ସାମ୍ପୁ ବ୍ୟବହାର କରୁଥିଲେ ସାବଧାନ ! ଏହିସବୁ ସାମ୍ପୁରେ ବ୍ୟବହାରରେ କଲେ ହୋଇପାରେ କ୍ୟାନ୍ସର, ଏନେଇ FDA ଦେଲା ବଡ ତଥ୍ୟ

କେଶ ସଫା କରିବା ପାଇଁ ପ୍ରାୟତଃ ସମସ୍ତେ ସାମ୍ପୁର ବ୍ୟବହାର କରିଥାନ୍ତି । ଏଥିପାଇଁ ବଜାରରେ ଭଳିକି ଭଳି ବିଭିନ୍ନ କମ୍ପାନୀର ସାମ୍ପୁ ବିକ୍ରି ହେଉଛି । ପ୍ରତ୍ଯେକ ବ୍ୟକ୍ତି ନିଜ ପସନ୍ଦ ଅନୁଯାୟୀ ସାମ୍ପୁର ବ୍ୟବହାର କରନ୍ତି । ତେବେ ସାମ୍ପୁ ବ୍ୟବହାର କରୁଥିବା ଲୋକଙ୍କ ପାଇଁ ଆସିଛି ସବୁଠୁ ବଡ ଖବର । ଆପଣ ଯଦି ସାମ୍ପୁର ବ୍ୟବହାର କରୁଛନ୍ତି ତେବେ ସାବଧାନ ହୋଇଯାନ୍ତୁ । ସାମ୍ପୁ ବ୍ୟବହାରକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି । କାରଣ ଜଣାପଡିଛି କି, ସାମ୍ପୁ ବ୍ୟବହାର କରିବା ଦ୍ଵାରା କ୍ୟାନ୍ସର ହେବାର ସମ୍ଭାବନା ରହିଛି ।

ଏକଥା ଆମେ କହୁନୁ ବରଂ ଜଣାଶୁଣା କମ୍ପାନୀ ୟୁନିଲିଭରର ଏକାଧିକ ସାମ୍ପୁରେ କ୍ୟାନ୍ସର ସୃଷ୍ଟିକାରୀ କେମିକାଲ୍ସ ଥିବା ଜଣାପଡିଛି । ଫଳରେ କମ୍ପାନୀ ଡୋଭ୍, ନେକ୍ସସ, ସ୍ଵାପ, ଟିଚି ଏବଂ ଟ୍ରେସେମି ଏୟାର ସୋଲଡର ଡ୍ରାଏ ଆଦି ସାମ୍ପୁକୁ ଆମେରିକୀୟ ବଜାରରୁ ଫେରାଇ ଆଣିଛି । ଏକ ରିପୋର୍ଟ ଅନୁସାରେ ଏହିସବୁ ସାମ୍ପୁରେ ବେଞ୍ଜିନ ଥିବା ଜଣାପଡିଛି । ଆମେରିକା ଫୁଡ୍ ଆଣ୍ଡ ଡ୍ରଗ୍ସ ଆଡମିନିଷ୍ଟ୍ରେସନ ବା FDA ଅନୁସାରେ ଏସବୁ ଉତ୍ପାଦ ୨୦୨୧ ପୂର୍ବରୁ ପ୍ରସ୍ତୁତ କରା ଯାଇଥିଲା ଏବଂ ସମଗ୍ର ଦେଶରେ ରିଟେଲରଙ୍କୁ ବିତରଣ କରା ଯାଇଥିଲା ।

ଆଉ ଏହି ସାମ୍ପୁରେ ଥିବା ବେଞ୍ଜିନ ଦ୍ଵାରା ମଣିଷଙ୍କୁ କ୍ୟାନ୍ସର ହୋଇପାରେ । ବେଞ୍ଜିନ ଅନେକ ଉପାୟରେ ମଣିଷ ଶରୀରରେ ପ୍ରବେଶ କରିପାରେ । ଏହା ଚର୍ମ, ନାକ ଏବଂ ପାଟି ଦେଇ ଶରୀର ମଧ୍ୟକୁ ଯାଇପାରିବ । ଯାହାଫଳରେ ଲ୍ୟୁକେମିଆ ଏବଂ ବ୍ଲଡ଼ କ୍ୟାନ୍ସର ଭଳି ରୋଗ ହେବାର ସମ୍ଭାବନା ରହିଥାଏ ।

FDA ର କହିବା ଅନୁସାରେ ଲୋକେ ଏଭଳି ଉତ୍ପାଦର ବ୍ୟବହାର ବନ୍ଦ କରିବା ଉଚିତ । ଏହାସହ ଆପଣ ନିଜ ଟଙ୍କା ଫେରସ୍ତ ପାଇବା ପାଇଁ ୟୁନିଲିଭର କମ୍ପାନୀର ୱେବସାଇଟର ସହାୟତା ନେଇପାରିବେ । କିନ୍ତୁ ବର୍ତ୍ତମାନ ଯାଏଁ ଏନେଇ ୟୁନିଲିଭର କମ୍ପାନୀ ପକ୍ଷରୁ କୌଣସି ବିଶେଷ ପ୍ରତିକ୍ରିୟା ମିଳି ପାରିନାହିଁ । ସାମ୍ପୁ ବ୍ୟବହାରକାରୀଙ୍କ ପାଇଁ ଏହି ବଡ ଖବର ସାମ୍ନାକୁ ଆସିବା ପରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି ।

କାରଣ ସାମ୍ପୁ ବ୍ୟବହାର କରିବା ଦ୍ଵାରା ଯେ କ୍ୟାନ୍ସର ରୋଗ ହୋଇପାରେ ଏକଥା କେହି ଚିନ୍ତା ସୁଦ୍ଧା କରି ନଥିବେ । ଏଭଳି ତଥ୍ୟ ବର୍ତ୍ତମାନ ଗ୍ରାହକଙ୍କୁ ଦ୍ଵନ୍ଦରେ ପକାଇଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।