ଝିଅ ବିଦା ହେଲା ବେଳକୁ ଘଟିଲା ଏମିତି ଅଜବ ଘଟଣା, ପୁରା Video ଦେଖିଲେ ଆପଣ ବି ହସି ହସି ଗଡିଯିବେ

ବ୍ଯସ୍ତବହୁଳ ଜୀବନରେ ଆମେ ଏମିତି ବ୍ୟସ୍ତ ରହୁଛୁ ଯେ ଭଲରେ ହସିବାକୁ ବି ଆମ ପାଖରେ ସମୟ ନାହିଁ । ଆଜି ଆମେ ଆପଣଙ୍କ ପାଇଁ ଏମିତି କିଛି ହାସ୍ୟ ଘଟଣା ନେଇ ଆସିଛୁ, ଯାହା ଆପଣଙ୍କ କାର୍ଯ୍ୟବ୍ୟସ୍ତତା ମଧ୍ୟରେ ଆପଣଙ୍କୁ ଟିକେ ହସେଇ ପାରିବ । ଏହି ଘଟଣା ବିଷୟରେ ଜାଣିଲେ ବା ଏହାର ଭିଡିଓ ଦେଖିଲେ ଆପଣ ନିଶ୍ଚୟ ହସି ପକାଇବେ । ତେବେ ଚାଲନ୍ତୁ ଆରମ୍ଭ କରିବା ।

ଆପଣ ଏମିତି ଲୋକଙ୍କୁ ଦେଖିଥିବେ ଯେଉଁମାନେ ନିଜ ମୁଣ୍ଡ ଉପରେ ଚଷମା ଟେକି ରଖି ଭୁଲି ଯାଆନ୍ତି, ଆଉ ଚାରିଆଡେ ଖୋଜି ହୁଅନ୍ତି । ଆଉ କାହା କାହାକୁ ନିଜ ମୋବାଇଲ ମଧ୍ୟ ଖୋଜି ଖୋଜି ମିଳେ ନାହିଁ । ଆପଣଙ୍କ ସହ ମଧ୍ୟ ଏମିତି ନିଶ୍ଚୟ ହୋଇଥିବ । ଆଜି ଆମେ ଆପଣଙ୍କୁ ଏମିତି ଜଣେ ପିତାଙ୍କ କଥା କହିବୁ ଯିଏ ନିଜ ଭୁଲାପଣ ପାଇଁ ଚର୍ଚ୍ଚାରେ ଆସି ଯାଇଛନ୍ତି । ଏହି ଦୃଶ୍ୟଟି ସଂପୂର୍ଣ୍ଣ ଭାବେ ସିସିଟିଭିରେ କଏଦ ହୋଇ ଯାଇଥିଲା ।

ଛୁଆକୁ ଛାତିରେ ବେଲ୍ଟ ସାହାଯ୍ୟରେ ବାନ୍ଧିଥିବା ପିତା ଜଣଙ୍କ ମୋବାଇଲରେ ନଜର ରଖି ଷ୍ଟ୍ରୋଲରକୁ ହଲାଉ ଥିବାର ଦେଖିବାକୁ ମିଳିଥିଲା । ଯେମିତି ଛୁଆଟି ତାଙ୍କ ଛାତିରେ ନାହିଁ, ବରଂ ଷ୍ଟ୍ରୋଲରରେ ଆରାମ କରୁଛି । ମୋବାଇଲରୁ ନଜର ହ-ଟି-ବା ପରେ ପିତା ଜଣଙ୍କ ଯେତେବେଳେ ଷ୍ଟ୍ରୋଲର ଉପରେ ନଜର ପକାଇଲେ, ତାଙ୍କର ବୁଦ୍ଧିବଣା ହୋଇ ଯାଇଥିଲା । କାରଣ ଷ୍ଟ୍ରୋଲରରେ ତାଙ୍କ ଛୁଆ ନଥିଲା । ତୁରନ୍ତ ଏଣେତେଣେ ଦେଖିବାକୁ ଲାଗିଲେ, କିନ୍ତୁ କେଉଁଠାରେ ମଧ୍ୟ ଛୁଆକୁ ଦେଖି ପାରିଲେନି ।

ଅଳ୍ପ ସମୟ ପରେ ସେ ମୁହଁ ତଳକୁ କରିବା ପରେ ଛୁଆକୁ ଛାତିରେ ଲଟକି ଥିବା ଦେଖି ତାଙ୍କ ଭିତରେ ଜୀବନ ପଶିଥିଲା । ଆଉ ସେ ଖୁସିରେ ଛୁଆକୁ ଥାପୁଡିବାକୁ ଲାଗିଲେ । ସୌଭାଗ୍ୟ ବଶତଃ ପିଲାଟି ତାଙ୍କର ପିଠି ପଟେ ନଥିଲା । ନଚେତ ଖୋଜିବା ପାଇଁ ପୋଲିସର ସାହାଯ୍ୟ ନେବାକୁ ପଡିଥାନ୍ତା ।

ଝିଅ ବାହା ହୋଇ ବିଦାୟ ହେବା ବେଳେ ନିଜ ପରିବାର ଠାରୁ ଦୂରେଇ ଯିବା ଦୁଃଖ ଝିଅକୁ ଓ ତା ପରିଜନଙ୍କୁ କନ୍ଦେଇ ଦିଏ । କିନ୍ତୁ ଏହି ଭିଡିଓରେ ଆପଣ ବିପରୀତ ଦେଖିବାକୁ ପାଇବେ । ଏହି ଝିଅର ବିଦାୟ ସମୟରେ ମା’କୁ କାନ୍ଦୁଥିବା ଦେଖି ଝିଅ ହସି ପକାଉଛି । ଆଉ ସେ ମା’ର ଗାଲରେ ହାତ ରଖି କହୁଛି, ‘ଆରେ ମୟାଁ…’ । ଏହା ପରେ କେହି ଜଣେ ତାଙ୍କୁ ମିଛି-ମିଛିକା କାନ୍ଦିବାକୁ କହୁଛନ୍ତି । ଆଉ ସେ ମଧ୍ୟ ମିଛରେ ଟିକେ କାନ୍ଦିବା ଭଳି ଅଭିନୟ କରୁଛନ୍ତି । ଏହାକୁ ଦେଖି ଆପଣ ବି ନ ହସି ରହି ପାରିବେନି ।

ଆପଣଙ୍କୁ ଆମ ପୋଷ୍ଟ ଭଲ ଲାଗିଥିଲେ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଏହିପରି ଅପଡେଟ ପାଇବାକୁ ଆମ ପେଜ୍ କୁ ଲାଇକ କରନ୍ତୁ ।