ବିବାହିତ ମହିଳାକୁ ବନ୍ଧକ କରି ଭଣଜା ସାମ୍ନାରେ ହିଁ କଲେ ଗ୍ୟାଙ୍ଗରେପ, ତା ପରେ ତା ସହିତ ବି ଜବରଦସ୍ତ କଲେ ଦୁଷ୍କର୍ମ

ରାଜସ୍ଥାନର ଅଲୱର ଜିଲ୍ଲାର ତିଜାରାରୁ ଗୋଟିଏ ମହିଳା ସହିତ ଗ୍ୟାଙ୍ଗରେପର ମାମଲା ସାମ୍ନାକୁ ଆସିଛି । କୁହାଯାଉଛି କି ଆରୋପିମାନେ ମହିଳାକୁ ରେପ କରିଲେ, ଏହା ପରେ ତାହାର ଭିଡିଓ କରି ତାକୁ ଭାଇରାଲ କରି ଦେଲେ । ସୂଚନା ଅନୁସାରେ ମହିଳାର ଆୟୁ ୪୫ ବର୍ଷ ଅଟେ ଓ ଏହି ଘଟଣା ୧୪ ସେପ୍ଟେମ୍ବରର ଅଟେ ।

ଭିଡିଓ ଭାଇରାଲ ହେବା ପରେ ମହିଳା ଜଣକ ପୋଲିସର ସାହାର୍ଯ୍ୟ ମାଗିଲେ ଓ ୧୭ ସେପ୍ଟେମ୍ବରକୁ କେସ ଦର୍ଜ କରାଇଲେ । ଏହା ପରେ ପୋଲିସ ଏହି ମାମଲାରେ ଯାଞ୍ଚ କରି କିଛି ଆରୋପିମାନଙ୍କୁ ଧରି ନେଇଛନ୍ତି ।

ଏହି ମାମଲା ବିଷୟରେ ଭିବାଡ଼ୀର ପୋଲିସ ଅଧୀକ୍ଷକ ରାମ ମୂର୍ତି ଜୋଶୀ କହିଲେ କି ମହିଳା ଜଣକ ନିଜ ସହିତ ହୋଇଥିବା ଅତ୍ୟାଚାର ବିଷୟରେ ରିପୋର୍ଟ ଦର୍ଜ କରିବା ପାଇଁ ୧୭ ସେପ୍ଟେମ୍ବର ପାଖାପାଖି ରାତି ୯.୩୦ରେ ତିଜାରା ଥାନାରେ ଆସିଥିଲେ । ଏହା ପରେ ପୋଲିସ ପ୍ରାଥମିକ ରୂପରେ ଗୋଟିଏ ନାବାଳକ ସହ ୬ ଜଣ ଆରୋପିମାନଙ୍କ ବିଷୟରେ ଜାଣିଲେ ଓ ସେମାନଙ୍କ ମଧ୍ୟରେ ଦୁଇ ଜଣ ଧରା ପଡିଛନ୍ତି ।

ପୋଲିସ ଉପଅଧୀକ୍ଷକ କୁଶାଲ ସିଂହ କହିଲେ କି ପୀଡ଼ିତା ମହିଳା ବିବାହିତ ଅଟନ୍ତି ଓ ସେ ନିଜର ଭଣଜା ସହିତ ୧୪ ତାରିଖ ଦିନ ହରିୟାଣାର କଂସାଲୀ ଗ୍ରାମରେ ନିଜର ସମ୍ପର୍କୀୟଙ୍କ ସହ ସାକ୍ଷାତ କରି ଘରକୁ ଫେରୁଥିଲେ । ଦୁଇ ଜଣ ବାଇକରେ ଆସୁଥିଲେ କି ତିଜାରା ଥାନା ଅନ୍ତର୍ଗତ ପହାଡ଼ ପାଖରେ ୫ – ୬ ଜଣ ଯୁବକ ଏମାନଙ୍କୁ ଅଟକାଇ ଦେଲେ ଓ ଭଣଜାକୁ ମାରିବାକୁ ଲାଗିଲେ ।

 

ଏହା ପରେ ପ୍ରଥମେ ଭଣଜାର ଗୋଡ ହାତ ବାନ୍ଧି ଦେଲେ ଓ ଆରୋପିମାନେ ମହିଳା ସହିତ ରେପ କରିଲେ । ଏହା ପରେ ପୁଣି ଥରେ ଭଣଜା ଓ ପୀଡ଼ିତା ମହିଳାର ଜବରଦସ୍ତି ଗୋଟିଏ ଖରାପ ଭିଡିଓ କରିଲେ ଓ ସେହି ଭିଡିଓକୁ ଭାଇରାଲ କରିଦେଲେ । ଏହା ପରେ ଘରକୁ ଫେରିବା ପରେ ମହିଳା ଓ ତାହାର ଭଣଜା ଏହି ଘଟଣା ବିଷୟରେ କାହାକୁ ବି କିଛି କହିଲେ ନାହିଁ । କିନ୍ତୁ ୧୭ ଡିସେମ୍ବରକୁ ଭିଡିଓ ଭାଇରାଲ ହେବା ପରେ ପୀଡ଼ିତା ମହିଳା ଜଣକ କେସ ଦର୍ଜ କରାଇଲେ ।

ଏହି ଭିଡିଓ ଅଲୱର ଓ ହରିୟାଣା ଗ୍ରାମରେ ଭାଇରାଲ କରାଯାଇ ଥିଲା । ପୋଲିସ ପୀଡ଼ିତାର ମେଡିକାଲ ଯାଞ୍ଚ କରି ଆରୋପିମାନଙ୍କୁ ଧରି ନେଇଛନ୍ତି । ଏହି ମାମଲାରେ ପୋଲିସ ବର୍ତ୍ତମାନ ପର୍ଯ୍ୟନ୍ତ ଭାଇରାଲ କରିଥିବା କିଛି ଆରୋପିମାନଙ୍କୁ ଗିରଫ୍ତାର କରି ନେଇଛନ୍ତି । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ବି ଘଟଣାର ମୁଖ୍ୟ ଆରୋପି ସହିତ ଅନ୍ୟ କିଛି ଆରୋପିମାନେ ଫେରାର ଅଛନ୍ତି ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।