ଏହି ସହଜ ଉପାୟରେ ଜାଣନ୍ତୁ କିପରି ଆପଣ ଶୀଘ୍ର ନିଜର ଓଜନ ବଢାଇ ପାରିବେ !

ଓଜନ ବଢାଇବା ଓ ଠିକ ଭାବରେ ଓଜନ ବଢାଇବା ଏ ଦୁଇଟି ଭିତରେ ବହୁତ ପାର୍ଥକ୍ୟ ଥାଏ । ଓଜନ ବଢାଇବାର ଏହା ଅର୍ଥ ନୁହେଁ କି ଆପଣ ଦିନସାରା ଖାଇବେ କିମ୍ବା ଅଧିକ ମିଠା ଖାଇବେ । ଏହା ଦ୍ୱାରା ଆପଣଙ୍କର ପୃଥଳତା ବଢିବା ସହିତ ଆପଣଙ୍କ ଦେହ ମଧ୍ୟ୍ୟ ଖରାପ ହୋଇଥାଏ । ଏହା ଦ୍ୱାରା ଆପଣଙ୍କର ବିଭିନ୍ନ ପ୍ରକାର ରୋଗ ମାଡ଼ି ଆସିଥାଏ । ଯାହାଦ୍ୱାରା ଆପଣ ବିମାରିରେ ପଡି ପାରନ୍ତି । ଅଧିକ ଖାଇବା ଦ୍ୱାରା ଆପଣଙ୍କର ଗ୍ୟାସ ହୋଇପାରେ ଓ ଆପଣଙ୍କ ଦେହର ସନ୍ତୁଳନ ବିଗିଡି ଯାଇପାରେ । ଆପଣ ଅଧିକ ମିଠା ଖାଇବା ଦ୍ୱାରା ଆପଣ ଡାଇବେଟିସର ଶିକାର ହୋଇପାରନ୍ତି । ତେବେ ଆସନ୍ତୁ ଜାଣିବା ପୁରା ଦିନ ଆପଣ କିପରି ଭାବରେ ନିଜର ଖାଦ୍ୟ ଖାଇବେ ।

ଆପଣ ସଖାଳୁ ଉଠି ଗୋଟିଏରୁ ଦୁଇଟି ଗ୍ଲାସ ଉଷୁମ ପାଣି ଗୋଟିଏ ଜାଗାରେ ବସି ପିଅନ୍ତୁ । ସଖାଳୁ ଖାଲି ପେଟରେ ଗରମ ପାଣି ପିଇବା ଦ୍ୱାରା ଆମ ପେଟରୁ ଟକ୍ସିନ ଗୁଡ଼ିକ ବାହାରି ଯାଇଥାନ୍ତି ଓ ଆମ ପେଟ ସଫା ରହିବା ସହିତ ଆମ ଦେହର ମାଂସ ପେଷି ଠିକ ଭାବେ କାମ କରେ ଓ ଆମ ରକ୍ତ ସଞ୍ଚାଳନ ଠିକ ଭାବେ ହୋଇଥାଏ ।

ପାଣି ପାଇବାର ଅଧଘଣ୍ଟା ପରେ ଆପଣ କିଛି ଆଗରୁ ଭିଜା ଯାଇଥିବା କିଛି ପେସ୍ତା ବାଦାମ ଖାଆନ୍ତୁ । ଏହା ଆପଣଙ୍କର ହଜମ ଶକ୍ତିକୁ ବଢ଼େଇଥାଏ । ଏହାପରେ ଆପଣ ଗୋଟିଏ ଘଣ୍ଟା ବ୍ୟାୟାମ କରନ୍ତୁ ।ଏହା ପରେ ଆପଣ କିଛି ଫଳ ଯେମିତିକି ଦୁଇଟି କଦଳୀ, ଗୋଟିଏ ସେଓ, କିଛି ଡାଲିମ୍ବ ଓ କିଛି କାଜୁ, ଖିସମିସ ପେସ୍ତା ବାଦାମ ଓ କିଛି କ୍ଷୀର ପକେଇ ଏହାର ଏକ ଜୁସ ପ୍ରସ୍ତୁତ କରି ପିଅନ୍ତୁ । ଏଥିରେ ଆପଣ ଜମାରୁ ବି ଚିନି ପଳାଇବେ ନାହିଁ ।

ଏହାର ଏକ ଘଣ୍ଟା ବା ଦେଢ଼ ଘଣ୍ଟା ପରେ ଆପଣ ସକାଳ ଭୋଜନ କରନ୍ତୁ । ସେଥିରେ ଆପଣ ଦୁଇଟି ପରଟା, ଉପମା, ଇଟିଲି ଆଦି ପୁଷ୍ଟି କର ଖାଦ୍ୟ ଖାଆନ୍ତୁ । ଏହାର ଦୁଇଘଣ୍ଟା ପରେ ଆପଣ କିଛି ଫଳ ଖାଇ ପାରିବେ । ଏହା ପରେ ଆପଣ ଦୁଇଟା ବେଳେ କିଛି ଭାତ, କିମ୍ବା ଦୁଇରୁ ତିନି ପଟ ରୁଟି ଖାଆନ୍ତୁ । ସେଥିରେ ଆପଣ କିଛି ଡାଲି କିଛି ତରକାରୀ ଓ କିଛି ଦହି ଖାଆନ୍ତୁ ।

ଏହା ପରେ ଅପରାହ୍ନରେ ଆପଣ ଚା ସହିତ କୁଛି ଚଟପଟା ଖାଦ୍ୟ ଯେପରିକି କିଛି ପକୁଡି, ବିସ୍କୁଟ ଆଦି ଜିନିଷ ଖାଇପାରିବେ । ଏହାର ଦୁଇରୁ ତିନି ଘଣ୍ଟା ପରେ ଆପଣ ରାତ୍ରି ଭୋଜନ ଖାଇପାରିବେ । ଏହା ଆପଣଙ୍କର ବହୁତ ହାଲ୍କା ହେବା ଦରକାର । ଏଥିରେ ଆପଣ କିଛି ସାଲାଡ଼, ଦୁଇଟି ରୁଟି ତାସହିତ କିଛି ଡାଲି ଓ କିଛି ତରକାରୀ ହେବା ଦରକାର । ଯଦି ରାତ୍ରି ଭୋଜନର କିଛି ସମୟ ପରେ ଆପଣଙ୍କୁ ଭୋକ ଲାଗୁଥାଏ ତେବେ ଆପଣ ଗୋଟିଏ ଗ୍ଲାସ ଉଷୁମ କ୍ଷୀର ସହିତ କିଛି ଖିସମିଶ କିମ୍ବା କିଛି ଖଜୁରୀ ଖାଇପାରିବେ ।

ଆପଣ ଦିନମାନ ଭିତରେ ଖାଇବା ପରେ ଯଦି କିଛି ମିଠା ଖାଇବାକୁ ଇଚ୍ଛା ହୁଏ ତେବେ ଆପଣ କିଛି ଚକଲେଟ ମଧ୍ୟ୍ୟ ଖାଇପାରିବେ । ଏହି ପୁରା ପ୍ରଣାଳୀ କରିବା ଦ୍ୱାରା ଆପଣଙ୍କୁ ୧୭୦୦ କ୍ୟାଲୋରୀ ମିଳିଥାଏ ଯାହା ଦ୍ୱାରା ଆପଣ ଗୋଟିଏ ମାସ ଭିତରେ ତିନି ରୁ ପାଞ୍ଚ କିଲୋ ପର୍ଯ୍ୟନ୍ତ ଓଜନ ବଢାଇ ପାରିବେ । ଏହା ସହିତ ଆପଣଙ୍କୁ ୭ ରୁ ୮ ଘଣ୍ଟା ଶୋଇବାକୁ ପଡିବ ଏବଂ ଆପଣ କୌଣସି ମାନସିକ ଚାପରେ ନ ରହିବା ଉଚିତ ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।