ସ୍ବାମୀ ର ବେଡରୁମରେ ପର ସ୍ତ୍ରୀ କୁ ଦେଖି ସ୍ତ୍ରୀ ର ହାଇ ଭୋଲଟେଜ ଡ୍ରାମା, ଦେଖନ୍ତୁ Shocking ଭାଇରାଲ Video

ଆଜିର ଆଧୁନିକ ଯୁଗରେ ଆଧୁନିକତା ନାମରେ ଲୋକମାନେ ଅନେକ ନୀତି ବିରୋଧୀ କାର୍ଯ୍ୟ କରି ବସୁଛନ୍ତି । ଯାହା ଆମ ଭାରତୀୟ ସଂସ୍କୃତି ଅନୁସାରେ ଅସଙ୍ଗତ ଅଟେ । ଅବିବାହିତ ଯୁବପିଢିଙ୍କ ଠାରୁ ନେଇ ବିବାହିତ ଲୋକ ମଧ୍ୟ ଅନୈତିକ କାର୍ଯ୍ୟ କରିବା ପୂର୍ବରୁ ତିଳେ ହେଲେ ଭାବୁ ନାହାନ୍ତି ।

ଆଗ ପରି ସ୍ଵାମୀ ସ୍ତ୍ରୋ ବିବାହ ଭଳି ପବିତ୍ର ବନ୍ଧନର ମର୍ଯ୍ୟାଦା ରଖୁ ନାହାନ୍ତି ଲୋକେ । ପ୍ରେମ ଓ ବିଶ୍ବାସର ଅଭାବରେ ସାମାନ୍ଯ ମନୋମାଳିନ୍ୟରେ ମଧ୍ୟ ସମ୍ପର୍କ ଭାଙ୍ଗି ଯାଉଛି । ସ୍ଵାମୀ ଅନ୍ୟ ସ୍ତ୍ରୀ ସହ ଓ ସ୍ତ୍ରୀ ଅନ୍ୟ ସ୍ଵାମୀ ସହ ସମ୍ପର୍କ ରଖିବାକୁ କୁଣ୍ଠାବୋଧ କରୁ ନାହାନ୍ତି । ତେବେ ଇଣ୍ଟରନେଟ ଓ କ୍ୟାମେରା ଯୁଗରେ ଏଭଳି କାର୍ଯ୍ୟ କରି କେହି ମଧ୍ୟ ଅପବାଦରୁ ବଞ୍ଚିତ ହେଉ ପାରୁ ନାହାନ୍ତି । ଏହିଭଳି ଏକ କା-ଣ୍ଡ ଦେଖିବାକୁ ମିଳିଛି ଡାଲଟନଙ୍ଗଜ ରେଲୱେରେ କାର୍ଯ୍ୟରତ ସିନିୟର PWI ଅକ୍ଷୟ କୁମାର ସିହ୍ନା ଙ୍କ ଘରେ ।

ଶ୍ରୀଯୁକ୍ତ ସିହ୍ନାଙ୍କ ସହ ତାଙ୍କ ସରକାରୀ କ୍ଵାର୍ଟରରେ ତାଙ୍କର ଜଣେ ମହିଳା ମିତ୍ର କିଛି ଦିନ ଧରି ରହି ଆସୁଥିଲେ । ଶ୍ରୀଯୁକ୍ତ ସିହ୍ନା ଜଣେ ବିବାହିତ ବ୍ୟକ୍ତି । ତାଙ୍କ ପତ୍ନୀ ପିଲାଙ୍କ ସହ ରାମଗଡରେ ରୁହନ୍ତି । ଦିନେ ଅଚାନକ ତାଙ୍କ ପତ୍ନୀ,ସ୍ବାମୀଙ୍କ ସରକାରୀ କ୍ଵାର୍ଟରରେ ପହଞ୍ଚିଥିଲେ ଓ ତାଙ୍କ ସ୍ବାମୀଙ୍କ ବେଡରୁମରେ ଅନ୍ୟ ଜଣେ ମହିଳା ଥିବାର ଦେଖିଥିଲେ ।

ତାଙ୍କୁ ଦେଖି ସିନିୟର PWI ଙ୍କ ପତ୍ନୀ ରାଗରେ ନିଆଁ ବାଣ ହୋଇ ଯାଇଥିଲେ ଓ ଖୁବ ହଙ୍ଗାମା କରିଥିଲେ । ଏପରିକି ଦୁହିଁଙ୍କ ମଧ୍ୟରେ ମାଡଗୋଳ ମଧ୍ୟ ହୋଇ ଯାଇଥିଲା । ତେବେ ସେହି ସମୟର ଭିଡିଓ ଏବେ ସୋ-ସି-ଆ-ଲ ମି-ଡି-ଆ-ରେ ଖୁବ ଭା-ଇ-ରା-ଲ ହେଉଛି । ସୂଚନା ଅନୁସାରେ ରେଲୱେ କର୍ମୀ ଅକ୍ଷୟ କୁମାର ଓ ତାଙ୍କ ପତ୍ନୀଙ୍କ ମଧ୍ୟରେ ଗତ କିଛି ବର୍ଷ ଧରି ମନୋମାଳିନ୍ୟ ଚାଲିଥିଲା ।

ଏହି କାରଣରୁ ସେ ନିଜ ପିଲାଛୁଆଙ୍କୁ ନେଇ ରାମଗଡରେ ରହୁଥିଲେ ଓ ତାଙ୍କ ସ୍ଵାମୀ ଏଠାରେ ଏକା ରହୁଥିଲେ । ଯେତେବେଳେ ଅଚାନକ ସ୍ତ୍ରୀ ସ୍ବାମୀଙ୍କ ସରକାରୀ କ୍ଵାର୍ଟରରେ ପହଞ୍ଚିଥିଲେ ସେଠାରେ ସେ ତାଙ୍କ ବେଡରୁମରେ ଅନ୍ୟ ଜଣେ ମହିଳା ଥିବାର ଦେଖିବାକୁ ପାଇଥିଲେ । ଯାହା ପରେ ଆରମ୍ଭ ହୋଇଥିଲା ଏହି ହଙ୍ଗମା ।

ତେବେ ଏହି ମାମଲାରେ ରେଲୱେ କର୍ମୀ ଅକ୍ଷୟ କୁମାର ସିହ୍ନା କହିଛନ୍ତି କି, କୌଣସି ବ୍ୟକ୍ତିଗତ କାରଣରୁ ତାଙ୍କର ଜଣେ ମହିଳା ମିତ୍ର ତାଙ୍କ ସହ କିଛି ଧରି ରହୁଥିଲେ ଓ ଏହି କଥାକୁ ତାଙ୍କ ସ୍ତ୍ରୀ ଭୁଲ ବୁଝୁଛନ୍ତି । ତେବେ ଏହି ମାମଲାକୁ ନେଇ ଶ୍ରୀଯୁକ୍ତ ସିହ୍ନାଙ୍କ ପତ୍ନୀ ମେଦିନୀପୁର ଥାନା ଯାଇଛନ୍ତି ଓ ଏହି ମାମଲାର ଅନୁସନ୍ଧାନ ଜାରି ରହିଛି । ଆପଣଙ୍କ ଏହି ମାମଲାରେ ମତ କଣ ଆମକୁ କମେଣ୍ଟ କରି ଜଣେଇବେ ଓ ପୋଷ୍ଟକୁ ଲାଇକ ଏବଂ ସେୟାର ମଧ୍ୟ କରିବେ ।