ବାରାବଙ୍କି ଜିଲ୍ଲାର କୋତବାଲି ଫତେହପୁର କ୍ଷେତ୍ରର ହସନପୁର ତାଣ୍ଡା ଗ୍ରାମରେ ଜଣେ ଯୁବକ ବାହାଘରର ୨୪ଘଣ୍ଟା ମଧ୍ୟରେ ନିଜ ସ୍ତ୍ରୀକୁ ତିନ ତଲାକ ଦେଇ ସମ୍ପର୍କ ଭାଙ୍ଗିଥିଲା । ଏହି ମାମଲାରେ ପୋଲିସ ଯୌତୁକ ଉତ୍ପୀଡନ ଅପରାଧରେ ଶାଶୁଘର ଲୋକଙ୍କ ଉପରେ କେସ ଫାଇଲ କରିଥିଲା । ଘରଲୋକ ବାହାଘର ପରେ ଚଉଠିବିଧି ପାଇଁ ଆୟୋଜନ କରୁଥିଲେ କିନ୍ତୁ ହଠାତ ଛାଡପତ୍ର କଥା ଶୁଣି ଆଶ୍ଚର୍ଯ୍ୟ ହେଇଗଲେ । ଝିଅର ଘର ବସିବା ପୂର୍ବରୁ ହିଁ ଭାଙ୍ଗିଯିବା କଥାଶୁଣି ଝିଅର ବାପା ପୋଲିସରେ ପୁଅ ବିରୁଦ୍ଧରେ କେସ ଫାଇଲ କରିଥିଲେ ।
ପୋଲିସ ସୂତ୍ର ଅନୁସାରେ ଜାଣିବାକୁ ମିଳିଲା କି ହସନପୁର ତାଣ୍ଡା ନିବାସୀ କୁତୁବୁଦ୍ଦିନଙ୍କ ଝିଅ ସହ ଜାହାଙ୍ଗିର ଥାନା ଅନ୍ତର୍ଗତ ସଦ୍ଦିପୁରରେ ରହୁଥିବା ସାହେ ଆଲମଙ୍କ ସହ ବାହାଘର ହୋଇଥିଲା । ଝିଅର ବିଦାଇ ମଧ୍ୟ ହେଇଯାଇଥିଲା।
ଝିଅର ଘରକୁ ଯିବା ପାଇଁ ପ୍ରସ୍ତୁତି ଚାଲିଥିଲା କି ସେହି ସମୟରେ ଶାଶୁଘରୁ ଫୋନ ଆସିଥିଲା କି ରୁକସାନା ର ଦେହ ଅସୁସ୍ଥ ଅଛି । ଝିଅର ଘରଲୋକ ଯେତେବେଳେ ଶାଶୁଘରେ ପହଞ୍ଚିଲେ ରୁକସାନା ଘରଲୋକଙ୍କୁ ଦେଖି କାନ୍ଦିବାକୁ ଲାଗିଲା ଓ କହିଲା କି ଯୌତୁକରେ ମୋଟରସାଇକେଲ ଦାବି କରି ସ୍ଵାମୀ ଓ ଶାଶୁଘରଲୋକ ରାଗିଛନ୍ତି । ଝିଅର ବାପା କୁତୁବୁଦ୍ଦିନ ଜ୍ଵାଇଁ ସାହେ ଆଲମଙ୍କୁ କିଛି ସମୟ ମାଗିଥିଲେ କିନ୍ତୁ କେହି ଜଣେ ବି ତାଙ୍କ କଥା ଶୁଣିନଥିଲେ ଓ ତାଙ୍କୁ ମାରିବାକୁ ଧମକ ଦେଇଥିଲେ ।
ଏହା ମଧ୍ୟରେ ସାହେ ଆଲମ ରାଗିକି ‘ତଲାକ, ତଲାକ, ତଲାକ’ କହି ଘରୁ ବାହାରିଯିବାପାଇଁ କହିଥିଲା । ବାହାଘରର ୨୪ଘଣ୍ଟା ମଧ୍ୟରେ ଡିଭୋର୍ସ ହେଇଥିବାରୁ ଘରଲୋକ ଚିନ୍ତିତ ହେଇଯାଇଥିଲେ । ଡିଭୋର୍ସ ପରେ ଝିଅ ଜୋର ଜୋର ରେ କାନ୍ଦିବାକୁ ଲାଗିଥିଲା ।
ଏହି ଘଟଣା ପରେ ଝିଅର ବାପା ଥାନାରେ କେସ ରୁଜୁ କରିଥିଲେ । ଫତେହପୁର ର ପୋଲିସ କ୍ଷେତ୍ରାଧିକାରି ଅରବିନ୍ଦ କୁମାର ବର୍ମା କହିଥିଲେ କି ଯୌତୁକ ପାଇଁ ତାଙ୍କ ଶାଶୁଘର ଲୋକଙ୍କ ଉପରେ କେସ ଫାଇଲ ହେଇସାରିଛି । ଏହି କେସର ପୁରା ସନ୍ଧାନ କରି ଦୋଷୀକୁ ଦଣ୍ଡ ଦିଆଯିବ ଓ ଯିଏ ଏହି ଅପରାଧରେ ମିଶିଥିବ ନିଶ୍ଚିନ୍ତ ଦଣ୍ଡ ପାଇବ ।