ଟିମ ଇଣ୍ଡିଆକୁ କାହିଁକି ଧୋନୀ ଦରକାର, ରବି ଶାସ୍ତ୍ରୀ କହିଲେ ଏହି ବଡ କଥା

କେମିତି ବଛାଯିବ ଟି-20 ୱାର୍ଲ୍ଡକପ ପାଇଁ ଟିମ ଇଣ୍ଡିଆ, ଶାସ୍ତ୍ରୀ ଖୋଲିଲେ ରାଜ । ଶାସ୍ତ୍ରୀ କହିଲେ କି ସେ ମହେନ୍ଦ୍ର ସିଂହ ଧୋନୀଙ୍କ ସମେତ କୌଣସି ପ୍ଲେୟାରକୁ ଖାରିଜ କରନ୍ତି ନାହି । ଆଇପିଏଲ ରେ ବହୁତ ଜଣାଶୁଣା ଖେଳାଳି ଖେଳରେ ପ୍ରଭାବିତ କରି ୱାଲ୍ଡ କପରେ ନିଜ ସ୍ଥାନ ନିରୁପଣ କରିପାରନ୍ତି । ଟିମ ଇଣ୍ଡିଆର ହେଡ କୋଚ ରବି ଶାସ୍ତ୍ରୀ ନୂଆ ସିଜନର ଆରମ୍ଭ ଏହି ଆଶାରେ କରୁଛନ୍ତି କି ଏହି ବର୍ଷ ୱାଲ୍ଡ କପ ପୁଣି ଥରେ ଇଣ୍ଡିଆ ଜିତିବ । ଶାସ୍ତ୍ରୀଙ୍କ ମତରେ ଏହି ଟିମରେ ଥିବା ସମସ୍ତ ପ୍ଲେୟାରଙ୍କୁ କେବଳ ପୂର୍ବ ଭୁଲରୁ ଶିଖିବା ଦରକାର । ମାନସିକ ଦୃଷ୍ଟିରୁ ଆଉ ଟିକେ ମଝବୁତ ହେବାକୁ ପଡିବ ।

ଶ୍ରୀଲଙ୍କା ବିପକ୍ଷରେ ବର୍ଷର ପ୍ରଥମ ସିରିଜ ଖେଳିବା ପୂର୍ବରୁ ଶାସ୍ତ୍ରୀ NBT କୁ କହିଛନ୍ତି କି ୱାଲ୍ଡ କପ ପାଇଁ ଟିମ ଚୟନ କରିବାର IPL ର ମୁଖ୍ୟ ଭୂମିକା ରହିବ । ଲୋକମାନଙ୍କୁ ଆଇପିଏଲ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିବ । ଶାସ୍ତ୍ରୀ କହିଲେ କି ସେ କୌଣସି ପ୍ଲେୟାରକୁ ଖାରିଜ କରନ୍ତି ନାହି । ହେଲେ ଆଇପିଏଲ ରୁ ଏକ ରୁ ଦୁଇଟି ପ୍ଲେୟାର ୱାଲ୍ଡ କପ ପାଇଁ ନିଶ୍ଚିନ୍ତ ମିଳିବେ । ଆଇପିଏଲ ପରେ ୱାଲ୍ଡ କପ ଆଉ ୩ -୪ ମାସ ରହିବ । ଆଇପିଏଲ ରୁ ଆମକୁ ଶେଷ ପର୍ଯ୍ୟାୟରେ ୧୬- ୧୭ ପ୍ଲେୟାର ବାଛିବା ପାଇଁ ସାହାର୍ଯ୍ୟ ମିଳିପାରେ ।


୨୦୧୯ର ଆକଳନ

ଶାସ୍ତ୍ରୀଙ୍କ ମତରେ ଯେଉଁ ଭଳି ଇଣ୍ଡିଆନ ଟିମ ତିନୋଟି ଫର୍ମାଟ ରେ ନିଜର କନ୍ଫିଡେନ୍ସ ଦେଖେଇଛନ୍ତି ମୋ ହିସାବରେ ଭାରତୀୟ କ୍ରିକେଟ ପାଇଁ ଏହି ବର୍ଷ ସବୁଠୁ ଭଲ ବର୍ଷ ରହିବ । ଓଲ୍ଡ ଟ୍ରଫୋର୍ଡରେ ‘ସେହି ୧୫ ମିନିଟ ପର୍ଯ୍ୟନ୍ତ’ ଯଦି ଭଲ କରିଥାନ୍ତେ ତେବେ ଆହୁରି ଭଲ ହୋଇଥାନ୍ତା ।


ପ୍ରଭାବିତ କରୁଥିବା ନୂଆ ଖେଳାଳି

ପୃଥ୍ବୀ ସାବ ପୂର୍ବ ବର୍ଷ ଭଲ ପଦର୍ଶନ କରିଥିଲେ ହେଲେ ସେ ଆଘାତ ପାଇଥିଲେ । ଶୁଭମାନ ଗିଲ୍ ମଧ୍ୟ ବହୁତ ଭଲ ଖେଳାଳି । ବୋଲର୍ସମାନଙ୍କ ମଧ୍ୟରୁ ଦୀପକ ଚାହାର ବହୁତ ଭଲ କରିଥିଲେ ହେଲେ ତାଙ୍କୁ ନିଜର ଫିଟନେସ ପାଇଁ କାମ କରିବାକୁ ପଡିବ ଓ ଆଘାତରୁ ବଞ୍ଚିବାକୁ ପଡିବ ।


ଯୁବ ମାନଙ୍କ ପାଇଁ ମଉକା

ଇଣ୍ଡିଆ Aରେ ସାମିଲ ଥିବା ବହୁତ ଯୁବକମାନଙ୍କ ପାଇଁ ଏହା ଏକ ଭଲ ମଉକା ଅଛି । ସେମାନଙ୍କ ପାଖରେ ନ୍ୟୁଜଲ୍ୟାଣ୍ଡରେ ସିଲେକ୍ଟର୍ସ ମାନଙ୍କୁ ପ୍ରଭାବିତ କରିବା ପାଇଁ ବହୁତ ଭଲ ମଉକା ଅଛି । ବୋଲର୍ସ ମାନଙ୍କ ପାଇଁ ମଧ୍ୟ ଅବସର ମିଳିବ ।