ଭାରତୀୟ ଟିମ ର ଏହି ସ୍ପିନର କଲେ ସନ୍ୟାସ ନେବାର ଘୋଷଣା, ମାତ୍ର ୩୩ ବର୍ଷ ବୟସରେ ଛାଡିଲେ କ୍ରିକେଟ

ଭାରତୀୟ ଟିମର ସ୍ପିନ ବୋଲର ପ୍ରଜ୍ଞାନ ଓଝା ଅନ୍ତରାଷ୍ଟ୍ରୀୟ କ୍ରିକେଟର ତିନୋଟି ଫର୍ମାଟ ଓ ଫର୍ସ୍ଟ କ୍ଲାସ କ୍ରିକେଟରୁ ସନ୍ୟାସ ନେବାର ଘୋଷଣା କରିଦେଇଛନ୍ତି । ମାତ୍ର ୩୩ ବର୍ଷ ବୟସରେ ହିଁ ପ୍ରଜ୍ଞାନ ଓଝା କ୍ରିକେଟକୁ ବିଦାୟ କହି ଦେଇଛନ୍ତି । ଏହି କଥାର ପୃଷ୍ଟି ପ୍ରଜ୍ଞାନ ଓଝା ନିଜେ ନିଜର ଟ୍ୱିଟର ଆକାଉଣ୍ଟରେ କରିଛନ୍ତି ଓ ସେ କହିଲେ କି ସେ କ୍ରିକେଟ ର ତିନୋଟି ଫର୍ମାଟରୁ ବିଦାୟ ନେଉଛନ୍ତି ।

ଭୁବନେଶ୍ଵରରେ ରହୁଥିବା ପ୍ରଜ୍ଞାନ ଓଝା ନିଜର ଟ୍ୱିଟର ଆକାଉଣ୍ଟରେ ଦୁଇ ପେଜର ଏକ ପତ୍ର ଲେଖିଲେ, ଯେଉଁଥିରେ ନିଜର ଟିମର ପୂର୍ବ କ୍ୟାପଟେନ ଓ ସାଥି ଖେଳାଳିମାନଙ୍କୁ ଧନ୍ୟବାଦ କରିଲେ । ଏହା ଛଡା ଲେଟର କ୍ୟାପ୍ସନରେ ଓଝା ଲେଖିଲେ କି, “ଏବେ ଜୀବନରେ ଅଲଗା ରାସ୍ତାରେ ଯିବା ପାଇଁ ସମୟ ଆସି ଯାଇଛି । ସ୍ନେହ ଓ ସମର୍ଥନ ଦେଇଥିବା ସବୁ ବ୍ୟକ୍ତି ସବୁବେଳେ ମୋର ମନେ ରହିବେ ଓ ମୋତେ ସେଥିରୁ ସବୁବେଳେ ମୋଟିବେଶନ ମିଳିବ ।“

କହିବାକୁ ଗଲେ ପ୍ରଜ୍ଞାନ ଓଝା ୨୦୦୮ରେ ଭାରତର ୱାଣ୍ଡେ ଟିମରେ ଡେବ୍ୟୁ କରିଥିଲେ । ଏହା ପରେ ବର୍ଷ ୨୦୧୩ ପର୍ଯ୍ୟନ୍ତ ସେ ତିନୋଟି ଫର୍ମାଟର ମ୍ୟାଚ ଗୁଡିକରେ ଭାରତୀୟ ଟିମ ର ଅଂଶ ମଧ୍ୟ ରହିଛନ୍ତି । ସେ ୨୪ଟି ଟେସ୍ଟ, ୧୮ଟି ୱାଣ୍ଡେ ଓ ୬ଟି ଟି – ୨୦ ଇଣ୍ଟରନ୍ୟାଶନାଲ ମ୍ୟାଚ ଓ ୯୨ଟି ଆଇପିଏଲ ମ୍ୟାଚ ଖେଳିଛନ୍ତି । କିନ୍ତୁ ପ୍ରଜ୍ଞାନ ଓଝାଙ୍କୁ ୭ ବର୍ଷ ହେବ ଟିମରେ ଚୟନ କରାଯାଇ ନାହିଁ । ଏମିତିରେ ଅନ୍ତରାଷ୍ଟ୍ରୀୟ କ୍ରିକେଟକୁ ତାଙ୍କର ବିଦାୟ କହିବା ଉଚିତ ନିଷ୍ପତି ବୋଲି କୁହାଯାଉଛି । ଏହା ପରେ ସେ କୋଚିଙ୍ଗ ସହ କମେଂଟ୍ରୀ ବି କରି ପାରିବେ ।

୨୪ଟି ଟେସ୍ଟ ମ୍ୟାଚରେ ପ୍ରଜ୍ଞାନ ଓଝା ୧୧୩ଟି ୱିକେଟ ନିଜ ନାମରେ କରିଛନ୍ତି । ଯେଉଁଥିରୁ ଗୋଟିଏ ମ୍ୟାଚରେ ୭ଟି ୱିକେଟ ଓ ଆଉ ଗୋଟିଏ ମ୍ୟାଚରେ ୧୦ଟି ୱିକେଟ ନେଇଥିଲେ । ଏହା ଛଡା ୧୮ଟି ୱାଣ୍ଡେ ଇଣ୍ଟରନ୍ୟାଶନାଲ ମ୍ୟାଚରେ ଓଝା ୨୧ ଜଣ ବ୍ୟାଟ୍ସମ୍ୟାନକୁ ପବେଲିୟନ ପଠାଇ ଥିଲେ । ଯେତେବେଳେ କି ୬ଟି ଟି ୨୦ ଅନ୍ତରାଷ୍ଟ୍ରୀୟ ମ୍ୟାଚରେ ପ୍ରଜ୍ଞାନ ଓଝା ୧୦ଟି ୱିକେଟ ନେଇଥିଲେ । ବ୍ୟାଟ୍ସମ୍ୟାନ ରୂପରେ ତାଙ୍କର ନାମ ଟେସ୍ଟ ମ୍ୟାଚରେ ୮୯ ରନ, ୱାଣ୍ଡେରେ ୪୬ ରନ ଓ ଟି – ୨୦ରେ ୧୦ ରନ ନିଜ ନାମରେ କରିଛନ୍ତି ।