ନିଜ କୁଚକ୍ରାନ୍ତ ନିଜ ଉପରେ ପଡିଲା ଭାରୀ, ଓଡିଶାରେ ମିଶିବା ପାଇଁ ସରକାରଙ୍କୁ ଗୁହାରି କରୁଛନ୍ତି ଆନ୍ଧ୍ରବାସୀ, ଦେଖନ୍ତୁ ସେମାନେ କଣ କହୁଛନ୍ତି, ଦେଖନ୍ତୁ video

ନିଜ ରାଜ୍ୟର ଲୋକଙ୍କ ବିକାଶ ପ୍ରତି ଧ୍ୟାନ ଦେବା ବଦଳରେ ଓଡିଶାର ସୀମାନ୍ତ ଗାଁ ଗୁଡକୁ ନିଜ ଅକ୍ତିଆରରେ ନେବାକୁ କୁଚକ୍ରାନ୍ତ କରି ଆସୁଛି ଆନ୍ଧ୍ରପ୍ରଦେଶ । ହେଲେ ଏବେ ନିଜର ଷଡଯନ୍ତ୍ର ନିଜ ଉପରେ ତାକୁ ଭାରି ପଡିଲାଣି । କାରଣ ଓଡିଶାର ବିକାଶଧାରାକୁ ଦେଖି ଏବେ ଓଡିଶା ସହ ମିଶିବେ ବୋଲି ସୀମାନ୍ତ ଲୋକେ କହୁଛନ୍ତି । ଚିତ୍ରକୋଣ୍ଡା ଠାରେ ବିଏସଏଫ ଏବଂ ପୋଲିସର ମିଳିତ ସହଯୋଗରେ ହେଉଥିବା ଏକ ଜନସମ୍ପର୍କ ଶିବିରରେ ଆନ୍ଧ୍ରପ୍ରଦେଶର 6ଟି ଗାଁର ଲୋକମାନେ ଆସି ମାଲକାନଗିରି ଏସପିଙ୍କୁ ଭେଟି ଏନେଇ ନିବେଦନ କରିଛନ୍ତି ।

ସେମାନେ ଏନେଇ କହିଛନ୍ତି କି, ଆମ ସରକାର ଆମକୁ ପଚାରୁ ନାହାନ୍ତି । ଆପଣ ଆମକୁ ବିକାଶ ଦେଲେ ଆମେ ଓଡିଶାରେ ମିଶିଯିବୁ । ସେମାନଙ୍କ ଗାଁକୁ ରାସ୍ତାଘାଟ ନାହିଁ କି ବ୍ରିଜ ନାହିଁ । ସ୍କୁଲ ଅଛି ହେଲେ ଶିକ୍ଷକ ନାହାନ୍ତି । ପାନୀୟଜଳ ପାଇଁ ସୀମାନ୍ତ ଲୋକଙ୍କୁ ବହୁତ ହଇରାଣ ହେବାକୁ ପଡୁଛି । ସେଥିପାଇଁ ସେମାନେ ଓଡିଶା ସହ ମିଶିବାକୁ ଚାହୁଁଥିବା କହିଛନ୍ତି । ମାଲକାନଗିରି ଏସପି ନୀତେଶ ୱାଧୱାନି ନିଜେ ମଧ୍ୟ ଏନେଇ ଗଣମାଧ୍ୟମରେ ପ୍ରକାଶ କରିଛନ୍ତି ।

ଲାଲ ବାହିନୀର ଆତଙ୍କ ଯୋଗୁଁ ବିଚ୍ଛିନ୍ନାଞ୍ଚଳରେ ବିକାଶ ଅଟକି ଯାଇଥିଲା । ଯେଉଁଥି ପାଇଁ ସମସ୍ତ ପ୍ରକାରର ମୌଲିକ ସୁବିଧାର ଏଠାକାର ବାସିନ୍ଦା ବଞ୍ଚିତ ହେଉଥିଲେ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ସେହି ଅଞ୍ଚଳରେ ଆଣ୍ଟି ନକ୍ସଲ ଅପରେସନ ଆରମ୍ଭ ହୋଇଥିଲା । ବିଏସଏଫ ମାଲକାନଗିରିକୁ ଆସିବା ପରେ ଲାଲ ବାହିନୀ ପଛଘୁଞ୍ଚା ଦେଇଥିଲେ । ତା’ପରେ ସେଠାରେ ବିକାଶ ଧାରା ଆଗେଇ ଚାଲିଲା ।

ସେଠାକାର ପ୍ରାୟ ସମସ୍ତ ଗାଁକୁ ଏବେ ରାସ୍ତା ଫିଟି ସାରିଥିବା ବେଳେ ପାନୀୟଜଳ, କୃଷି ପାଇଁ ଜଳସେଚନ ସୁବିଧା, ଶିକ୍ଷା ଓ ସ୍ୱାସ୍ଥ୍ୟ ଉପରେ ଗୁରୁତ୍ଵ ଦେଉଛନ୍ତି ସରକାର । ଏହି ବିକାଶ ଦେଖି ଓଡିଶାରେ ମିଶିବାକୁ ଆକୃଷ୍ଟ ହେଉଛନ୍ତି ସୀମାନ୍ତ ଆନ୍ଧ୍ରପ୍ରଦେଶ ବିଶାଖାପାଟଣା ଜିଲ୍ଲାର ଅନେକ ଗାଁର ଲୋକମାନେ । କାରଣ ସେହି ଗାଁ ଗୁଡିକରେ ପକ୍କା ସଡକ କଥା ତ ଛାଡ ବିଶୁଦ୍ଧ ପାନୀୟଜଳ ବ୍ୟବସ୍ଥା ବି ନାହିଁ ।

ଆଜି ବି ଏଠାକାର ଲୋକ ସାଧାରଣ ମୌଳିକ ସୁବିଧାରୁ ବଞ୍ଚିତ ଅଛନ୍ତି । ଓଡିଶା ସୀମାନ୍ତ ଗାଁ ଗୁଡିକୁ ନିଜ ସହ ମିଶାଇବା ପାଇଁ ଚକ୍ରାନ୍ତ କରୁଥିବା ରାଜ୍ୟ ନିଜ ରାଜ୍ୟର ଗ୍ରାମବାସୀଙ୍କୁ ମୌଳିକ ସୁବିଧା ଯୋଗାଇ ପାରୁନି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।