ଚଳନ୍ତା କାର୍ ବନେଟରେ ଚଢିଗଲେ ଯୁବକ, ଗାଡି ଚଲାଉଥିବା ଯୁବତୀ ଯାହା କଲେ ନା… ଦେଖନ୍ତୁ video

ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେବା ଭଳି ଏହି ଭିଡିଓ ଏବେ ଇଣ୍ଟରନେଟରେ ଖୁବ ଜୋରରେ ଭାଇରାଲ ହେଉଛି । ଏକ ଚଳନ୍ତା କାର୍ ଉପରେ ଜଣେ ଯୁବକ ଚଢିଛନ୍ତି ଏବଂ କାର୍ ଟି ଫୁଲ୍ ସ୍ପିଡ୍ ରେ ଆଗକୁ ମାଡି ଚାଲିଛି । ଏହି କାର୍ ଟିକୁ ଚଳାଉଛନ୍ତି ଜଣେ ଯୁବତୀ । ଯୁବକ ଜଣକ ଜୀବନ ବିକଳରେ ଗାଡି ରଖିବାକୁ ଚିତ୍କାର କରୁଛନ୍ତି । ହେଲେ ଯୁବତୀ କିଛି ନଶୁଣି ନିଜ ଟାଟା ନେକ୍ସନ ଗାଡି ବନେଟରେ ଚଢିଥିବା ଯୁବକଙ୍କୁ ଆଗକୁ ଘୋଷାଡ଼ି ନେଉଛନ୍ତି ।

ବେଙ୍ଗାଲୁରୁ ସହରରେ ଏଭଳି ଏକ ଅଦ୍ଭୁତ ଘଟଣା ଘଟିଥିବା ବେଳେ ଏହାର ଭିଜୁଆଲ ଏବେ ସାମ୍ନାକୁ ଆସିଛି । ଭିଡିଓ ସାମ୍ନାକୁ ଆସିବା ପରେ ପୋଲିସ ଏହାର ତଦନ୍ତ ଆରମ୍ଭ କରିଥିଲା । ମିଳିଥିବା ସୂଚନା ଅନୁଯାୟୀ, ଗାଡି ଚଲାଉଥିବା ଯୁବତୀଙ୍କ ନାଁ ହେଉଛି ପ୍ରିୟଙ୍କା । ସେ ବେଙ୍ଗାଲୁରୁର ଜ୍ଞାନଭାରତୀ ରାସ୍ତାରେ ଜଣେ ଯୁବକଙ୍କୁ ନିଜ ବନେଟରେ ରଖି ପ୍ରାୟ ଗୋଟିଏ କିଲୋମିଟର ଯାଏଁ ଘୋଷାଡ଼ି ନେଇଥିଲେ । ଉକ୍ତ ପୀଡିତ ଯୁବକଙ୍କ ନାଁ ହେଉଛି ଦର୍ଶନ ।

ସେ କହିଛନ୍ତି କି, ଯୁବତୀଙ୍କ ଟାଟା ନେକ୍ସନ କାର୍ ପ୍ରଥମେ ତାଙ୍କ ମାରୁତି ସୁଜୁକି ସ୍ଵିଫ୍ଟ କାର୍ କୁ ଧକ୍କା ଦେଇଥିଲା । ଫଳରେ ଏ କଥାକୁ ନେଇ ପ୍ରିୟଙ୍କା ଓ ଦର୍ଶନଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ପରେ ପ୍ରିୟଙ୍କା ସେଠାରୁ ଖସି ପଳାଇବା ପାଇଁ ଚେଷ୍ଟା କରିଥିଲେ । ଏହା ଦେଖି ଦର୍ଶନ ତାଙ୍କୁ ଅଟକାଇବାକୁ ଯାଇ ଗାଡି ଆଗରେ ଠିଆ ହୋଇଥିବା ବେଳେ ଯୁବତୀ ତାଙ୍କୁ ଧକ୍କା ଦେବାକୁ ଚେଷ୍ଟା କରିଥିଲେ ।

ଯାହାଫଳରେ ଯୁବକ ନିଜ ଜୀବନ ବଞ୍ଚାଇବା ପାଇଁ ଗାଡିର ବନେଟ ଉପରକୁ ଡେଇଁ ପଡିଥିଲେ । ଆଉ ଦର୍ଶନ ବନେଟରେ ସେହିପରି ଲାଖିଥିବା ବେଳେ ପ୍ରାୟ ଏକ କିମି ପର୍ଯ୍ୟନ୍ତ ତାଙ୍କୁ ଘୋଷାଡ଼ି ନେଇଥିଲେ ପ୍ରିୟଙ୍କା । ଶେଷରେ ରାସ୍ତାରେ ଯାଉଥିବା ଲୋକମାନେ ବିରୋଧ କରିବାକୁ ଗାଡି ଅଟକାଇ ଦେଇଥିଲେ ପ୍ରିୟଙ୍କା । ଏହି ଘଟଣାରେ ପ୍ରିୟଙ୍କା ଓ ଦର୍ଶନଙ୍କ ସମେତ ମୋଟ 5 ଜଣଙ୍କୁ ପୋଲିସ ଗିରଫ କରିଥିବା ଜଣାପଡିଛି ।

ଗିରଫ ହୋଇଥିବା ଅନ୍ୟ ତିନିଜଣ ହେଉଛନ୍ତି ଯଶବନ୍ତ, ସୁଜନ ଓ ବିନୟ । ତେବେ ପ୍ରିୟଙ୍କାଙ୍କ ନାଁରେ ହତ୍ୟା ଉଦ୍ୟମ ରୁଜୁ ହୋଇଥିବା କହିଛି ବେଙ୍ଗାଲୁରୁ ପୋଲିସ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।