ବିବାହ ସମାରୋହରେ ଏତେ ଟଙ୍କା ଓ Jewellery ଆଗରୁ କେବେ ଦେଖି ନଥିବେ, ନୋଟ ବଣ୍ଡଲର Video ହେଉଛି ଭାଇରାଲ, ନଦେଖିଲେ ବିଶ୍ଵାସ ହେବ ନାହିଁ

ନମସ୍କାର ବନ୍ଧୁଗଣ । ଆମ ଦେଶରେ ଯୌତୁକ ପ୍ରଥା ଏକ ପରମ୍ପରା ଅଟେ । କିନ୍ତୁ ବର୍ତ୍ତମାନ ଏହାକୁ ବିରୋଧ କରା ଯାଉଛି । କିନ୍ତୁ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ନୂଆ ଖବର ନେଇ ଆସିଛୁ । ଖବର ମୁତାବକ ଉତ୍ତର ପ୍ରଦେଶରେ ଶାମଲି ଜିଲ୍ଲାର କୁରେସି ସମାଜରେ ହୋଇଥିବା ନିର୍ବନ୍ଧ ଓ ବିବାହ ରେ ବ୍ୟବହାର ହୋଇଥିବା ଟଙ୍କା ଓ ଗହଣାର ଭିଡିଓ ଭାଇରାଲ ହୋଇଛି ।

ଏହି ଭିଡିଓରେ କୁହା ଯାଉଛି ଯେ ୨୦ ଲକ୍ଷ ୫୧ ହଜାର ଟଙ୍କା, ୪୦ ପ୍ରକାରର ସୁନା ଓ ୩୦ ପ୍ରକାରର ଚାନ୍ଦିର ଆଇଟମ ରହିଛି । ଏହା ଛଡା ଦିତୀୟ ଭାଇ ୨୧ ଲକ୍ଷ ଟଙ୍କା, ୧୧ ପ୍ରକାର ସୁନା ଆଇଟମ ସମୁଦି ସମୁଦୁଣିଙ୍କୁ ଭେଟ ଆକାରରେ ଦେଇଛନ୍ତି । ଏହା ବ୍ଯତୀତ କନ୍ୟା ମଧ୍ୟ ସୁନାରେ ଛାଇ ହେବାର ଏହି ଭିଡିଓରେ ନଜର ଆସୁଛି । କୁରେସି ସମାଜର ଲୋକ ମାନଙ୍କ କହିବା ଅନୁଯାୟୀ ସେମାନେ ବିବାହରେ ଗହଣା ବ୍ଯତୀତ ୫୧ ଲକ୍ଷ ଟଙ୍କା ପକ୍ଷକୁ ଦେଇଥିଲେ ।

ଏହି ଭିଡିଓ ଭାଇରାଲ ହେବା ପରେ ସିଓ ଥାନା ଭାବନା ଅଧିକାରୀ ଅମିତ ସକସେନା ଏହି ମାମଲାକୁ ନେଇ ଯାଞ୍ଚ ପରତାଳ କରିବା ଆରମ୍ଭ କରିଛନ୍ତି ।  ଆମ ଦେଶରେ ଯୌତୁକ ମାମଲା ଅଧିକ ଦିନକୁ ଦିନ ବଢିବାରେ ଲାଗିଛି । ଏହି ଘଟଣା ରୁ ସ୍ପଷ୍ଟ ହେଉଛି ଯେ ଯୌତୁକ ମାମଲାକୁ ଏହି ଭଳି ଭାବେ ପ୍ରଶୟ ଦିଆ ଯାଉଛି । ଯେଉଁ ଭଳି ଏହି ବିବାହରେ ସୁନା ଚାନ୍ଦି ଓ ଟଙ୍କାର ବର୍ଷ କରା ଯାଉଛି ଗରିବ ଲୋକ ମାନକ ପ୍ରତି ଏହା ଏକ ସନ୍ଦେଶ ଭାବେ କାମ କରିବ ।

ଏହି ଘଟଣା ରୁ ଗରିବ ଲୋକ ମାନେ ନିଜ ଝିଅ ବିବାହରେ ଯୌତୁକ ନ ଦେଇ ପାରିଲେ ସେମାନଙ୍କ ବିବାହରେ ଅସୁବିଧା ହୋଇପାରେ । ତେଣୁ ଏଭଳି ଏକ ଯୌତୁକ ପ୍ରଥା ଆମ ସମାଜ ଓ ଦେଶ ପାଇଁ ନିନ୍ଦନୀୟ ଅଟେ । ଏହା ଦ୍ଵାରା ଅନେକ ଲୋକ ମାନଙ୍କ ମନରେ ଯୌତୁକକୁ ନେଇ ଈର୍ଷା ହେବ ସହ ଡିମାଣ୍ଡ ମଧ୍ୟ ଅଧିକ ରହିବ । ତେଣୁ ଆମ ଦେଶରେ ଚାଲିଥିବା ଏହି ଭଳି ଯୌତୁକକୁ ତୁରନ୍ତ ବନ୍ଦ କରିବା ଉଚିତ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।