ଏପରି ଅନେକ ଜିନିଷ ରହିଛି ଯାହା ଭୋଜନ କରିବା ପରେ ଅନ୍ୟ କେତୋଟି ଜିନିଷ ଭୋଜନ କରିବାକୁ ବାରଣ କରାଯାଇଛି । କାରଣ ତାହା ଆମ ଶରୀର ପକ୍ଷେ ହାନିକାରକ ହୋଇଥାଏ । କିନ୍ତୁ ସଠିକ ଜ୍ଞାନ ନଥିବା କାରଣରୁ ଅନେକ ଲୋକ ଭୋଜନ କରି ନିଅନ୍ତି । ଚଣା ପ୍ରୋଟିନରେ ଭରପୁର ଏବଂ ଆମ ସ୍ୱାସ୍ଥ୍ୟ ପକ୍ଷେ ଖୁବ ଲାଭଦାୟକ ଅଟେ । କିନ୍ତୁ କେତୋଟି ଜିନିଷ ରହିଛି ଯାହା ଚଣା ଖାଇବା ତୁରନ୍ତ ପରେ ଖାଇବା ଉଚିତ ନୁହେଁ । ଚାଲନ୍ତୁ ଜାଣିବା ସେଗୁଡିକ କଣ ଏବଂ କାହିଁକି ଖାଇବେ ନାହିଁ ।
ଚଣା ଖାଇବା ତୁରନ୍ତ ପରେ କ୍ଷୀର କିମ୍ବା କ୍ଷୀର ଜାତୀୟ କୌଣସି ପଦାର୍ଥର ସେବନ କରିବା ଉଚିତ ନୁହେଁ । ଚଣା ଏବଂ କ୍ଷୀର ଉଭୟରେ ପ୍ରଚୁର ମାତ୍ରାରେ ପ୍ରୋଟିନ ରହିଛି । ତେଣୁ ଏକା ସାଙ୍ଗେ ଖାଇବା ଦ୍ଵାରା ହାଯମରେ ସମସ୍ଯା ହୋଇଥାଏ ଓ କୋଷ୍ଠକାଠିନ୍ଯ ଭଳି ସମସ୍ଯା ହେବା ସହ ଏହା ଆପଣଙ୍କ ତ୍ଵଚା ପାଇଁ ଭଲ ହୋଇ ନଥାଏ । ଏହା ମଧ୍ୟରେ ଅତିକମରେ ଏକ ଘଣ୍ଟାର ବ୍ୟବଧାନ ନିଶ୍ଚୟ ରଖନ୍ତୁ ।
ସେହିପରି ଚଣା ସହ ଅଣ୍ଡା ମଧ୍ୟ ଖାଇବା ଉଚିତ ନୁହେଁ । ଏହି ଦୁଇଟି ପଦାର୍ଥରେ ମଧ୍ୟ ପ୍ରଚୁର ମାତ୍ରାରେ ପ୍ରୋଟିନ ରହିଛି । ଏକା ସାଙ୍ଗେ ଖାଇବା ଦ୍ଵାରା ହଜମ ସହ ଗ୍ଯାସ ଏବଂ କୋଷ୍ଠକାଠିନ୍ଯ ସମସ୍ଯା ମଧ୍ୟ ଦେଖା ଦେଇପାରେ । କୋଷ୍ଠକାଠିନ୍ଯ ଶରୀରରେ ଅନେକ ପ୍ରକାର ରୋଗକୁ ନିମନ୍ତ୍ରଣ କରିଥାଏ । ସେଥିପାଇଁ ଏହି ଦୁଇଟି ଖାଦ୍ୟ ଭିତରେ ମଧ୍ୟ ଏକ ଘଣ୍ଟାର ବ୍ୟବଧାନ ରଖନ୍ତୁ ।
ଚଣା ଖାଇବା ପରେ କେବେ ହେଲେ ଆଚାର ଖାଆନ୍ତୁ ନାହିଁ । ଆଚାରରେ ସିରିକା ପଡିଥାଏ । ଯାହା ଚଣା ସହ ମିଶି ଆପଣଙ୍କ ଶରୀରରେ ବିଷ ସୃଷ୍ଟି କରିବା ସଦୃଶ କାର୍ଯ୍ୟ କରେ । ଏହା ଦ୍ଵାରା ଆପଣଙ୍କ ପେଟ ଖରାପ ହେବା ସହ ହୃଦରୋଗ ମଧ୍ୟ ସୃଷ୍ଟି ହୋଇପାରେ । ତେଣୁ ଖାଲି ପେଟରେ ଚଣା ଖାଇବା ପରେ କେବେ ମଧ୍ୟ ଆଚାର ଖାଆନ୍ତୁ ନାହିଁ । ଖାଇବାର ଥିଲେ ଏହୀ ମଧ୍ୟରେ ଅତିକମର ଦୁଇ ଘଣ୍ଟାର ବ୍ୟବଧାନ ରଖନ୍ତୁ ।
ଚଣା ସହ କଲରା ମଧ୍ୟ ଖାଇବା ଉଚିତ ନୁହେଁ । ଭିଜିଥିବା ଚଣାରେ ଯେଉଁ ଅକ୍ସାଇଡ ମିଳିଥାଏ କଲରାରେ ମଧ୍ୟ ତାହା ରହିଥାଏ । କିନ୍ତୁ ଚଣାରେ ଏହାର ମାତ୍ରା କମ ଥିବା ବେଳେ କଲରାରେ ଅଧିକ ରହିଥାଏ । ଏହା ଆମ ଶରୀର ଭିତରକୁ ଯାଇ ବିଷାକ୍ତ ହୋଇଯାଇ ପାରେ । ଏହି ବିଷ ଧୀରେ ଧୀରେ ପ୍ରତିକ୍ରିୟା କରି ଗମ୍ଭୀର ରୋଗକୁ ନିମନ୍ତ୍ରଣ କରିପାରେ । ଏହି ଦୁଇ ଖାଦ୍ୟ ମଧ୍ୟରେ ବି ଦୁଇ ଘଣ୍ଟାର ବ୍ଯବଧାନ ରଖିବା ଉଚିତ ।
ଏହା ବ୍ଯତୀତ କ୍ଷୀର ସହ କୌଣସି ଖଟା ଜାତୀୟ ଦ୍ରବ୍ଯ ବା ଫଳମୂଳ ସେବନ କରିବା ଅନୁଚିତ ଅଟେ । ଏମାନେ ପରସ୍ପର ସହ ମିଶି ପ୍ରତିକ୍ରିୟା କରନ୍ତି । ସେହିପରି କ୍ଷୀର ସହ ପିଆଜ ଖାଇବା ଦ୍ଵାରା ଚର୍ମ ଜନିତ ଅନେକ ସମସ୍ଯା ହୋଇଥାଏ । ସେହିପରି ଜଙ୍କ ଫୁଡ ସହ କୋଲ୍ଡ ଡ୍ରିଙ୍କସ୍ ମଧ୍ୟ ବିଷ ସଦୃଶ କାର୍ଯ୍ୟ କରେ । ଏହା ସେବନ କରିବାରୁ ମଧ୍ୟ ଦୂରେଇ ରୁହନ୍ତୁ । ଆପଣଙ୍କୁ ଆମ ପୋଷ୍ଟ ଭଲଲାଗିଥିଲେ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଏହିଅପରି ଅପଡେଟ ପାଇବାକୁ ହେଲେ ଆମ ପେଜ୍ କୁ ଲାଇକ କରନ୍ତୁ ।