ଫେସବୁକରୁ ପରିଚୟ, ବନ୍ଧୁତା ଓ ତା’ପରେ ପ୍ରେମରେ ପଡିଲେ ବିବାହିତା ମହିଳା । ଅନ୍ୟ ଯୁବକଙ୍କ ସହ ପ୍ରେମ ସମ୍ପର୍କ ରଖି ଏବେ ନ୍ୟାୟ ପାଇଁ ଥାନାର ଦ୍ଵାରସ୍ଥ ହୋଇଛନ୍ତି । ଏବେ ନା ପ୍ରେମିକ ଆପଣେଉଛି ନା ସ୍ଵାମୀ । ମହିଳାଙ୍କ ନାଁ ହେଉଛି ସୋନାଲି ପୃଷ୍ଟି । ଗତ ଦେଢ ବର୍ଷ ତଳେ ଗୌତମ ମହାଳ ନାମକ ଜଣେ ଯୁବକ ତାଙ୍କୁ ଫେସବୁକରେ ମେସେଜ କରିଥିଲେ । ସୋନାଲି ତାଙ୍କୁ ରିପ୍ଲାଇ ଦେବା ପରେ ଉଭୟଙ୍କ ମଧ୍ୟରେ କଥାବାର୍ତ୍ତା ଆରମ୍ଭ ହୋଇଥିଲା ।

ଗୌତମ ସୋନାଲିଙ୍କୁ ଅନେକ ଥର ଦେଖିଥିବା ଓ ସେ ବିବାହିତା ବୋଲି ଜାଣିଥିବା କହିଥିଲେ । ତେବେ ଉଭୟ କଥାବାର୍ତ୍ତା ହେଉ ହେଉ ଦୁହିଁଙ୍କ ମଧ୍ୟରେ ଘନିଷ୍ଠତା ବଢିଥିଲା ଓ ଦୁହେଁ ପ୍ରେମରେ ପଡିଥିଲେ । ସୋନାଲି ମାର୍କେଟ ବାହାନା କରି ପ୍ରେମିକ ଗୌତମ ସହ ଲୁଚି ଲୁଚି ଦେଖା କରୁଥିଲେ । ଏକଥା ନିଜେ ସୋନାଲି କହିଛନ୍ତି । ତେବେ ତାଙ୍କୁ କୋଲ୍ଡ ଡ୍ରିଙ୍କସ୍ ରେ ନିଶା ଦେଇ ଗୌତମ ତାଙ୍କ ସହ ଖରାପ ସମ୍ପର୍କ ରଖିବା ପରେ ଫଟୋ ଓ ଭିଡିଓ ମଧ୍ୟ ଉତ୍ତୋଳନ କରିଥିଲା ।
ଯାହାପରେ ସେସବୁ ଫଟୋ ଓ ଭିଡିଓ ଦେଖାଇ ସୋନାଲିଙ୍କୁ ବ୍ଲାକମେଲ କରିବାକୁ ଲାଗିଲା । ଗୌତମ ଓ ତା’ ବନ୍ଧୁ ବନମାଳି ଦୁହିଁଙ୍କ ପାଖରେ ସୋନାଲିଙ୍କ ନଗ୍ନ ଫଟୋ ଓ ଭିଡିଓ ଥିବା ସେ ନୀଳଗିରି ଥାନାରେ ଅଭିଯୋଗ କରିଛନ୍ତି । ଫଟୋ ଓ ଭିଡିଓ ପାଇଁ ବ୍ଳାକମେଲ କରି କରି ଗୌତମ ତାଙ୍କ ଠାରୁ ପ୍ରାୟ ଲକ୍ଷାଧିକ ଟଙ୍କା ମଧ୍ୟ ନେଇଛନ୍ତି । ତେବେ ଏସବୁ ସାମ୍ନାକୁ ଆସିବା ପରେ ସୋନାଲି ସ୍ଵାମୀ ଘରଛାଡି ଏକାକୀ ରହୁଛନ୍ତି ।

ବାପଘରେ ମଧ୍ୟ ତାଙ୍କୁ ସ୍ଥାନ ମିଳୁନି । ତେବେ ଗୌତମ ମାସେ ଯାଏଁ ଚୁପ୍ ରହିବାକୁ ସୋନାଲିଙ୍କୁ ସମୟ ମାଗିଥିଲେ । ତା’ପରେ ସେ ସୋନାଲିଙ୍କୁ ବିବାହ କରିବେ ବୋଲି କଥା ଦେଇଥିଲେ । କିନ୍ତୁ ଗୌତମ ନିଜ କଥା ନ ରଖିବାରୁ ସୋନାଲି ଶେଷରେ ଆଇନ ର ଆଶ୍ରୟ ନେଇଛନ୍ତି । ଗୌତମଙ୍କୁ ପୋଲିସ ଗିରଫ କରିବା ପରେ କୋର୍ଟ ଚାଲାଣ କରିବ । ସୋନାଲି ଆଶା ରଖିଛନ୍ତି କି ତାଙ୍କୁ ନିଶ୍ଚିତ ଭାବେ ନ୍ୟାୟ ମିଳିବ ।
କୋର୍ଟ ଯାହା ନିଷ୍ପତ୍ତି ନେବେ ସେ ତାହା ମାନିବେ । ଦରକାର ପଡିଲେ ବାପଘରେ ଯାଇ ଭୁଲ ମାଗି ରହିବେ ବୋଲି ସେ କହିଛନ୍ତି । ତେବେ ଦେଖାଯାଉ ସୋନାଲିଙ୍କୁ କିଭଳି ନ୍ୟାୟ ମିଳୁଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।