ଏହି ଖେଳାଳି ଭାରତ ପାଇଁ ଖେଳିସାରିଛନ୍ତି ଅନେକ ଟୁର୍ଣ୍ଣାମେଣ୍ଟ , ଆଜି ଫୁଟପାତ ରେ ବିତାଉଛନ୍ତି ଏମିତି ଜୀବନ

ଭାରତରେ ଏମିତି ଲୋକ ଅଛନ୍ତି ଯିଏ ଭାରତ ପାଇଁ ବହୁତ ଭଲ କାମ କରିଛନ୍ତି କିନ୍ତୁ ସେମାନଙ୍କୁ ଆଜି ଯାଏ ଲୋକ ଜାଣିନାହାଁନ୍ତି । ଏଥିରେ ଫିଲ୍ମ ଓ ଅନ୍ୟ ଜଗତର ଲୋକ ସାମିଲ ଅଛନ୍ତି କିନ୍ତୁ ଆମେ ଆପଣଙ୍କୁ ଏମିତି ଜଣେ ଲୋକଙ୍କ ବିଷୟରେ କହିବୁ ଯିଏ ଭାରତ ପାଇଁ ଅନେକ ଟୁର୍ଣ୍ଣାମେଣ୍ଟ ଖେଳିଥିଲେ କିନ୍ତୁ ଆଜି ତାଙ୍କ ଜୀବନ ଏମିତି ହୋଇଯାଇଛି ଯାହାକି ଆପଣଙ୍କୁ ଶୁଣି ଅଜବ ଲାଗିବ ।

ଏହି ଖେଳାଳି ଖେଳିଲେ ଭାରତ ପାଇଁ ଅନେକ ଟୁର୍ଣ୍ଣାମେଣ୍ଟ

ଭାରତର ରାଜଧାନୀରେ ଏମିତି ଏମିତି ଗୁଣବାନ ବ୍ୟକ୍ତି ଅଛନ୍ତି ଯାହାଙ୍କ ବିଷୟରେ ବହୁତ ଲୋକ ଜାଣି ନାହାଁନ୍ତି । ଦିଲ୍ଲୀର ପାହାଡଗଞ୍ଜ ଅଞ୍ଚଳର ବସନ୍ତ ରୋଡ ରେ କିଛି ବାଟ ଆଗକୁ ଗଲେ କିଛି ଲୋକ ରୋଡରେ ବସିଥାନ୍ତି । ଏହି ଲାଇନରେ ଏମିତି ଜଣେ ଲୋକ ବସନ୍ତି ଯିଏକି ବହୁତ ଶୀତରେ ଖାଲି ଗୋଟେ କମ୍ବଳ ଘୋଡେଇ ହୋଇ ବସିଥାନ୍ତି ।

ସେହି ଲୋକଟିକୁ ପଚାରିବାକୁ କେହି ନଥାନ୍ତି କିନ୍ତୁ ଆପଣ ଜାଣିଛନ୍ତି ସେ କିଏ ,ସେ ହେଉଛନ୍ତି ଜଣେ ହକିର ପୁରୁଣା ଖେଳାଳି ଯାହାଙ୍କ ନାମ ଅମରଜିତ ସିଂ ଅଟେ । ତାଙ୍କୁ ଜାଣିଥିବା ଲୋକ କୁହନ୍ତି କି ସେ ଜଣେ ହକି ଖେଳାଳି ଥିଲେ । ସେ ରାଜ୍ୟସ୍ତରୀୟରେ ହକି ଖେଳିଛନ୍ତି ଓ ସେ ବିଦେଶରେ ମଧ୍ୟ କେତେ ବର୍ଷ ରହିଥିଲେ । କିନ୍ତୁ ଆଜି ପରିସ୍ଥିତି ତାଙ୍କୁ ରାସ୍ତାରେ ରହି ଜୀବନଯାପନ କରିବା ପାଇଁ ବାଧ୍ୟ କରିଛି ।

ଏହି ଅଞ୍ଚଳର ଲୋକମାନେ ଅମରଜିତ ସିଂଙ୍କୁ ବହୁତ ଭଲ ଭାବରେ ଜାଣିଛନ୍ତି ଓ ସେମାନେ , କିଏ ତାସାହାର୍ଯ୍ୟ କରନ୍ତି, କିଏ ତାଙ୍କୁ ଖାଇବାକୁ ଦିଏ ତ ଆଉ କିଏ ତାଙ୍କୁ କପଡା ପିନ୍ଧିବା ପାଇଁ ଦିଏ । କିଏ କିଏ ତାଙ୍କୁ ପଇସା ସାହାର୍ଯ୍ୟ ମଧ୍ୟ କରିଥାନ୍ତି । ଅମରଜିତ ସିଂ ଏହି ପରି କେତେ ବର୍ଷରୁ ନିଜ ଜୀବନ ରାସ୍ତାରେ ଅତିବାହିତ କରୁଛନ୍ତି । ଏଠାରେ ରହୁଥିବା ଲୋକ କୁହନ୍ତି କି ଅମରଜିତ କେବେ କାହାକୁ ସାହାର୍ଯ୍ୟ ମାଗି ନାହାଁନ୍ତି କିନ୍ତୁ ଲୋକ ନିଜ ମନରୁ ସବୁବେଳେ ଅମରଜିତଙ୍କୁ ସାହାର୍ଯ୍ୟ କରନ୍ତି ।

ଅମରଜିତ ସିଂ ସବୁବେଳେ ସେଠାକାର ଲୋକଙ୍କ ସହ କଥା ହୁଅନ୍ତି ଆଉ କୁହନ୍ତି କି ସେ ଯେବେ ହକି ଖେଳୁଥିଲେ ତାଙ୍କ ପାଖକୁ ଆସୁଥିବା ଲୋକଙ୍କ ସହ ସେ ଇଂଗ୍ଲିଶରେ କଥା ହେଉଥିଲେ । ଅମରଜିତଙ୍କ କାହାଣୀ ସୋସିଆଲ ମିଡିଆରେ ଆସିବା ପରେ ଖେଳ ମନ୍ତ୍ରୀ କିରଣ ରିଜିଜୁ କହିଥିଲେ ତାଙ୍କୁ ସାହାର୍ଯ୍ୟ କରିବାପାଇଁ , ବଲିଉଡ଼ର ଅଭିନେତା ଅମିତାଭ ବଚନ ମଧ୍ୟ ସାହାର୍ଯ୍ୟ କରିଥିଲେ ।

ଭାରତର ରାଷ୍ଟ୍ରୀୟ ଖେଳ ହେଉଛି ହକି କିନ୍ତୁ ହକି କୁ ସେତିକି ଗୁରୁତ୍ତ୍ଵ ଦିଆଯାଏ ନାହିଁ ଯେତିକି କ୍ରିକେଟକୁ ଦିଆଯାଏ । ହକି ଖେଳ ଓ ତାର ଖେଳାଳିମାନଙ୍କୁ ମଧ୍ୟ ସେତିକି ଗୁରୁତ୍ତ୍ଵ ଦିଆଯିବା ଅବଶ୍ୟକ । ଅମରଜିତ ସିଂ ଙ୍କ ଜୀବନ କାହାଣୀ ଏହିପରି ଥିଲା ଯାହାକି ସବୁଲୋକ ଜାଣି ନାହାଁନ୍ତି ।