2023 ରେ ଖଣ୍ଡ ଖଣ୍ଡ ହୋଇଯିବ ପାକିସ୍ତାନ, ଏନେଇ ବିଶେଷଜ୍ଞ ମାନେ ଦେଉଛନ୍ତି ବଡ ବୟାନ, ଭାରତ ପ୍ରତି ଏହା ବିପଦ କି ?

ପାକିସ୍ତାନର ସ୍ଥିତି ଦିନକୁ ଦିନ ବିଗିଡିବାରେ ଲାଗିଛି । ବିଦେଶୀ ସହଯୋଗ ମିଳିବା ପରେ ମଧ୍ୟ ପାକିସ୍ତାନ ଏକପ୍ରକାର ଦେବାଳିଆ ହେବାକୁ ବସିଛି । ପାକିସ୍ତାନର ଆର୍ଥିକ ସ୍ଥିତି ଏତେ ସହଜରେ ସୁଧିରିବାର ଆଶା ଦେଖାଯାଉନି । ବେରୋଜଗାରି ସାଙ୍ଗକୁ ଦରଦାମ ବୃଦ୍ଧି ଓ ଦୁର୍ନୀତି ପ୍ରପୀଡିତ ଲୋକେ ସରକାରଙ୍କ ବିରୋଧରେ ଆନ୍ଦୋଳନ କରିବା ଆରମ୍ଭ କରି ଦେଇଛନ୍ତି । ପାକିସ୍ତାନ ଅଧିକୃତ କାଶ୍ମୀରରେ ଥିବା କିଛିଲୋକ ଲଦାଖ ତଥା ଭାରତରେ ସାମିଲ ହେବା ପାଇଁ ପ୍ରଦର୍ଶନୀ ଆରମ୍ଭ କରିଛନ୍ତି ।

ଏସବୁ ଘଟଣା ଦେଖିଲେ ପାକିସ୍ତାନର ସ୍ଥିତିରେ ଯେ କୌଣସି ପରିବର୍ତ୍ତନ ହେବନି କିଛି ବିଶେଷଜ୍ଞ ଏହା ଅନୁମାନ କରୁଛନ୍ତି । ଆଉ ଏଭଳି ଲାଗି ରହିଲେ ପାକିସ୍ତାନ ଖୁବ ଶୀଘ୍ର ଖଣ୍ଡ ଖଣ୍ଡ ହୋଇଯିବା ମଧ୍ୟ ଆଶଙ୍କା କରାଯାଉଛି । ଆମେରିକା ଡେଲାବୟ ବିଶ୍ଵ ବିଦ୍ୟାଳୟ ଇସଲାମିକ ଷ୍ଟଡିଜ ପ୍ରୋଗ୍ରାମ ର ନିର୍ଦ୍ଦେଶକ ପ୍ରଫେସର ମୁକ୍ତାଦର ଖାନ କହିଛନ୍ତି କି, ପାକିସ୍ତାନ ଉପରେ ବର୍ତ୍ତମାନ 6 ଗୋଟି ସଙ୍କଟ ଘୁରି ବୁଲୁଛି ଯାହାକି ଦେଶକୁ ଖଣ୍ଡ ଖଣ୍ଡ କରିଦେବ ।

ପାକିସ୍ତାନ ସଙ୍କଟ ଦେଇ ଗତି କରୁଥିବା ବେଳେ ଭାରତ ଚାହିଁଲେ ଯୁଦ୍ଧ କରି ପିଓକେ ଓ ଅନ୍ୟ ଅଞ୍ଚଳକୁ ନିଜ ସହ ମିଶାଇ ଦେଇପାରିବ । ରାଜନୈତିକ ସଙ୍କଟ, ଆର୍ଥିକ ସଙ୍କଟ, ସୁରକ୍ଷା ସଙ୍କଟ, ସିଷ୍ଟମ ରେ ସଙ୍କଟ, ପରିଚୟର ସଙ୍କଟ ଏବଂ ପରିବେଶ ସଙ୍କଟ ଆଦି ମୁଖ୍ୟ ସଙ୍କଟମାନ ପାକିସ୍ତାନର ସ୍ଥିତିକୁ ଶୋଚନୀୟ କରିସାରିଛି । ଆଉ ଏହିସବୁ ସଙ୍କଟ 2023 ରେ ପାକିସ୍ତାନକୁ ଖଣ୍ଡ ଖଣ୍ଡ କରିଦେବ ବୋଲି ପ୍ରଫେସର ଖାନ କହିଛନ୍ତି ।

ପାକିସ୍ତାନର ସଙ୍କଟ ଯୋଗୁଁ ହଜାର ହଜାର ସଂଖ୍ଯାରେ ଶରଣାର୍ଥୀ ସାରା ବିଶ୍ବରେ ବ୍ୟାପିଯିବେ । ବିଶେଷ କରି ଭାରତ ପାଇଁ ଏହା ସବୁଠୁ ବଡ ଚିନ୍ତା ସୃଷ୍ଟି କରିପାରେ । ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ସତ୍ତାରୁ ହଟାଇବା ପରଠାରୁ ପାକିସ୍ତାନରେ ରାଜନୈତିକ ସଙ୍କଟ ଦେଖାଦେଇଛି । ଏବେବି ସରକାରୀ ବିରୋଧୀ ଭାଷଣ ଓ ପ୍ରଦର୍ଶନ ଯାଇ ରଖିଛନ୍ତି ଇମ୍ରାନ ।

ରାଜନୈତିକ ସଙ୍କଟ କାରଣରୁ ସରକାର ଠିକ ଭାବେ ପରିଚାଳିତ ହୋଇପାରୁନି ଓ ଏଥିପାଇଁ ଦେଶରେ ଅନ୍ୟ ସବୁ ସଙ୍କଟ ମଧ୍ୟ ଜୋର ଧରୁଛି । ତେବେ ଦେଖାଯାଉ ପାକିସ୍ତାନ ଆଗକୁ ଏହିସବୁ ସଙ୍କଟ ସମାଧାନ କରିବାରେ ସକ୍ଷମ ହୋଇପାରୁଛି କି ନାହିଁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।