Brilliant GK Q&A: ଭିକାରି ନୁହେଁ କିନ୍ତୁ ପଇସା ମାଗିଥାଏ, ଝିଅ ନୁହେଁ କିନ୍ତୁ ପର୍ସ ରଖିଥାଏ, ପୂଜାରୀ ନୁହେଁ କିନ୍ତୁ ଘଣ୍ଟି ବଜାଇଥାଏ । ସେ କିଏ ? (Odia GK Quiz)

ଆଜିର ସମୟରେ ପ୍ରତ୍ଯେକ ବିଷୟରେ ସାଧାରଣ ଜ୍ଞାନ ଥିବା ଅତ୍ୟନ୍ତ ଜରୁରୀ ହୋଇଗଲାଣି । କାରଣ ଆଜିକାଲି ସ୍କୁଲ, କଲେଜ ପରୀକ୍ଷା ଠାରୁ ଆରମ୍ଭ କରି ଚାକିରି ଇଣ୍ଟରଭ୍ୟୁ ସବୁଠି ସାଧାରଣ ଜ୍ଞାନ ପରୀକ୍ଷା କରାଯାଉଛି । ପ୍ରତ୍ଯେକ ବିଷୟର ସଂକ୍ଷିପ୍ତ ଜ୍ଞାନକୁ ସାଧାରଣ ଜ୍ଞାନ ବୋଲି କୁହାଯାଏ । ଆମେ ଆପଣଙ୍କ ପାଇଁ ଶିକ୍ଷା, ଦେଶବିଦେଶ, ବିଜ୍ଞାନ, ଇତିହାସ ଓ ଢଗଢମାଳି ଆଦି ସମସ୍ତ ବିଷୟର ବଛାବଛା ପ୍ରଶ୍ନୋତ୍ତର ନେଇ ଆସିଛୁ । ଉତ୍ତର ଜାଣିଥିଲେ କମେଣ୍ଟରେ ଜଣାନ୍ତୁ ନଚେତ ପ୍ରଶ୍ନ ତଳେ ଉତ୍ତର ଦେଖନ୍ତୁ ।

1- କୁକୁର, ବାରହା, ବିଲୁଆ ଓ ମାଙ୍କଡ ଙ୍କ ମଧ୍ୟରୁ କେଉଁ ପଶୁକୁ ବିଶ୍ଵାସୀ ବୋଲି କୁହାଯାଏ ?

ଉ: କୁକୁରକୁ ବିଶ୍ଵସ୍ତ ବୋଲି କୁହାଯାଏ ।

2- ଅଷ୍ଟ୍ରେଲିଆର ଜାତୀୟ କ୍ରୀଡା କଣ ?

ଉ: କ୍ରିକେଟ ଅଷ୍ଟ୍ରେଲିଆର ଜାତୀୟ କ୍ରୀଡା ।

3- କେଉଁ କବିଙ୍କୁ “ବିଦଗ୍ଧ କବି” ଙ୍କ ଆଖ୍ୟା ଦିଆ ଯାଇଛି ?

ଉ: ଅଭିମନ୍ୟୁ ସାମନ୍ତ ସିଂହାର ଙ୍କୁ ।

4- ବିରଜା ଶକ୍ତିପୀଠ ଓଡିଶାର କେଉଁ ସ୍ଥାନରେ ଅବସ୍ଥିତ ?

ଉ: ଯାଜପୁର ରେ ଅବସ୍ଥିତ ବିରଜା ଶକ୍ତିପୀଠ ।

5- କେଉଁ ଗ୍ରହରେ ଦିନ ସବୁଠୁ ଛୋଟ ହୋଇଥାଏ ?

ଉ: ବୃହସ୍ପତି ଗ୍ରହରେ ସବୁଠୁ ଛୋଟ ଦିନ ହୁଏ ।

6- ଏକ ହେକ୍ଟର କେତେ ଏକର ସହ ସମାନ ?

ଉ: 2.47 ଏକର ସହ ସମାନ ।

7- ଅଟ୍ରି, ତପ୍ତପାଣି, ବଂଶକେଳା ଓ ପାତାଳଗଙ୍ଗା – ମଧ୍ୟରୁ କେଉଁଟି ଓଡିଶାର ଉଷ୍ଣ ପ୍ରସବଣ ନୁହେଁ ?

ଉ: ପାତାଳଗଙ୍ଗା ଓଡିଶାର ଉଷ୍ଣ ପ୍ରସବଣ ନୁହେଁ ।

8- କେଉଁ ରାସାୟନିକ ପଦାର୍ଥ ଲାଗିଥିଲେ ଆମେ ଅନ୍ଧାରରରେ ମଧ୍ୟ ଘଣ୍ଟାରୁ ସମୟ ଜାଣିପାରୁ ?

ଉ: ରେଡିୟମ ଦ୍ଵାରା ଅନ୍ଧାରରେ ମଧ୍ୟ ଘଣ୍ଟାରୁ ସମୟ ଜାଣି ହୁଏ ।

9- ସୂର୍ଯ୍ୟଙ୍କ ଠାରୁ ପୃଥିବୀକୁ ତାପ ଓ ଆଲୋକ ଆସିବା ପାଇଁ କେତେ ସମୟ ଲାଗିଥାଏ ?

ଉ: 8 ମିନିଟ ।

10- କେଉଁ ମହାଦେଶ ମେଷ ପାଳନ ଓ ପଶମ ଉତ୍ପାଦନରେ ପୃଥିବୀରେ ପ୍ରଥମ ?

ଉ: ଅଷ୍ଟ୍ରେଲିଆ ।

11- ମହାପ୍ରଭୁ ଶ୍ରୀଜଗନ୍ନାଥ ମହାଲକ୍ଷ୍ମୀଙ୍କ ସହ କେଉଁ ତିଥିରେ ପଶା ଖେଳନ୍ତି ?

ଉ: କୁମାର ପୂର୍ଣ୍ଣମୀରେ ।

12- ପୃଥିବୀର ସମସ୍ତ କ୍ଷତ୍ରିୟମାନଙ୍କ ପୁତ୍ରଙ୍କୁ କିଏ ଧ୍ଵଂସ କରି ଦେଇଥିଲେ ?

ଉ: ପର୍ଶୁରାମ ।

13- କେଉଁ ପଶୁ ନିଜ ନିଶ ସାହାଯ୍ୟରେ ଗଳିପଥ ମାପି ଜାଣିପାରେ ଯାଇ ହେବକି ନାହିଁ ?

ଉ: ବିରାଡି ।

14- କେଉଁ ପକ୍ଷୀ ଅନ୍ୟ ପକ୍ଷୀଙ୍କ ଶବ୍ଦ, କୁକୁର ଭୁକିବାର ଶବ୍ଦ ଓ ମୋଟର ଗାଡିର ଶବ୍ଦକୁ ଖୁବ ସହଜରେ ଅନୁକରଣ କରିପାରେ ?

ଉ: ଲାଏରବାର୍ଡ ।

15- ଶେରପା ତେନଜିଙ୍ଗଙ୍କ ସହ ଅନ୍ୟ କେଉଁ ପର୍ବତାରୋହୀ ଦ୍ୱୟ ପ୍ରଥମେ ଏଭରେଷ୍ଟ ଶୃଙ୍ଗ ଆରୋହଣ କରିଥିଲେ ?

ଉ: ଏଡମଣ୍ଡ ହିଲାରି ।

16- ତ୍ରିରଙ୍ଗା ପତାକାରେ ଥିବା ଧଳା ଅଂଶ କାହାର ପ୍ରତୀକ ।

ଉ: ସତ୍ୟ ଓ ଶାନ୍ତିର ପ୍ରତୀକ ।

17- ଆମ ଶରୀରର ଦୂଷିତ ରକ୍ତ କେଉଁଥିରେ ପରିଷ୍କାର ହୁଏ ?

ଉ: ଫୁସଫୁସ ରେ ।

18- କେଉଁ ମସିହାରେ ହାଇଦ୍ରାବାଦ ଭାରତ ସହ ସାମିଲ ହୋଇଥିଲା ?

ଉ: ସେପ୍ଟେମ୍ବର, 1948 ରେ ।

19- ମହିମା ଗାଦି ଓଡିଶାର କେଉଁ ସ୍ଥାନରେ ଅବସ୍ଥିତ ?

ଉ: ଜୋରନ୍ଦା ।

20- ଭିକାରି ନୁହେଁ କିନ୍ତୁ ପଇସା ମାଗିଥାଏ, ଝିଅ ନୁହେଁ କିନ୍ତୁ ପର୍ସ ରଖିଥାଏ, ପୂଜାରୀ ନୁହେଁ କିନ୍ତୁ ଘଣ୍ଟି ବଜାଇଥାଏ । ସେ କିଏ ?

ଉ: ବସ୍ କଣ୍ଡକ୍ଟର ।

ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।