କି ମର୍ମନ୍ତୁଦ ! ଗୋଟିଏ ବୋଲି ସାହାଭରସା ଭେଣ୍ଡିଆ ପୁଅକୁ ଧକ୍କା ଦେଇ ଚାଲିଗଲା ବସ୍, ଶେଷ ସମୟରେ ମା’କୁ ଖୋଜୁଥିଲା ପୁଅ ହେଲେ ମା’ ଆସିବା ଆଗରୁ… ଦେଖନ୍ତୁ video

5 ବର୍ଷ ତଳେ ସ୍ଵାମୀ ଆରପାରିକୁ ଚାଲି ଯାଇଥିବା ବେଳେ ଗୋଟିଏ ବୋଲି ଭେଣ୍ଡିଆ ପୁଅର ମୁହଁ ଚାହିଁ ବିଧବା ମା’ ଦିନ କାଟୁଥିଲା । ହେଲେ ଦଇବ ଆଜି ସେହି ଗୋଟିଏ ବୋଲି ଭେଣ୍ଡିଆ ପୁଅକୁ ବି ତା’ ମାଆ ପାଖରୁ ଛଡେଇ ନେଇଛି । ପୁଅ ସକାଳୁ ଛକକୁ ଯାଇଥିଲା ଜଳଖିଆ ଆଣିବାକୁ । ଜଳଖିଆ ନେଇ ଫେରିବା ବେଳେ ରାସ୍ତାରେ ମୃତ୍ୟୁଦୂତ ସାଜି ଛକିଥିଲା ବସ୍ । ବସ୍ ଟି ପଛପଟୁ ଧକ୍କା ଦେବା ପରେ 100 ମିଟର ଯାଏଁ ଘୋଷାଡ଼ି ହୋଇ ପଡି ଯାଇଥିଲେ ଯୁବକ ଜଣକ ।

ଫଳରେ ଘଟଣାସ୍ଥଳରେ ହିଁ ଉଡି ଯାଇଥିଲା ଯୁବକଙ୍କ ପ୍ରାଣବାୟୁ । ଖବର ପାଇ ତାଙ୍କ ପରିଜନ ଦୌଡି ଆସିଥିଲେ । ଆଉ ଦେଖିଥିଲେ ରାସ୍ତାରେ ଭାଙ୍ଗିରୁଜି ପଡିଛି ପୁଅର ବାଇକ ଓ କିଛି ଦୂରରେ ପଡି ରହିଛି ଶବ । ରକ୍ତ ଜୁଡୁବୁଡୁ ହୋଇ ପଡିଥିବା ପୁଅ ଉପରେ ପକାଇ ଦିଆଯାଇଛି ଧଳା କପଡା । ଏହି ଦୃଶ୍ୟ ଦେଖି ପରିବାର ଲୋକଙ୍କ ଛାତି ଫାଟି ଯାଉଛି । ଭଉଣୀ ମୁଣ୍ଡ ପିଟି କାନ୍ଦୁଛି ଆଉ ତା’ ଭାଇକୁ ଡାକ୍ତରଖାନା ନେଇ ଯିବାକୁ ନେହୁରା ହେଉଛି ।

ହେଲେ ସବୁଦିନ ପାଇଁ ଆଖି ବୁଜି ଦେଇଥିବା ଭାଇ ଡାକ୍ତରଖାନା ଗଲେ ବି ଆଉ ଯେ ବଞ୍ଚି ପାରିବନି ଏକଥା ସେ ବୁଝିପାରୁନି । ଜଗତସିଂପୁର ଜିଲ୍ଲା ନାଉଁଗାଁ ଥାନା ଅନ୍ତର୍ଗତ ମୁଣ୍ଡାଳ ସ୍ଥିତ ପଲିଟେକନିକ ଛକ ନିକଟରେ ଘଟି ଯାଇଛି ଏଭଳି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଘଟଣା ସ୍ଥଳରେ ଯୁବକ ଜଣକ ପ୍ରାଣ ହରାଇଥିବା ବେଳେ ସେ ସ୍ଥାନୀୟ ଖଇରା ଗାଁର 25 ବର୍ଷୀୟ ଯୁବକ ବ୍ରିଜେଶ ।

ସକାଳ ପ୍ରାୟ ସାଢେ 9ଟା ବେଳେ ବ୍ରିଜେଶ ମୁଣ୍ଡାଳ ଛକରୁ ନିଜ ଗାଁ ଖଇରା ଅଭିମୁଖେ ଫେରୁଥିବା ବେଳେ ଏକ ଘରୋଇ ଯାତ୍ରୀବାହୀ ବସ୍ ତାଙ୍କୁ ଧକ୍କା ଦେଇଥିଲା । ଘଟଣା ସ୍ଥଳରେ ହିଁ ବ୍ରିଜେଶ ରାୟ ଟଳି ପଡିଥିବା ବେଳେ ବସ୍ ଟି ଘଟଣାସ୍ଥଳରୁ ଯାଇ ନାଉଁଗାଁ ଥାନାରେ ରହିଛି । ଦୁର୍ଘଟଣା ଖବର ପାଇବା ପରେ ସ୍ଥାନୀୟ ଲୋକେ ନାଉଁଗାଁର ମୁଖ୍ୟ ରାସ୍ତାକୁ ଅବରୋଧ କରି ରଖିଛନ୍ତି । ମୃତକଙ୍କ ପରିବାରକୁ 10 ଲକ୍ଷ ଟଙ୍କାର କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ କାୟମ ରଖିଛନ୍ତି ଲୋକେ ।

ପୋଲିସ ଆସି ବୁଝାସୁଝା କରିବା ପରେ ମଧ୍ୟ ମାନି ନଥିଲେ ଉତ୍ତ୍ୟକ୍ତ ଲୋକେ । ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି ମିଳିବା ପରେ ଯାଇ ରାସ୍ତାରୋକ ହତାଜୀବ ବୋଲି କହିଛନ୍ତି ସ୍ଥାନୀୟ ଲୋକେ । ତେବେ 2015 ରେ ମୃତକ ବ୍ରିଜେଶଙ୍କ ବାପା ମଧ୍ୟ ଏଭଳି ଏକ ସଡକ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।