28 ବର୍ଷ ପରେ ଆଜି କିଛି ଏମିତି ଦେଖା ଯାଉଛନ୍ତି TV ସିରିଏଲ “ଶ୍ରୀ କୃଷ୍ଣ” ର ଏହି 6 ଜଣ ଷ୍ଟାର

ଟିଭିରେ ‘ମହାଭାରତ’ ଓ ରାମାନନ୍ଦ ସାଗରଙ୍କ ‘ରାମାୟଣ’ ପୁନଃ ପ୍ରସାରଣ କରାଯିବା ପରେ ଫ୍ୟାନମାନେ ରାମାନନ୍ଦ ସାଗରଙ୍କ ଆଉ ଏକ ସିରିଏଲ ‘ଶ୍ରୀ କ୍ରୀଷ୍ଣା’ ମଧ୍ୟ ପ୍ରସାରଣ କରାଯାଉ ବୋଲି ଦାବି କରିଥିଲେ । ସିରିଏଲ ‘ଶ୍ରୀ କ୍ରୀଷ୍ଣା’ ପ୍ରଥମ ଥର ୧୯୯୩ ରୁ ୧୯୯୬ ମଧ୍ୟରେ ପ୍ରସାରିତ ହୋଇଥିଲା । ଆଜି ଏତେ ବର୍ଷ ପରେ ଭଗବାନ ଶ୍ରୀକୃଷ୍ଣଙ୍କ ଉପରେ ଆଧାରିତ ଏହି ଲୋକପ୍ରିୟ ଧାର୍ମିକ ଶୋ ର କଳାକାର ମାନେ ଏବେ କଣ କରୁଛନ୍ତି ଓ କେମିତି ଦେଖା ଯାଉଛନ୍ତି ତାହା ଆଜି ଆମେ ଆପଣଙ୍କୁ ଜଣାଇବୁ ।

ଏହି ସିରିଏଲରେ ସର୍ବଦମନ ବାନାର୍ଜୀ ଭଗବାନ କୃଷ୍ଣଙ୍କ ମୁଖ୍ୟ ଚରିତ୍ରରେ ଅଭିନୟ କରିଥିଲେ । ଏହି ଚରିତ୍ରରେ ସର୍ବଦମନ ବାନାର୍ଜୀଙ୍କୁ ଖୁବ ଲୋକପ୍ରିୟତା ମିଳିଥିଲା । ବର୍ତ୍ତମାନ ସର୍ବଦମନ ଟିଭି ଓ ଫିଲ୍ମ ଦୁନିଆକୁ ସବୁ ଦିନ ପାଇଁ ଅଲବିଦା କରି ଦେଇଛନ୍ତି । ଏବେ ସେ ରିଷିକେଶରେ ରହୁଛନ୍ତି ଓ ସେଠାକାର ଲୋକଙ୍କୁ ମେଡିଟେସନ ଶିଖାଉଛନ୍ତି । ଏହା ସହ ଏକ NGO କୁ ମଧ୍ୟ ସହଯୋଗ କରୁଛନ୍ତି । ଏହା ପିଲା ଏବଂ ମହିଳାଙ୍କ ପାଇଁ କାର୍ଯ୍ୟ କରେ ।

ବନ୍ଧୁଗଣ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ, ସିରିଏଲ ‘ଶ୍ରୀ କ୍ରୀଷ୍ଣା’ ରେ ହିମେଶ ରେଶମିୟାଙ୍କ ପତ୍ନୀ ସୋନିଆ କପୁର ମଧ୍ୟ ନଜର ଆସିଥିଲେ । ସୋନିଆ ଏହି ସିରିଏଲରେ ଶ୍ରୀକୃଷ୍ଣଙ୍କ ଭଉଣୀ ସୁଭଦ୍ରାଙ୍କ ଚରିତ୍ରରେ ଅଭିନୟ କରିଥିଲେ । ଏହି ଶୋ ରେ ତାଙ୍କ ଚରିତ୍ର ଖୁବ ଛୋଟ ଥିଲେ ମଧ୍ୟ ସେ ଆହୁରି ଅନେକ ସିରିଏଲ ଓ ଟିଭି ଶୋ ରେ ମଧ୍ୟ କାର୍ଯ୍ୟ କରିଛନ୍ତି । କିନ୍ତୁ ବର୍ତ୍ତମାନ ସେ ଟିଭି ଇଣ୍ଡଷ୍ଟ୍ରିରୁ ନିଜକୁ ଦୂରେଇ ରଖିଛନ୍ତି ।

ଏହି ଶୋ ରେ ରୁକମଣି, ଯମୁନା, ଲକ୍ଷ୍ମୀ ଓ ଦୂର୍ଗାଙ୍କ ଚରିତ୍ରରେ ଅଭିନୟ କରିଥିଲେ ଅଭିନେତ୍ରୀ ପିଙ୍କି ପାରେଖ । ଏହା ବ୍ଯତୀତ ପିଙ୍କି ଅନେକ ଗୁଜୁରାଟୀ ସିରିଏଲ ଓ ଫିଲ୍ମରେ ମଧ୍ୟ କାମ କରିଛନ୍ତି । ଆଉ ଆଜି ମଧ୍ୟ ସେ ଗୁଜୁରାଟୀ ଇଣ୍ଡଷ୍ଟ୍ରିରେ ହିଁ କାର୍ଯ୍ୟରତ ଅଟନ୍ତି । ସିରିଏଲରେ ଭଗବାନ ଶିବଙ୍କ ଚରିତ୍ରରେ ଅଭିନୟ କରିଥିବା ବିଜୟ କବିଶଙ୍କୁ ମଧ୍ୟ ଦର୍ଶକ ଖୁବ ପସନ୍ଦ କରିଥିଲେ । ସେ ରାମାୟଣରେ ମଧ୍ୟ ଭଗବାନ ଶିବଙ୍କ ଭୂମିକା ତୁଲାଇଥିଲେ । ସେ ଅନେକ ବଲିଉଡ ଫିଲ୍ମରେ ମଧ୍ୟ କାମ କରିଛନ୍ତି । କିନ୍ତୁ ବର୍ତ୍ତମାନ ଦୀର୍ଘ ସମୟ ଧରି ତାଙ୍କୁ କୌଣସି ସିରିଏଲ କିମ୍ବା ଫିଲ୍ମରେ ଦେଖିବାକୁ ମିଳିନାହିଁ ।

ସିରିଏଲ ‘ଶ୍ରୀ କ୍ରୀଷ୍ଣା’ ରେ ଭଗବାନ କୃଷ୍ଣଙ୍କ ଯୁବାବସ୍ଥା ଚରିତ୍ରରେ ଅଭିନୟ କରିଥିଲେ ଅଭିନେତା ସ୍ଵପ୍ନିଲ ଯୋଶୀ । ‘ଶ୍ରୀ କ୍ରୀଷ୍ଣା’ ରେ କାର୍ଯ୍ୟ କରିବା ପରେ ସ୍ଵପ୍ନିଲଙ୍କ ଜୀବନ ରାତାରାତି ବଦଳି ଯାଇଥିଲା । ସେ ଯେଉଁଠାକୁ ମଧ୍ୟ ଯାଉଥିଲେ ଲୋକେ ଅସଲରେ ମଧ୍ୟ ତାଙ୍କୁ ଭଗବାନଙ୍କ ପରି ପୂଜା କରୁଥିଲେ । ଏହାଛଡା ସ୍ଵପ୍ନିଲ ଅନେକ ଫିଲ୍ମ ଓ ସିରିଏଲରେ ମଧ୍ୟ ନଜର ଆସିଛନ୍ତି । ବର୍ତ୍ତମାନ ସ୍ଵପ୍ନିଲ ମରାଠୀ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣେ ଜଣାଶୁଣା ଅଭିନେତା ।

ଅଭିନେତ୍ରୀ ଦାମିନୀ କନୱାଲ ସିରିଏଲରେ ଯଶୋଦାଙ୍କ ଭୂମିକା ନିଭାଇଥିଲେ ଓ ତାଙ୍କୁ ଦର୍ଶକେ ଖୁବ ପସନ୍ଦ ମଧ୍ୟ କରିଥିଲେ । ଦାମିନୀ ‘କ୍ରାଇମ ପେଟ୍ରୋଲ’ ରେ ମଧ୍ୟ କାମ କରିଥିଲେ ଓ ଆଜି ବି ଇଣ୍ଡଷ୍ଟ୍ରିରେ କାମ କରୁଛନ୍ତି । ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ ଆଉ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।