ବିବାହର ୨୪ ଘଣ୍ଟା ଭିତରେ ହିଁ ସ୍ଵାମୀ ସ୍ତ୍ରୀକୁ ଦେଲା ‘ତିନ ତଲାକ’, କାରଣ ଜାଣି ଆଶ୍ଚର୍ଯ୍ୟ ହେଇଗଲେ ଘରଲୋକ

ବାରାବଙ୍କି ଜିଲ୍ଲାର କୋତବାଲି ଫତେହପୁର କ୍ଷେତ୍ରର ହସନପୁର ତାଣ୍ଡା ଗ୍ରାମରେ ଜଣେ ଯୁବକ ବାହାଘରର ୨୪ଘଣ୍ଟା ମଧ୍ୟରେ ନିଜ ସ୍ତ୍ରୀକୁ ତିନ ତଲାକ ଦେଇ ସମ୍ପର୍କ ଭାଙ୍ଗିଥିଲା । ଏହି ମାମଲାରେ ପୋଲିସ ଯୌତୁକ ଉତ୍ପୀଡନ  ଅପରାଧରେ ଶାଶୁଘର ଲୋକଙ୍କ ଉପରେ କେସ ଫାଇଲ କରିଥିଲା । ଘରଲୋକ ବାହାଘର ପରେ ଚଉଠିବିଧି ପାଇଁ ଆୟୋଜନ କରୁଥିଲେ କିନ୍ତୁ ହଠାତ ଛାଡପତ୍ର କଥା ଶୁଣି ଆଶ୍ଚର୍ଯ୍ୟ ହେଇଗଲେ । ଝିଅର ଘର ବସିବା ପୂର୍ବରୁ ହିଁ ଭାଙ୍ଗିଯିବା କଥାଶୁଣି ଝିଅର ବାପା ପୋଲିସରେ ପୁଅ ବିରୁଦ୍ଧରେ କେସ ଫାଇଲ କରିଥିଲେ ।

ପୋଲିସ ସୂତ୍ର ଅନୁସାରେ ଜାଣିବାକୁ ମିଳିଲା କି ହସନପୁର ତାଣ୍ଡା ନିବାସୀ କୁତୁବୁଦ୍ଦିନଙ୍କ ଝିଅ ସହ ଜାହାଙ୍ଗିର ଥାନା ଅନ୍ତର୍ଗତ ସଦ୍ଦିପୁରରେ ରହୁଥିବା ସାହେ ଆଲମଙ୍କ ସହ ବାହାଘର ହୋଇଥିଲା । ଝିଅର ବିଦାଇ ମଧ୍ୟ ହେଇଯାଇଥିଲା।

ଝିଅର ଘରକୁ ଯିବା ପାଇଁ ପ୍ରସ୍ତୁତି ଚାଲିଥିଲା କି ସେହି ସମୟରେ ଶାଶୁଘରୁ ଫୋନ ଆସିଥିଲା କି ରୁକସାନା ର ଦେହ ଅସୁସ୍ଥ ଅଛି । ଝିଅର ଘରଲୋକ ଯେତେବେଳେ ଶାଶୁଘରେ ପହଞ୍ଚିଲେ ରୁକସାନା ଘରଲୋକଙ୍କୁ ଦେଖି କାନ୍ଦିବାକୁ ଲାଗିଲା ଓ କହିଲା କି ଯୌତୁକରେ ମୋଟରସାଇକେଲ ଦାବି କରି ସ୍ଵାମୀ ଓ ଶାଶୁଘରଲୋକ ରାଗିଛନ୍ତି । ଝିଅର ବାପା କୁତୁବୁଦ୍ଦିନ ଜ୍ଵାଇଁ ସାହେ ଆଲମଙ୍କୁ କିଛି ସମୟ ମାଗିଥିଲେ କିନ୍ତୁ କେହି ଜଣେ ବି ତାଙ୍କ କଥା ଶୁଣିନଥିଲେ ଓ ତାଙ୍କୁ ମାରିବାକୁ ଧମକ ଦେଇଥିଲେ ।

ଏହା ମଧ୍ୟରେ ସାହେ ଆଲମ ରାଗିକି ‘ତଲାକ, ତଲାକ, ତଲାକ’ କହି ଘରୁ ବାହାରିଯିବାପାଇଁ କହିଥିଲା । ବାହାଘରର ୨୪ଘଣ୍ଟା ମଧ୍ୟରେ ଡିଭୋର୍ସ ହେଇଥିବାରୁ ଘରଲୋକ ଚିନ୍ତିତ ହେଇଯାଇଥିଲେ । ଡିଭୋର୍ସ ପରେ ଝିଅ ଜୋର ଜୋର ରେ କାନ୍ଦିବାକୁ ଲାଗିଥିଲା ।

ଏହି ଘଟଣା ପରେ ଝିଅର ବାପା ଥାନାରେ କେସ ରୁଜୁ କରିଥିଲେ । ଫତେହପୁର ର ପୋଲିସ କ୍ଷେତ୍ରାଧିକାରି ଅରବିନ୍ଦ କୁମାର ବର୍ମା କହିଥିଲେ କି ଯୌତୁକ ପାଇଁ ତାଙ୍କ ଶାଶୁଘର ଲୋକଙ୍କ ଉପରେ କେସ ଫାଇଲ ହେଇସାରିଛି । ଏହି କେସର ପୁରା ସନ୍ଧାନ କରି ଦୋଷୀକୁ ଦଣ୍ଡ ଦିଆଯିବ ଓ ଯିଏ ଏହି ଅପରାଧରେ ମିଶିଥିବ ନିଶ୍ଚିନ୍ତ ଦଣ୍ଡ ପାଇବ ।