ମା’ଙ୍କ ବିରୁଦ୍ଧରେ ସାଂଘାତିକ ଅଭିଯୋଗ ଆଣି ଥାନାର ଦ୍ଵାରସ୍ଥ ହେଲା ଝିଅ, ଥରେ ଶୁଣନ୍ତୁ ସେ କଣ କହୁଛନ୍ତି, ଶୁଣିଲେ ଆପଣଙ୍କ ହୋସ ଉଡିଯିବ, ଦେଖନ୍ତୁ Video

କୁହାଯାଏ କି ଭଗବାନ ସବୁଆଡେ ଏକା ସାଥିରେ ସାଥିରେ ରହିବା ସମ୍ଭବ ନୁହେଁ, ସେଥିପାଇଁ ସେ ମା କୁ ବନେଇଛନ୍ତି । ମା ର ମମତାର କୌଣସି ସୀମା ନ ଥାଏ । ଦୁନିଆରେ ଯାହାର ମା ନାହିଁ ତାର କେହି ନାହିଁ ବୋଲି କୁହାଯାଏ ।

ବିଶେଷ କରି ଆମ ଭାରତୀୟ ସଂସ୍କୃତିରେ ମା ର ସ୍ଥାନ ଖୁବ ଉଚ୍ଚରେ । ପିତାମାତାଙ୍କୁ ଭଗବାନଙ୍କ ସ୍ଥାନ ଦିଆଯାଇଛି । ପିଲା ପାଇଁ ମାଆ କିଛି ମଧ୍ୟ କରିପାରେ । ହେଲେ ଏହି ମାମଲାରେ ଏହିସବୁ ସଂପୂର୍ଣ୍ଣ ବିପରୀତ । କଳିଯୁଗରେ ଆଜ୍ଞା କିଛି ମଧ୍ୟ ଅସମ୍ଭବ ନୁହେଁ । ମା ପରି ପବିତ୍ର ଓ ନିଷ୍କଳଙ୍କ ପ୍ରେମରେ ଲାଗିଛି ଦାଗ । ମା ଙ୍କ କଳା କାରନାମା ବିରୁଦ୍ଧରେ ସ୍ଵର ଉଠାଇଛନ୍ତି ତାଙ୍କ ନିଜ ଜନ୍ମ କଲା ଝିଅ । ଜଣେ ମାଆ ଯେ ଏପରି କରିପାରେ ଆପଣ କେବେ ଚିନ୍ତା ମଧ୍ୟ କରି ନ ଥିବେ ।

ତେବେ ମା ଙ୍କ ବିରୋଧରେ ଏହିପରି ଏକ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ତାଙ୍କ ଝିଅ ଓ ପୁଅ । ଝିଅଙ୍କ କହିବା ଅନୁଯାୟୀ ଗତ ଆଠ ବର୍ଷ ଧରି ତାଙ୍କ ବାପା ଜେଲରେ ଅଛନ୍ତି । ତା ପୂର୍ବରୁ ସେ ଅର୍ଥତତ୍ତ୍ଵ ବିଭାଗରେ କାର୍ଯ୍ୟ କରୁଥିଲେ । ତେବେ ବାପା ଜେଲ ଯିବା ପରେ ତାଙ୍କ ମା ଦୁଇ ପିଲାଙ୍କୁ ନେଇ ଏକା ରହୁଥିଲେ । ସମୟ ଗଡିବା ସହ ଧୀରେ ଧୀରେ ସମସ୍ତେ ତାଙ୍କ ମା ଙ୍କୁ ବୁଝାଇଥିଲେ କି କେତେ ଦିନ ଏମିତି ଦୁଃଖରେ ରହିବ ଜୀବନକୁ ଭଲ ଭାବେ ବଞ୍ଚିବା ଶିଖ ।

ମନ ଭଲ ରଖିବା ପାଇଁ ସୋସିଆଲ ମିଡିଆ ବ୍ୟବହାର ମଧ୍ୟ କରିବାକୁ ଉପଦେଶ ଦେଇଥିଲେ । ତା ପରେ ମାଆ ଧୀରେ ଧୀରେ ସୋସିଆଲ ମିଡିଆ ବ୍ୟବହାର କରିବା ଶିଖିଥିଲେ ଓ ଏହା ପରେ ଆରମ୍ଭ ହୋଇଥିଲା ତାଙ୍କର ଏହିସବୁ କାରନାମା । ଘରକୁ ପ୍ରାୟ ଅନେକ ଅଜଣା ଲୋକ ଯିବା ଆସିବା ଆରମ୍ଭ କରି ଦେଇଥିଲେ । ପୁଅ ଝିଅ କ୍ରମେ ବଡ ହେବା ପରେ ବୁଝି ପାରିଥିଲେ କି ଏସବୁ ଠିକ ନୁହେଁ । ସେମାନେ ଏହାର ବିରୋଧ କରିବାରୁ ଘରକୁ କେହି ଆସିଲେ ମାଆ ସେମାନଙ୍କୁ ଗୋଟେ ଘରେ ବନ୍ଦ କରି ଦେଉଥିଲେ ।

ଏପରିକି ମାଆ ପୂର୍ବରୁ ଅନେକ ଥର ଅନ୍ୟ ଲୋକଙ୍କ ସହ ଶାରୀରିକ ସମ୍ବନ୍ଧ ମଧ୍ୟ ରଖୁଥିବାର ଦେଖିଥିଲେ ଝିଅ । ଘରେ ବଢିଲା ଝିଅ ଅଛି ଏପରି ଅଜଣା ଲୋକଙ୍କୁ ଘରକୁ ନ ଡାକିବାକୁ ତାଙ୍କ ପୁଅ ଝିଅ ତାଙ୍କୁ ବୁଝାଇଥିଲେମଧ୍ୟ ସେ ଶୁଣି ନ ଥିଲେ ।

ତେବେ ତାଙ୍କ ଘରକୁ ଆସୁଥିବା ଚନ୍ଦନ ବେହେରା ନାମକ ଜଣେ ଯୁବକ ତାଙ୍କ ଝିଅଙ୍କୁ ବାନ୍ଧି ତାଙ୍କ ଡ୍ରେସ ଚିରି ତାଙ୍କୁ ଅସଙ୍ଗତ ଭାବେ ଛୁଇଁବାକୁ ଚେଷ୍ଟା କରୁଥିଲେ ଓ ସେହି ସମୟରେ ତାଙ୍କ ଭାଇ ଆସି ତାଙ୍କୁ ବଞ୍ଚାଇ ନେଇଥିଲେ । ମା ମଧ୍ୟ ଏଥିରେ ସେ ଯୁବକଙ୍କୁ ସମର୍ଥନ କରିଥିଲେ । ବାପା ଜେଇଲରେ ଥିବାରୁ ଏହି କଥାରେ ସେ କିଛି ଉତ୍ତର ମଧ୍ୟ ଦେଇ ନ ଥିଲେ ।

ତେବେ ମା ଙ୍କର ଏହି ସବୁ କାର୍ଯ୍ୟରେ ଅତିଷ୍ଠ ହୋଇ ତାଙ୍କ ଝିଅ ଏବଂ ପୁଅ ଦୁହେଁ ନିଜ ମା ଓ ତାଙ୍କ ଘରକୁ ପ୍ରାୟତଃ ଆସୁଥିବା ଯୁବକ ଚନ୍ଦନ ବେହେରା ଓ ସଂଗ୍ରାମଙ୍କ ନାମରେ ଥାନାରେ ଏତଲା ଦେଇଛନ୍ତି । ପୋଲିସ ଏହି ମାମଲାରେ ତଦନ୍ତ ଆରମ୍ଭ କରି ଦେଇଛି । ଏହି ମାମଲାରେ ଆପଣଙ୍କମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ପୋଷ୍ଟକୁ ଲାଇକ ଏବଂ ସେୟାର ମଧ୍ୟ କରନ୍ତୁ ।