କେଉଁ ଗଛର ଚେରକୁ ତାବିଜ କରି ପିନ୍ଧିଲେ ଧନର ଆଗମନ ହୋଇଥାଏ ? ଏହାସହ ଜାଣନ୍ତୁ ଆହୁରି 20+ ଅନୁଚିନ୍ତା

ଜୀବନକୁ ସୁଖମୟ କରିବାକୁ ହେଲେ କିଛି ଜ୍ଯୋତିଷ ଏବଂ ବାସ୍ତୁ ଉପାୟ କରିବା ଶୁଭଂକର ହୋଇଥାଏ । ଏହିପରି କିଛି ଉପାୟ ବିଷୟରେ ଆସନ୍ତୁ ଜାଣିବା । ରବିବାର ଦିନ ବରଗଛ ପତ୍ରରେ ନିଜ ମନସ୍କାମନା ଲେଖି ନଦୀଜଳରେ ଭସାଇବା ଦ୍ଵାରା ତାହା ପୂର୍ଣ୍ଣ ହୋଇଥାଏ । ରବିବାର ଦିନ ସନ୍ଧ୍ୟାରେ ଚାରିମୁଖି ଦୀପ ଓସ୍ତ ଗଛମୂଳେ ଜଳାଇବା ଦ୍ଵାରା ଧନ ମାନ ସମ୍ମାନ ଏବଂ ସମୃଦ୍ଧି ପ୍ରାପ୍ତ ହୋଇଥାଏ । ରବିବାର ଦିନ ଝାଡୁ କିଣିବା ଶୁଭ ହୋଇଥାଏ ଏବଂ ସେହି ଝାଡୁରେ ଘରସଫା କଲେ ମଙ୍ଗଳକାରୀ ହୋଇଥାଏ ଓ ଆର୍ଥିକ ସ୍ଥିତି ଭଲ ରହିଥାଏ ।

ରବିବାର ଦିନ ନଦୀ ଓ ପୋଖରୀରେ ମାଛମାନଙ୍କୁ ଖାଦ୍ଯ ଖାଇବାକୁ ଦେବା ଦ୍ଵାରା ମଙ୍ଗଳକାରୀ ହୋଇଥାଏ ଓ ଲକ୍ଷ୍ମୀ କୃପା ପ୍ରାପ୍ତ ହୋଇଥାଏ । ରବିବାର ଦିନ ସୂର୍ଯ୍ୟଙ୍କୁ ଅରଜ୍ଞା ଦେବା ସମୟରେ ସେହି ଜଳରେ ସିନ୍ଦୂର ଓ ଖସା ମିଶାଇ ଅର୍ଘ୍ୟ ଦେଲେ ଆର୍ଥିକ ସ୍ଥିତି ମଜବୁତ ହୋଇଥାଏ । ଯଦି ଆର୍ଥିକ ସମସ୍ଯା ଦେଖା ଦେଉଥାଏ ତେବେ ଶନିବାର ଦିନ ଓସ୍ତ ଗଛମୂଳରେ କ୍ଷୀର ସହ ଗୁଡ ଚଢାଇ ସୋରିଷ ତେଲରେ ଦୀପ ଜାଳିବା ଦ୍ଵାରା ତାହା ଦୂର ହୋଇଥାଏ ।

ଯଦି ପିଲାଙ୍କର ପାଠରେ ମନ ଲାଗୁ ନଥାଏ ତେବେ ତିନି ଶୁକ୍ଲପକ୍ଷ 5ଟି ମିଠାଇ ସହ ଦୁଇଟି ଗୁଜୁରାତି ନେଇ ପିଲାଙ୍କ ସହ ଓସ୍ତ ଗଛମୂଳରେ ରଖିବା ଦ୍ଵାରା ମଙ୍ଗଳକାରୀ ହୋଇଥାଏ । ଯଦି ଜୀବନରେ ଧାର କରଜର ଭାର ଅଧିକ ହେଉଛି ଓ ସୁଝିବା ଅସମ୍ଭବ ଲାଗୁଛି ତେବେ ମଙ୍ଗଳବାର ଦିନ ଋଣମୋଚକ ମଙ୍ଗଳସ୍ତୋତ୍ର ପାଠ କରିବା ମଙ୍ଗଳକାରୀ ହୋଇଥାଏ ।

ଶନିବାର, ମଙ୍ଗଳବାର ଓ ଗୁରୁବାର ଦିନ ମହିଳାମାନେ ନଖ କାଟିବା ଅନୁଚିତ ଏବଂ ପୁରୁଷମାନେ ବାଲ କାଟିବା ଉଚିତ ନୁହେଁ । ଏହା ଦାମ୍ପତ୍ୟ ଜୀବନ ପାଇଁ ମଙ୍ଗଳକାରୀ ହୋଇ ନଥାଏ । କଦଳୀ ଗଛରେ ଲକ୍ଷ୍ମୀ ନାରାୟଣଙ୍କ ବାସ ହୋଇଥାଏ, ତେଣୁ ଦାମ୍ପତ୍ୟ ଜୀବନରେ ସୁଖଶାନ୍ତି ପ୍ରାପ୍ତ କରିବା ପାଇଁ କଦଳୀ ଗଛକୁ ନିୟମିତ ପୂଜା କରିବା ମଙ୍ଗଳକାରୀ ହୋଇଥାଏ ।

ପତି-ପତ୍ନୀଙ୍କ ମଧ୍ୟରେ ମଧୁର ସମ୍ପର୍କ ପାଇଁ ଖଣ୍ଡେ ଲାଲ କପଡାରେ ମୁଠାଏ ହଳଦିଆ ସୋରିଷ ସହ ପତି-ପତ୍ନୀଙ୍କ ନାମ ଲେଖିଥିବା ଗୋମତୀଚକ୍ର ବାନ୍ଧି ଶୋଇବା ଘରେ ରଖିବା ଦ୍ଵାରା ମଙ୍ଗଳକାରୀ ହୋଇଥାଏ । ବିବାହିତା ମହିଳାମାନେ ପ୍ରତ୍ଯେକ ଦିନ ଦୂର୍ଗା ଚାଳିଶା ପାଠ କରିବା ମଙ୍ଗଳକାରୀ ହୋଇଥାଏ ଏବଂ ଦାମ୍ପତ୍ୟ ଜୀବନରେ ଆସୁଥିବା ସବୁ ସମସ୍ଯା ଦୂର ହୋଇଥାଏ ।

ଯଦି ସ୍ଵାମୀ-ସ୍ତ୍ରୀଙ୍କ ମଧ୍ୟରେ କଳହ ହେଉଥାଏ ତେବେ ଶୋଇବା ବେଳେ ସ୍ଵାମୀଙ୍କ ମୁଣ୍ଡ ଉପରେ ସିନ୍ଦୂର ରଖି ସେହି ସିନ୍ଦୂରକୁ ଲଗାଇବା ଦ୍ଵାରା ତାହା ଦୂର ହୋଇଥାଏ । ଦାମ୍ପତ୍ୟ ଜୀବନରେ ସୁଖ ପାଇଁ ବିବାହିତା ମହିଳାମାନେ ହାତରେ ଚୁଡି ପିନ୍ଧିବା ମଙ୍ଗଳକାରୀ ହୋଇଥାଏ ।

ଡିମ୍ବିରି ଗଛର ଚେରକୁ ଏକ କପଦରେ ବାନ୍ଧି ଚାନ୍ଦିର କବଚ ଭିତରେ ରଖି ବେକରେ ପକାଇବା ଦ୍ଵାରା ଘରକୁ ଧନର ଆଗମନ ହୋଇଥାଏ ଓ ଆର୍ଥିକ ସ୍ଥିତିରେ ଉନ୍ନତି ହୋଇଥାଏ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।