ଭଉଣୀ ବାହାଘର କହି ସ୍ତ୍ରୀ ପିଲାଙ୍କୁ ଛାଡି ନିଜେ ବାହା ହେଉଥିଲା ସ୍ଵାମୀ, ଖବର ପାଇ ପ୍ରଥମ ସ୍ତ୍ରୀ ଶ୍ଵଶୁର ଘରେ ଯାଇ କରିଦେଲେ ଏମିତି କାଣ୍ଡ, ଦେଖନ୍ତୁ Video

ଜଣେ ମହିଳା ଗୋଟିଏ ଘରର ଗ୍ରୀଲକୁ ଜୋର ଜୋରରେ ପିତୁଥିବାର ଓ ବାହାରେ ଅନେକ ଲୋକ ରୁଣ୍ଡ ହୋଇଥିବାର ଆପଣ ଏହି ଦୃଶ୍ୟରେ ଦେଖି ପାରୁଥିବେ । ଆପଣ ବି ଭାବୁଥିବେ ଏଠାରେ କଣ ହୋଇଛି ଓ ପୁରା ଘଟଣାଟି କଣ ? ଘଟଣା ସମ୍ପର୍କରେ ଜାଣିବା ପରେ ଆପଣ ବି ତାଜୁବ ହୋଇଯିବେ । କାରଣ ଭଉଣୀ ବାହାଘର ହେଉଛି କହି ପୂର୍ବରୁ ବିବାହିତ ଭାଇ ଦ୍ଵିତୀୟ ବିବାହ କରୁଥିଲା । ଖବର ପାଇ ପ୍ରଥମ ସ୍ତ୍ରୀ ଓ ପୁଅ ସେଠାରେ ପହଞ୍ଚିବା ପରେ ଏଭଳି ହାଇଡ୍ରାମା ହୋଇଥିଲା ।

ନଣନ୍ଦ ବାହାଘର ଆଳରେ ବଡ ଧୁମଧାମରେ ସ୍ଵାମୀର ଲୁଚାଛପା ବାହାଘର ଚାଲିଥିଲା । ଆଉ ଏତିକି ବେଳେ ସେଠାରେ ପହଞ୍ଚି ଯାଇଥିଲେ ପ୍ରଥମ ସ୍ତ୍ରୀ ଓ ପୁଅ । ଭଦ୍ରକ ଜିଲ୍ଲା ଭଣ୍ଡାରି ପୋଖରୀ ସର୍ଶଦା ଅଞ୍ଚଳରେ ଘଟିଛି ଏଭଳି ଘଟଣା । ଅଭିଯୋଗ ଅନୁସାରେ ଏହି ଗାଁର ପୀନା ସାମଲଙ୍କ ସହ ଜୋଛନାଙ୍କ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ପୂର୍ବରୁ ଉଭୟଙ୍କ ବିବାହ ପାଇଁ ଦିନଧାର୍ଯ୍ୟ ହୋଇଥିବା ବେଳେ ପୀନା ଜୋଛନାଙ୍କୁ ଅପହରଣ କରି ନେଇଥିଲେ ।

ଯେଉଁଥି ପାଇଁ ସେ ଜେଲ ବି ଯାଇଥିଲେ, କିନ୍ତୁ ଜୋଛନାଙ୍କୁ ବିବାହ କରିବା ପରେ ପୀନା ଜେଲରୁ ମୁକୁଳିଥିଲେ । କିନ୍ତୁ ପୀନାଙ୍କ ଘରଲୋକ ଜୋଛନାଙ୍କୁ ଗ୍ରହଣ ନ କରିବାରୁ ସେମାନେ ବାହାରେ ଘରଭଡା ନେଇ ରହୁଥିଲେ । କିନ୍ତୁ ପୀନାଙ୍କର ଭଉଣୀ ବାହାଘର ହେଉଥିବା କହି ପୀନାଙ୍କର ପୁଣି ଥରେ ବାହାଘର ହେଉଥିବା ଖବର ପାଇବା ପରେ ଜୋଛନା ନିଜ କୁନି ପୁଅକୁ ନେଇ ଶ୍ଵଶୁର ଘରେ ପହଞ୍ଚିଥିଲେ । ଶ୍ଵଶୁର ଘରଲୋକ ଜୋଛନାଙ୍କୁ ଘରେ ନ ପୁରାଇବାରୁ ଦାଣ୍ଡରେ ବସି ରହିଥିଲେ ଜୋଛନା ।

ରାତିସାର ଜୋଛନା ବାହାରେ ବସି ରହିଥିଲେ ବି ତାଙ୍କୁ ଘର ଭିତରକୁ ଯିବାକୁ ଦେଇ ନଥିଲେ ଶ୍ଵଶୁର ଘରଲୋକ । ଏହାକୁ ନେଇ ଗାଁ ଲୋକେ ଅସନ୍ତୋଷ ବ୍ୟକ୍ତ କରିବା ସହ ଜୋଛନାଙ୍କୁ ଘର ଭିତରକୁ ପଶିବାକୁ ସାହାଯ୍ୟ କରିଥିଲେ । ପରିସ୍ଥିତି ଉତ୍ତେଜନାଜନକ ହେବାରୁ ପୋଲିସ ପହଞ୍ଚିଥିଲା, ଆଉ ଜୋଛନାଙ୍କୁ ଥାନାକୁ ନେଇଥିଲା । ଜାତିଆଣ ଭାବ ନେଇ ଜୋଛନାଙ୍କ ଶ୍ବଶୁରଘର ଲୋକ ତାଙ୍କୁ ଘରେ ପୁରାଇ ନଥିବା ଜଣାପଡିଛି । ଏନେଇ କୋର୍ଟରେ ଏକ ମାମଲା ମଧ୍ୟ ଚାଲିଛି ।

ତେବେ ଜୋଛନାଙ୍କ ଏକ ପୁତ୍ର ସନ୍ତାନ ଥିବା ସହ କୋର୍ଟରେ ମାମଲା ଚାଲିଥିବା ବେଳେ ପୀନାଙ୍କ ବିବାହ କାହିଁକି କରାଗଲା ବୋଲି ଜୋଛନା ପ୍ରଶ୍ନ କରିଛନ୍ତି । ଶ୍ଵଶୁର ଘରଲୋକ ଜୋଛନାଙ୍କୁ ମାରଧର କରିଥିବା ମଧ୍ୟ ସେ କହିଛନ୍ତି । ଜୋଛନାଙ୍କ ଶ୍ଵଶୁର ଘରଲୋକ ତାଙ୍କୁ ଘରେ ନ ପୁରାଉଥିବାରୁ ପୀନାଙ୍କୁ ନେଇ ଭଦ୍ରକ ସହରରେ ରହୁଛନ୍ତି ଜୋଛନା । ଏପରିକି ସବୁ ଖର୍ଚ୍ଚ ଜୋଛନାଙ୍କ ବାପା ଦେଉଛନ୍ତି । ଏମିତି ବେଳେ ସ୍ବାମୀର ଏଭଳି କାର୍ଯ୍ୟ ଜୋଛନାଙ୍କୁ ମର୍ମାହତ କରିଛି । ସେ ନିଜ ପାଇଁ ଓ ତାଙ୍କ ପୁଅ ପାଇଁ ନ୍ୟାୟ ଭିକ୍ଷା କରିଛନ୍ତି ।