ନ୍ୟୁଜିଲାଣ୍ଡ ବିପକ୍ଷ 2nd ODI ମ୍ଯାଚରେ ନୂଆ ଇତିହାସ ରଚିବ ଟିମ୍ ଇଣ୍ଡିଆ, ଏଭଳି ରେକର୍ଡ କେହି କେବେବି କରିନାହାନ୍ତି ! ଜାଣନ୍ତୁ କଣ ଏହି ନୂଆ ରେକର୍ଡ ?

ବିଶ୍ଵ କ୍ରିକେଟରେ ପ୍ରଥମ ଥର ପାଇଁ ହେବାକୁ ଯାଉଛି ଏଭଳି ରେକର୍ଡ । ଦ୍ଵିତୀୟ ଦିନିକିଆ ମ୍ଯାଚରେ ଟିମ୍ ଇଣ୍ଡିଆ ଇତିହାସ ରଚିବାକୁ ଯାଉଛି । କଣ ଏହି ଇତିହାସ ଏହା ଜାଣିବା ପୂର୍ବରୁ ଚାଲନ୍ତୁ ଜାଣିବା ଭାରତର ସମ୍ଭାବ୍ୟ ପ୍ଲେଇଂ ଏକାଦଶ । ନ୍ୟୁଜିଲାଣ୍ଡ ବିପକ୍ଷରେ ଟିମ୍ ଇଣ୍ଡିଆ ପ୍ରଥମ ଦିନିକିଆ ମ୍ଯାଚ ଖେଳି ସାରିଥିବା ବେଳେ ଆଜି ଦ୍ଵିତୀୟ ଦିନିକିଆ ମ୍ଯାଚ ଖେଳିବାକୁ ଯାଉଛି । ରାଇପୁରର ଶହୀଦ ବୀର ନାରାୟଣ ସିଂ ଆନ୍ତର୍ଜାତୀୟ ଷ୍ଟାଡିୟମରେ ନ୍ୟୁଜିଲାଣ୍ଡ ସହ ଏହି ମ୍ଯାଚ ଖେଳିବା ଟିମ୍ ଇଣ୍ଡିଆ ।

ଏହି ମ୍ଯାଚ ପାଇଁ ଉଭୟ ଦଳ ଜୋରଦାର ପ୍ରସ୍ତୁତି କରିଥିବା ବେଳେ ଟିମ୍ ଇଣ୍ଡିଆ ଏହି ମ୍ଯାଚରେ ଦ୍ଵିଶତକ ହାସଲ କରି ସାରିଥିବା ତିନିଜଣ କ୍ରିକେଟରଙ୍କୁ ଏକାସାଙ୍ଗେ ଖେଳାଇବ । ଏହି ତିନିଜଣ ବ୍ୟାଟ୍ସମ୍ୟାନ ହେଉଛନ୍ତି କ୍ଯାପଟେନ ରୋହିତ ଶର୍ମା, ଇଶାନ କିଶାନ ଏବଂ ନିକଟରେ ଦ୍ଵିଶତକ ହାସଲ କରିଥିବା ଶୁଭମାନ ଗିଲ୍ । ଅନ୍ୟପକ୍ଷେ ଟିମ୍ ଇଣ୍ଡିଆ ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ଵିତୀୟ ଦିନିକିଆ ମ୍ଯାଚରେ ଆଉ ଏକ ଇତିହାସ ସୃଷ୍ଟି କରିବାକୁ ଯାଉଛି ।

ଅର୍ଥାତ ଦିନିକିଆ କ୍ରିକେଟରେ ଏଭଳି କରିବାରେ ଟିମ୍ ଇଣ୍ଡିଆ ବିଶ୍ଵର ପ୍ରଥମ କ୍ରିକେଟ ଦଳ ହେବ । ଆପଣ ବି ଭାବୁଥିବେ ଟିମ୍ ଇଣ୍ଡିଆ କେଉଁ ରେକର୍ଡ ନିଜ ନାଁରେ କରିବାକୁ ଯାଉଛି ? ତେବେ କହିରଖୁଛୁ ଯେ, କ୍ଯାପଟେନ ରୋହିତ ଶର୍ମା ଦିନିକିଆ କ୍ରିକେଟରେ ତିନିଥର ଦ୍ଵିଶତକ ହାସଲ କରି ସାରିଛନ୍ତି । ଏହା ବ୍ଯତୀତ ଗତ ବର୍ଷ ଅର୍ଥାତ 2022ରେ ବାଂଲାଦେଶ ବିପକ୍ଷରେ ନିଜର ପ୍ରଥମ ଦ୍ଵିଶତକ ହାସଲ କରିଥିଲେ ଇଶାନ କିଶାନ ।

ସେହିପରି ଶୁଭମାନ ଗିଲ୍ ଚଳିତ ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଦିନିକିଆ ମ୍ଯାଚରେ ଦ୍ଵିଶତକ ହାସଲ କରିଥିଲେ ଏବଂ ନିଜ ନାଁରେ ଅନେକ ରେକର୍ଡ କରିଥିଲେ । ବିଶ୍ଵର ଏମିତି କୌଣସି ଦଳ ନାହିଁ ଯିଏ ନିଜ ପ୍ଲେଇଂ ଏକାଦଶରେ ତିନି ତିନୋଟି ଦ୍ଵିଶତକ ହାସଲ କରିଥିଲା ବ୍ୟାଟ୍ସମ୍ୟାନଙ୍କୁ ଖେଳାଇଛନ୍ତି । ତେଣୁ ଆଜିର ମ୍ଯାଚରେ ରୋହିତ ଶର୍ମା, ଈଶାନ କିଶାନ ଓ ଶୁଭମାନ ଗିଲ୍ ଏକାଠି ଗୋଟିଏ ମ୍ଯାଚରେ ଖେଳି ଏକ ସ୍ଵତନ୍ତ୍ର ରେକର୍ଡ ବନେଇବେ ।

ସୂଚନା ରହିଛି କି, ପ୍ରଥମ ଦିନିକିଆ ଜିତିବା ପରେ ବ୍ୟାଟିଂ କ୍ରମରେ ରୋହିତ କୌଣସି ପରିବର୍ତ୍ତନ କରିବେନି କିନ୍ତୁ ବୋଲିଂ କ୍ଷେତ୍ରରେ କିଛିଟା ପରିବର୍ତ୍ତନ ଆଣିପାରନ୍ତି । ଆଜିର ମ୍ଯାଚ ଖୁବ ରୋମାଞ୍ଚକର ରହିବ ବୋଲି କ୍ରିକେଟ ପ୍ରେମୀ ଆଶା କରୁଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।