ହ୍ୟୁମାନଙ୍କ ଘରେ ରହିଛି ଭଗବାନ ଗଣେଶ ଓ ଜଗନ୍ନାଥଙ୍କ ମୂର୍ତ୍ତି, ପତ୍ନୀ Shriya ଙ୍କୁ ଧର୍ମ ପରିବର୍ତ୍ତନ କରିବାକୁ Humane ବାଧ୍ୟ କରୁଥିବା ଅଭିଯୋଗର ସତ୍ୟତା କେତେ ? 

ଲୋକପ୍ରିୟ ଓଡିଆ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ନାଁରେ ତାଙ୍କ ପତ୍ନୀ ଶ୍ରୀୟା ମିଶ୍ର ଆଣିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ହ୍ୟୁମାନ ଓ ତାଙ୍କ ମାଆ । ଗତ ମଙ୍ଗଳବାର ଦିନ ହ୍ୟୁମାନଙ୍କ ପତ୍ନୀ ଶ୍ରୀୟା କଟକ ଡିସିପିଙ୍କ ପାଖେ ଯାଇ ହ୍ୟୁମାନଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଥିଲେ । ଏହାପରେ କଟକ ଡିସିପି ପିନାକୀ ମିଶ୍ର ମହିଳା ଥାନାକୁ ଏହାର ତଦନ୍ତ କରିବାକୁ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଗତ ଗୁରୁବାର ଦିନ ଉଭୟ ହ୍ୟୁମାନ ଓ ଶ୍ରୀୟା ଥାନାରେ ହାଜର ହୋଇଥିଲେ ।

ସେଠାରେ ମହିଳା ଥାନା ପୋଲିସ ଉଭୟଙ୍କ ପାରିବାରିକ ବିବାଦ ସମାଧାନ କରିବାକୁ ଚେଷ୍ଟା କରିଥିଲେ । ତେବେ ହ୍ୟୁମାନ ସାଗର ଓ ତାଙ୍କ ମା’ ଏହି ବିବାଦ ସମାଧାନ କରିବାକୁ ଆଗ୍ରହୀ ଥିବାବେଳେ ଶ୍ରୀୟା କିନ୍ତୁ ଏନେଇ ଦୁଇଦିନ ସମୟ ମାଗିଥିଲେ । ତେବେ ଆଜି କି କାଲି ଭିତରେ ଜଣା ପଡିଯିବ କି ଶ୍ରୀୟା କଣ ନିଷ୍ପତ୍ତି ନେଲେ । ହେଲେ ଶ୍ରୀୟା ହ୍ୟୁମାନଙ୍କ ବିରୋଧରେ ଯେଉଁ ସବୁ ଅଭିଯୋଗ ଆଣିଛନ୍ତି ତାକୁ ସଂପୂର୍ଣ୍ଣ ମିଥ୍ୟା ବୋଲି କହିଛନ୍ତି ହ୍ୟୁମାନ ସାଗର ।

ଶ୍ରୀୟା ଅଭିଯୋଗ ଆଣିଛନ୍ତି ଯେ, ହ୍ୟୁମାନ ତାଙ୍କୁ ଧର୍ମ ପରିବର୍ତ୍ତନ ପାଇଁ ବାଧ୍ୟ କରୁଥିଲେ, ଏଥିପାଇଁ ମାଡ ମଧ୍ୟ ମାରୁଥିଲେ ଏବଂ ହିନ୍ଦୁ ଠାକୁରଙ୍କୁ ନେଇ ହ୍ୟୁମାନ ଅପମାନଜନକ କଥା କହୁଥିଲେ । ତେବେ ଏହାକୁ ଏକଦମ ମିଛ ବୋଲି କହିଛନ୍ତି ହ୍ୟୁମାନ ଓ ତାଙ୍କ ମାଆ । କାହିଁକି ନା ସେମାନେ ଖ୍ରୀଷ୍ଟଧର୍ମବଲମ୍ବୀ ହୋଇଥିଲେ ସୁଦ୍ଧା ତାଙ୍କ ଘରେ ପୂଜାଘର ରହିଛି ଓ ସେଥିରେ ଭଗବାନ ଗଣେଶ ଏବଂ ଜଗନ୍ନାଥଙ୍କ ମୂର୍ତ୍ତି ରହିଛି । ଶ୍ରୀୟା ସେଠାରେ ପୂଜା କରୁଥିଲେ ଏବଂ ହ୍ୟୁମାନ କି ତାଙ୍କ ମାଆ ଏନେଇ ତାଙ୍କୁ କେବେବି ବିରୋଧ କରିନାହାନ୍ତି ।

ଓଲଟା ଶ୍ରୀୟାଙ୍କ ଭାବନାକୁ ସମ୍ମାନ ଦେଇ ଘରେ ପୂଜାଘର ରଖିବା ସହ ନିଜେ ମଧ୍ୟ ଠାକୁରଙ୍କୁ ମାନନ୍ତି । ତେବେ ହ୍ୟୁମାନଙ୍କ ନାଁରେ ଧର୍ମ ପରିବର୍ତ୍ତନକୁ ନେଇ ବିବାଦ ଉଠୁଥିବା ବେଳେ ଏତିକି ବେଳେ ଦେଖିବାକୁ ମିଳିଛି କି ସତରେ ହ୍ୟୁମାନଙ୍କ ଘରେ ଠାକୁରଙ୍କ ମୂର୍ତ୍ତି ରହିଛି । ହ୍ୟୁମାନ କହିଛନ୍ତି କି ଯେପର୍ଯ୍ୟନ୍ତ ସେ ନିଜ ରୋଜଗାର ଟଙ୍କାର ହିସାବ ଶ୍ରୀୟାଙ୍କୁ ମାଗୁ ନଥିଲେ ସେ ପର୍ଯ୍ୟନ୍ତ ସବୁକିଛି ଠିକ ଥିଲା । କିନ୍ତୁ ଯେତେବେଳେ ହିସାବ ମାଗିଲେ ସେବେ ଠାରୁ ଶ୍ରୀୟା ଓ ତାଙ୍କ ମଧ୍ୟରେ ମନାନ୍ତର ଦେଖାଦେଲା ।

ଶ୍ରୀୟା ସବୁ ଟଙ୍କା ନେଇ ତାଙ୍କ ବାପଘରେ ଦେଉଥିବା ଅଭିଯୋଗ ମଧ୍ୟ ହ୍ୟୁମାନଙ୍କ ମା କରିଥିଲେ । ତେବେ ପତ୍ନୀ ଶ୍ରୀୟା ହ୍ୟୁମାନଙ୍କ ବିରୋଧରେ ଉଠାଇଥିବା ଅଭିଯୋଗରେ କେତେ ସତ୍ୟତା ରହିଛି ତାହା କେବଳ ତଦନ୍ତ ପରେ ଜଣାପଡିବ । କିନ୍ତୁ ସେମାନଙ୍କ ପାରିବାରିକ ବିବାଦ ଶୀଘ୍ର ସମାଧାନ ହୋଇଯାଉ ବୋଲି ସମଗ୍ର ଓଡିଶାବାସୀ ଆଶା ରଖିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।