବ ହୋଇଯିବେ ।

କିଛି ଲୋକଙ୍କ କହିବା ଅନୁଯାୟୀ, ଦ୍ଵିତୀୟ ବିଶ୍ଵଯୁଦ୍ଧ ସମୟରେ ଯେତେବେଳେ ଆମେରିକୀୟ ସୈନ୍ୟ ଆସିଥିଲେ ସେମାନେ ଆଗକୁ ଯିବାକୁ ରାସ୍ତା ପାଇ ନଥିଲେ । ତେଣୁ ସମସ୍ତ ସୈନିକ ସେହି ସ୍ଥାନ ଛାଡି ତୁରନ୍ତ ସୁରକ୍ଷିତ ସ୍ଥାନକୁ ଚାଲିଯାନ୍ତୁ ବୋଲି ତାଙ୍କୁ ଚେତାବନୀ ମିଳିଥିଲା । କିନ୍ତୁ ଗାଡି ସହ କୌଣସି ସୁରକ୍ଷିତ ସ୍ଥାନକୁ ଯିବା ସେମାନନକ ପକ୍ଷେ ସମ୍ଭବ ନଥିଲା ।

ତେଣୁ ସେମାନେ ସେଠାରେ ଗାଡିଗୁଡିକ ଛାଡି ବଙ୍କର ମାନଙ୍କରେ ପଳାଇ ଯାଇଥିଲେ । ଆଉ ଭାବିଥିଲେ ପରେ ଆସି ନିଜ ଗାଡି ଆମେରିକା ନେଇଯିବେ । କିନ୍ତୁ ଗାଡିର ଦାମ୍ ଅନୁସାରେ ସେସବୁକୁ ଆମେରିକା ଫେରାଇ ନେବା ଖର୍ଚ୍ଚ ଅଧିକା ଥିଲା । ଫଳରେ ଆମେରିକା ଗାଡି ଫେରାଇ ନେଇ ନଥିଲା । ସେବେଠାରୁ ବହୁ ବର୍ଷ ବିତି ଯାଇଥିଲେ ମଧ୍ୟ ଗାଦିଗୁଡିକ ରାସ୍ତାରେ ସେମିତି ପଡିରହିଛି ।

ଏହି ଦୃଶ୍ୟ ଦେଖିଲେ ଏମିତି ଲାଗୁଛି ଯେମିତି ଟ୍ରାଫିକ ଜାମ୍ ରେ ଗାଦିଗୁଡିକ ଫସି ରହିଛି । ଆଉ ଗାଡିଙ୍କ ସଂଖ୍ୟା କ୍ୟାଡେ ୫୦୦ ରୁ ଉର୍ଦ୍ଧ୍ଵ ହେବ ବୋଲି କୁହାଯାଉଛି । ବର୍ତ୍ତମାନ ଏହି ସ୍ଥାନ ଓ ଫସି ରହିଥିବା ଗାଡିକୁ ଦେଖିବା ପାଇଁ ବହୁ ଦୂରଦୁରାନ୍ତରୁ ଲୋକେ ଆସିଥାନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।