ଘରକୁ ଲକ୍ଷ୍ମୀ ରୂପେ ଆସିଛନ୍ତି ଦୁଇ ଝିଅ, ସୁକିନ୍ଦା ବିଧାୟକ Preetiranjan Ghadei ପାଇଲେ ମନ୍ତ୍ରୀ ପଦ

ଦୁଇଦିନ ତଳେ ଘରକୁ ଆସିଥିଲେ ଦୁଇଟି ଲକ୍ଷ୍ମୀ, ଆଉ ଆଜି ପାଇଲେ ମନ୍ତ୍ରୀ ପଦ । ଓଲିଉଡ ଅଭିନେତ୍ରୀ ଝିଲିକ ଓ ବିଧାୟକ ପ୍ରୀତିରଞ୍ଜନ ଘଡେଇଙ୍କ ଘରକୁ ଅଜସ୍ର ଖୁସି ଆସିଛି । କାରଣ ଝିଲିକ ଦୁଇଦିନ ତଳେ ଦୁଇ ଯମଜ ଶିଶୁକନ୍ୟାଙ୍କୁ ଜନ୍ମ ଦେଇଛନ୍ତି । ଦୁଇ ଝିଅଙ୍କ ପିତା ହେବା ଖୁସି ପରେ ଏବେ ପୁଣି ମନ୍ତ୍ରୀ ପଦ ପାଇବାର ଖୁସି ମିଳିଛି ପ୍ରୀତିରଞ୍ଜନ ଘଡେଇଙ୍କୁ । ପ୍ରୀତିରଞ୍ଜନ ସୁକିନ୍ଦା ବିଧାୟକ ଥିବା ବେଳେ ଏବେ ମନ୍ତ୍ରୀ ପଦ ଲାଭ କରିଛନ୍ତି ।

ଆଉ ଏହି ଦାୟିତ୍ଵ ପାଇବାର ଖୁସି ନିହାତି ଭାବେ ପ୍ରୀତିରଞ୍ଜନ ଓ ତାଙ୍କ ପରିବାର ଲୋକଙ୍କ ମନରେ ଗୋଟିଏ କଥା ଆଣି ଦେଉଥିବା, କି ଦୁଇଝିଅ ଦୁଇ ଲକ୍ଷ୍ମୀ ହୋଇ ତାଙ୍କ ଘରକୁ ଆସିଛନ୍ତି । ଯେଉଁଥି ପାଇଁ ତାଙ୍କ ଜୀବନରେ ଆଉ ଏକ ବଡ ଖୁସି ଆସିଛି । କହି ରଖୁଛୁ ଯେ, ପ୍ରୀତିରଞ୍ଜନ ଘଡେଇଙ୍କ ବାପା ପ୍ରଫୁଲ୍ଲ ଘଡେଇ ଆମ ରାଜ୍ୟର ପୂର୍ବତନ ଅର୍ଥମନ୍ତ୍ରୀ ଥିଲେ । ଏହାପରେ ପୁଅ ପ୍ରୀତିରଞ୍ଜନ ଘଡେଇ ମଧ୍ୟ ରାଜନୀତିକୁ ଓହ୍ଲାଇଥିଲେ ଓ କ୍ରମେ ବିଧାୟକ ମଧ୍ୟ ହୋଇଥିଲେ ।

ସେପଟେ ଝିଲିକ ମଧ୍ୟ ଓଲିଉଡ ଜଗତର ଖୁବ ନାମୀ ଓ ଲୋକପ୍ରିୟ ଅଭିନେତ୍ରୀ । ବଙ୍ଗାଳୀ ଝିଅ ଝିଲିକଙ୍କୁ ଓଡିଆ ଫିଲ୍ମ ଜଗତରେ ବେଶ ସୁନାମ ମିଳିଥିଲା । କିନ୍ତୁ ଝିଲିକ ଓ ପ୍ରୀତିରଞ୍ଜନଙ୍କ ପ୍ରେମ ସମ୍ପର୍କ ଏକଦମ ସିକ୍ରେଟ ରହିଥିଲା । ୧୨ ମାର୍ଚ୍ଚ ୨୦୨୨ରେ ଚିଲିକାରେ ଦୁହେଁ ଏକ ପ୍ରାଇଭେଟ ସେରିମନିରେ ବିବାହ କରିଥିଲେ ।

ଆଉ ଏବେ ଦୁହିଁଙ୍କ କୋଳକୁ ଆସିଛନ୍ତି ଦୁଇ କନ୍ୟା ସନ୍ତାନ । ଆଉ ଏବେ ଉଭୟ ଦୁଇ ଝିଅଙ୍କ ପିତାମାତା ହୋଇଛନ୍ତି ଓ ତା’ ସାଙ୍ଗେ ସାଙ୍ଗେ ମନ୍ତ୍ରୀ ପଦ ମଧ୍ୟ ପାଇଛନ୍ତି । ଝିଅଙ୍କ ଆଗମନ ହୁଏତ ଏହି ଖୁସି ଖବରର ସଂକେତ ଦେଇଥିଲା କି ଆଉ ଏକ ବଡ ଖୁସି ଆସିବାକୁ ଯାଉଛି । ରାଜ୍ୟର ସମସ୍ତ ମନ୍ତ୍ରୀ ଇସ୍ତଫା ଦେଲା ପରେ ପୁଣି ଥରେ ନୂତନ ମନ୍ତ୍ରୀମଣ୍ଡଳ ଗଠନ କରାଯାଇଛି ।

ଆଉ ଏହି ମନ୍ତ୍ରୀମଣ୍ଡଳରେ ପ୍ରୀତିରଞ୍ଜନ ଘଡେଇ ସାମିଲ ହୋଇଛନ୍ତି । ଯାହା ତାଙ୍କ ପରିବାରର ଖୁସିକୁ ଆହୁରି ବହୁଗୁଣିତ କରିଦେଇଛି । ଦୁଇ ଝିଅଙ୍କ ଜନ୍ମକୁ ନେଇ ନିହାତି ଭାବେ ତାଙ୍କ ପରିବାର ଗର୍ବ ଅନୁଭବ କରୁଥିବେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।