ସୁସ୍ଥ ରହିବାକୁ ଚାହୁଁଥିଲେ ଭୋଜନ କରିବା ପରେ କେବେବି କରନ୍ତୁ ନାହିଁ ଏହି ୬ଟି ବଡ ଭୁଲ

ଭୋଜନ କରିବା ସମୟରେ ଆମ୍ଭେମାନେ ଏମିତି କିଛି ଭୁଲ କରିଥାଉ ଯାହା ଶରୀର ପାଇଁ ହାନିକାରକ ଅଟେ । ଡାକ୍ତରଙ୍କ ମତରେ ଖାଦ୍ୟ ସବୁବେଳେ ଠିକ ସମୟରେ ଖାଇବା ଉଚିତ । କିନ୍ତୁ ଭୋଜନ କରିବା ପରେ କେତୋଟି ଭୁଲ କରିବା କଥା ନୁହେଁ । ଏହି ସବୁ ଭୁଲ ପାଇଁ ଆମ ସ୍ୱାସ୍ଥ୍ୟ ଖରାପ ହୋଇଥାଏ । ତେଣୁ ଆଜି ଆମେ ଆପଣଙ୍କୁ ଏମିତି କିଛି ଭୁଲ କାର୍ଯ୍ୟ ବିଷୟରେ କହିବୁ ଯାହାକୁ ଆପଣ ଖାଦ୍ୟ ଖାଇବା ପରେ କରନ୍ତୁ ନାହିଁ ।

୧. ପାଣି ପିଅନ୍ତୁ ନାହିଁ

ସାଧାରଣତଃ ବହୁତ ଲୋକ ଭୋଜନ କରିବା ସମୟରେ ପାଣି ପିଇବାର ଅଭ୍ୟାସ ରଖିଥାନ୍ତି । ହେଲେ ଭୋଜନ ସମୟରେ ଓ ଭୋଜନ କରି ସାରିବା ପରେ ତୁରନ୍ତ ପାଣି ପିଇବା ଉଚିତ ନୁହେଁ । ଏହା ଆମ ସ୍ୱାସ୍ଥ୍ୟ ପାଇଁ ହାନିକାରକ ହୋଇଥାଏ । ତେଣୁ ଭୋଜନ କରିବାର ଅଧ ଘଣ୍ଟା ପରେ ପାଣି ପିଇବା ଉଚିତ ।

୨. ଚା’ ବା କଫିର ସେବନ କରନ୍ତୁ ନାହିଁ

ସାଧାରଣତଃ ବହୁତ ଲୋକ ଭୋଜନ କରିବା ପରେ ଚା’ ବା କଫି ପିଇବାର ଅଭ୍ୟାସ ରଖନ୍ତି । ହେଲେ ଡାକ୍ତରଙ୍କ ମତରେ ଭୋଜନ କରିବା ପରେ ଚା’ ବା କଫି ପିଇବା ଉଚିତ ନୁହେଁ । କାରଣ ଏହା ଆମ ଭୋଜନରେ ଥିବା ଆଇରନକୁ ନଷ୍ଟ କରିଦିଏ, ଯାହାଫଳରେ ଆମ ଶରୀରକୁ ସଠିକ ଭାବରେ ପୋଷଣ ମିଳେନାହିଁ ।

୩. ସଙ୍ଗେ ସାଙ୍ଗ ଶୁଅନ୍ତୁ ନାହିଁ

ଖରାବେଳ ସମୟରେ ଖାଦ୍ୟ ଖାଇବା ପରେ ହଠାତ ଶୁଅନ୍ତୁ ନାହି । ଏହା ଦ୍ଵାରା ଆମର ପାଚନ ପ୍ରକ୍ରିୟାରେ ଅସୁବିଧା ହୋଇଥାଏ, ଯାହାଦ୍ୱାରା ଖାଦ୍ୟ ଭଲ ଭାବରେ ହଜମ ହୋଇନଥାଏ । ତେଣୁ ଖାଦ୍ୟ ଖାଇବାର ଅଧ ଘଣ୍ଟା ପରେ ଶୁଅନ୍ତୁ ।

୪. ପିଅନ୍ତୁ ନାହିଁ ଜୁସ

ଭୋଜନ କରିବା ପରେ ଜୁସ ପିଇବା ଅନୁଚିତ ଅଟେ । ଏହା ଦ୍ଵାରା ଆମ ଖାଦ୍ୟ ହଜମ ହୋଇନଥାଏ । ସବୁବେଳେ ଖାଦ୍ୟ ଖାଇବାର ୨ ଘଣ୍ଟା ପରେ ଜୁସ ପିଅନ୍ତୁ ।

୫. ଧୂମ୍ରପାନ କରନ୍ତୁ ନାହିଁ

ଭୋଜନ କରିବା ପରେ କେତେକ ଲୋକ ଧୂମ୍ରପାନ କରିଥାନ୍ତି । ହେଲେ ଏହା ଶରୀର ଉପରେ ଖରାପ ପ୍ରଭାବ ପକାଇଥାଏ । ଯାହା ଦ୍ଵାରା ଶରୀର ବହୁତ ଶୀଘ୍ର ରୋଗରେ ଆକ୍ରାନ୍ତ ହୋଇଥାଏ । ତେଣୁ ଖାଦ୍ୟ ଖାଇବା ପରେ ଧୂମ୍ରପାନ ଓ ମଦ୍ୟପାନ କରନ୍ତୁ ନାହିଁ ।

୬. ଏକା ସହ ଖାଇବେନି ଥଣ୍ଡା ଗରମ

ସାଧାରଣତଃ ବହୁତ ଲୋକ ଏକା ସହ ଥଣ୍ଡା ଓ ଗରମ ଖାଦ୍ୟର ସେବନ କରିଥାନ୍ତି । ହେଲେ ଏହା ସ୍ୱାସ୍ଥ୍ୟ ପାଇଁ ହାନିକାରକ ହୋଇଥାଏ । ଏହା ଦ୍ଵାରା ପେଟରେ କଷ୍ଟ ହୋଇଥାଏ । ତେଣୁ ଏକା ସହ ଥଣ୍ଡା ଗରମ ଖାଦ୍ୟର ସେବନ କରନ୍ତୁ ନାହିଁ ।