IPL 2020- ଧୋନୀ ପଡିଆକୁ ଓଲହାଇବା ମାତ୍ରେ ହିଁ ହେଲା ହଙ୍ଗାମା, ଅମ୍ପେୟାର ବି ମାହିଙ୍କ ଆଗରେ ନଇଁଲେ, ରୋହିତ କହିଲେ ଏମିତି କେମିତି ହେଲା

IPL ୨୦୨୦ ଆରମ୍ଭ ହୋଇ ଯାଇଛି ଏମିତିରେ ପ୍ରଥମ ମ୍ୟାଚ ଯାହାକି ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପର କିଙ୍ଗ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ଏବଂ ଚେନ୍ନାଇ ମୁମ୍ବାଇ ଠାରୁ ୫ ୱିକେଟରେ ଏହି ମ୍ୟାଚରେ ବିଜୟ ହାସଲ କରିଛନ୍ତି । ଏହା ସହିତ ଅମ୍ବାତି ରାୟଡୁ ଓ ଫାଫ ଡୁ ପ୍ଲେସସିସ ମ୍ୟାଚର ହିରୋ ହେଲେ । କିନ୍ତୁ ମ୍ୟାଚରେ ସମସ୍ତଙ୍କ ନଜର ମହେନ୍ଦ୍ର ସିଂହ ଧୋନୀଙ୍କ ଉପରେ ଥିଲା । କାରଣ ଧୋନୀ ୪୩୬ ଦିନ ପରେ ପଡିଆକୁ ଓଲ୍ହାଇ ଥିଲେ ।

ମ୍ୟାଚ ମଧ୍ୟରେ ଗୋଟିଏ ସମୟରେ ଏମିତି ଲାଗୁଥିଲା କି ଧୋନୀ ବ୍ୟାଟିଙ୍ଗ କରିବାକୁ ଆସିବେ ନାହିଁ । କିନ୍ତୁ ଅଚାନକ ଧୋନୀଙ୍କୁ ପଡିଆ ମଝିକୁ ଆସିବାକୁ ପଡିଲା । ଏହା ପରେ ହଙ୍ଗାମା ଆରମ୍ଭ ହୋଇଗଲା । ତେବେ ଚାଲନ୍ତୁ ଜାଣିବା ଧୋନୀଙ୍କ ଆସିବା ପରେ କଣ ହେଲା ।

କହିବାକୁ ଗଲେ ଏହି ମ୍ୟାଚକୁ ଚେନ୍ନାଇ ହାରି ଯାଇ ଥାନ୍ତା କାରଣ ଚେନ୍ନାଇର ଆରମ୍ଭ ଖରାପ ହୋଇଥିଲା । କିନ୍ତୁ ଅମ୍ବାତି ରାୟଡୁ ଓ ଫାଫ ଡୁ ପ୍ଲେସସିସ ଯୋଗୁ ଚେନ୍ନାଇ ଶେଷରେ ଏହି ମ୍ୟାଚକୁ ଜିତି ନେଲା । କିନ୍ତୁ ମ୍ୟାଚରେ ଅସଲ ମଜା ସେତେବେଳେ ଆସିଲା ଯେତେବେଳେ ଧୋନୀ ବିନା ପ୍ୟାଡରେ ପଡିଆକୁ ଓଲହାଇଲେ । କହିବାକୁ ଗଲେ ୧୯ ଓଭରରେ ଶ୍ୟାମ କରନ ଓ ଫାଫ ଡୁ ପ୍ଲେସସିସ ବ୍ୟାଟିଙ୍ଗ କରୁଥିଲେ ଏବଂ ୧୨ଟି ବଲରେ ଚେନ୍ନାଇକୁ ୧୬ ରନ ଦରକାର ଥିଲା ।

ଏମିତିରେ ଶ୍ୟାମ କରନ ବୁମରାଙ୍କ ପ୍ରଥମ ବଲରେ ୬ ମାରି ଚେନ୍ନାଇକୁ ବିଜୟର ପାଖାପାଖି ନେଇ ଆସିଲେ । ଅନ୍ୟ ପଟେ ଧୋନୀ ନିଜର ପ୍ୟାଡ ଓଲ୍ହାଇ ସାରିଥିଲେ କାରଣ ସମସ୍ତେ ଜାଣି ସାରିଥିଲେ କି ଚେନ୍ନାଇ ଏହି ମ୍ୟାଚ ଜିତି ଯିବ । କିନ୍ତୁ ଅଚାନକ ଦ୍ଵିତୀୟ ବଲରେ ଶ୍ୟାମ କରନ ଆଉଟ ହୋଇଗଲେ ଓ ଶେଷରେ ହଡବଡିରେ ଧୋନୀଙ୍କୁ ପଡିଆକୁ ଆସିବାକୁ ପଡିଲା । କହିବାକୁ ଗଲେ ପଡିଆରେ ଦର୍ଶକମାନେ ତ ନ ଥିଲେ ।

କିନ୍ତୁ ଯେଉଁମାନେ ସ୍ଟାଫ ଥିଲେ ସେମାନେ ଧୋନୀ ଧୋନୀର ନାରା ଲଗାଇଲେ । ଏହା ପରେ ଧୋନୀ ବ୍ୟାଟିଙ୍ଗ ଆରମ୍ଭ କରିଲେ ତ ପ୍ରଥମ ବଲରେ ହିଁ ବିଟ ହେଲେ ଓ ଡିକକ କ୍ୟାଚ ଧରିଲେ, ଏହା ସହିତ ଅପିଲ ବି ହେଲା ଏବଂ ଅନ୍ୟ ପଟେ ଅମ୍ପେୟାର ଆଉଟ ବି ଦେଇ ଦେଲେ । ଏମିତିରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ । ଏହା ପରେ ଧୋନୀ ସଙ୍ଗେ ସଙ୍ଗେ DRS ମାଗିଲେ । ଏଥିରେ ଧୋନୀ ସଠିକ ପ୍ରମାଣିତ ହେଲେ କାରଣ ବଲ ଧୋନୀଙ୍କୁ ବାଜି ହିଁ ନ ଥିଲା ।

ଏହା ପରେ ଅମ୍ପେୟାର ଧୋନୀଙ୍କ ସାମ୍ନାରେ ଭୁଲ ମାଗି ଧୋନୀଙ୍କୁ ନଟ ଆଉଟ କରିଲେ । ଏହି ସମୟରେ ମୁମ୍ବାଇର କ୍ୟାପଟେନ ରୋହିତ ଶର୍ମା ବି ତାଳି ମାରି ଧୋନୀଙ୍କ ପ୍ରଶଂସା କରିଲେ । ଏହିଭଳି ଭାବରେ ଧୋନୀ ପ୍ରଥମ ଦିନ ହିଁ ନିଜର ଜଲୱା ଦେଖାଇ ଦେଲେ ।

ଧୋନୀଙ୍କ ନିଷ୍ପତି ଉପରେ ଆପଣଙ୍କ ମତାମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।