ମହାଶିବରାତ୍ରି: ୧୧୭ ବର୍ଷ ପରେ ବନୁଛି ଏହି ଅଦ୍ଭୁତ ସଂଯୋଗ, କୃପା ପାଇବା ପାଇଁ ରାଶି ଅନୁସାରେ କରନ୍ତୁ ଏହି ଉପାୟ

ମହାଶିବରାତ୍ରିର ପର୍ବକୁ ଲୋକମାନେ ବହୁତ ଖୁସି ଓ ଆସ୍ଥାର ସହ ପାଳନ କରନ୍ତି । ଏହି ତିଥି ଏଥର ୨୧ ଫେବୃୟାରିରେ ପଡୁଛି । ଏହି ଚତୁର୍ଦ୍ଦଶି ତିଥିର ପ୍ରାରମ୍ଭ ୨୧ ଫେବୃୟାରି ସନ୍ଧ୍ୟା ୫.୨୦ ରେ ହେବ ଏବଂ ଏହାର ଅନ୍ତ ୨୨ ଫେବୃୟାରି ସନ୍ଧ୍ୟା ୭.୦୨ ରେ ହେବ । ଏହି ପର୍ବରେ ଆପଣ ଭଗବାନ ଶିବଙ୍କୁ ପୂଜା କରି କୃପା ପ୍ରାପ୍ତି କରିପାରିବେ ।

୧୧୭ ବର୍ଷ ପରେ ହେବାକୁ ଯାଉଛି ଏହି ଅଦ୍ଭୁତ ସଂଯୋଗ


ଏହି ବର୍ଷ ମହାଶିବରାତ୍ରିରେ ପୁରା ୧୧୭ ବର୍ଷ ପରେ ଗଜବର ସଂଯୋଗ ହେବାକୁ ଯାଉଛି । ଏଥର ଶନି ନିଜ ରାଶି ମକରରେ ଅଛନ୍ତି ଓ ଶୁକ୍ର ନିଜର ହାଇ ଲେବଲ ରାଶି ମୀନରେ ଅଛନ୍ତି । ଏହି ଦୁର୍ଲଭ ସଂଯୋଗ ୧୧୭ ବର୍ଷ ପରେ ଫାଲ୍ଗୁନ ମାସର କୃଷ୍ଣ ପକ୍ଷର ଚତୁର୍ଦ୍ଦଶିରେ ହେଉଛି । ଆପଣ ଏହି ସଂଯୋଗର ଲାଭ ଉଠାଇବା ପାଇଁ କିଛି ଖାସ ଉପାୟ କରିପାରିବେ ।

ମହାଶିବରାତ୍ରିରେ କରନ୍ତୁ ଏହି କାର୍ଯ୍ୟ

-ଯଦି ସରକାରୀ କାର୍ଯ୍ୟରେ ସଫଳତା ହାସଲ କରିବା ପାଇଁ ଚାହୁଁଛନ୍ତି, ତେବେ ଆପଣ ତମ୍ବାର ଲୋଟାରେ ଜଳ ନେଇ ଶିବ ଲିଙ୍ଗର ଅଭିଷେକ କରନ୍ତୁ ।

-ଦାମ୍ପତ୍ୟ ଜୀବନକୁ ସୁଖମୟ କରିବା ପାଇଁ ପତି ପତ୍ନୀ ଉଭୟ ଶିବ ଲିଙ୍ଗର ଅଭିଷେକ କରନ୍ତୁ ।

-ଯଦି ଆପଣଙ୍କ କୁଣ୍ଡଳୀରେ ମଙ୍ଗଳ ଥିବେ, ତେବେ ଆପଣ ହଳଦୀ ପାଣି ଦ୍ଵାରା ଶିବ ଲିଙ୍ଗର ଅଭିଷେକ କରନ୍ତୁ ।

-ଯଦି ଆପଣଙ୍କ ଜାତକରେ ବୁଧଙ୍କର ଦୋଷ ଅଛି, ତେବେ ଆପଣ ଶିବ ଓ ପାର୍ବତୀଙ୍କ ପୂଜା କରନ୍ତୁ ଓ କନ୍ୟା ମାନଙ୍କୁ ଭୋଜନ ଦିଅନ୍ତୁ ।

-ଯଦି କୁଣ୍ଡଳୀରେ ଶୁକ୍ରଙ୍କ ସ୍ଥିତି ମଝବୁତ କରିବା ପାଇଁ ଚାହୁଁଛନ୍ତି, ତେବେ ଶିବ ଲିଙ୍ଗର ଅଭିଷେକ କ୍ଷୀର ଓ ଦହିରେ କରନ୍ତୁ ।

-ଯେଉଁ ଲୋକମାନଙ୍କର କୁଣ୍ଡଳୀରେ ଶନି ଭାରି ଅଛନ୍ତି, ସେମାନେ ଶିବ ଲିଙ୍ଗର ଅଭିଷେକ ସୋରିଷ ତେଲରେ କରନ୍ତୁ ।

-ଯଦି କେତୁ ଗୃହକୁ ମଝବୁତ କରିବା ପାଇଁ ଚାହୁଁଛନ୍ତି, ତେବେ ଆପଣ ଜଳରେ ମହୁ ମିଶାଇ ଶିବ ଲିଙ୍ଗର ଅଭିଷେକ କରନ୍ତୁ ।

– କଞ୍ଚା କ୍ଷୀର ଶିବ ଲିଙ୍ଗରେ ଚଢାଇଲେ କୁଣ୍ଡଳୀରେ ଚନ୍ଦ୍ରମାର ସ୍ଥିତି ମଝବୁତ ହୋଇଥାଏ ।

-ଗୁରୁ ଗୃହକୁ ମଝବୁତ କରିବା ପାଇଁ ଜଳରେ କେଶର ମିଶାଇ ଶିବ ଲିଙ୍ଗର ଅଭିଷେକ କରନ୍ତୁ ।

ରାଶି ମାନଙ୍କ ଅନୁସାରେ ଉପାୟ

ମହାଶିବରାତ୍ରି ଦିନ ଆପଣ ନିଜ ରାଶି ଅନୁସାରେ ଭଗବାନ ଶିବଙ୍କୁ ପ୍ରସନ୍ନ କରିବା ପାଇଁ ବିଭିନ୍ନ ଉପାୟ କରିପାରିବେ । ମେଷ ରାଶିର ଜାତକ ମାନଙ୍କୁ ଶିବ ଲିଙ୍ଗରେ ବେଲପତ୍ର ଚଢାଇବା ଉଚିତ । ବୃଷ ରାଶିର ଜାତକ ମାନେ ଶିବ ଲିଙ୍ଗରେ କ୍ଷୀର ଓ ଜଳର ମିଶ୍ରଣ ଚଢାନ୍ତୁ । ମିଥୁନ ରାଶିର ଜାତକମାନେ ଦହି ସହ ଜଳ ମିଶାଇ ଅର୍ପଣ କରନ୍ତୁ । କର୍କଟ ରାଶିର ଜାତକମାନଙ୍କୁ ଚନ୍ଦନ ଇତର ଚଢାଇବା ଉଚିତ । ସିଂହ ରାଶିର ଜାତକ ମାନଙ୍କୁ ଘିଅର ଦ୍ଵିପ ଲଗାଇବା ଉଚିତ ।

କନ୍ୟା ରାଶିର ଜାତକ ମାନଙ୍କୁ କଳା ରାଶି ସହିତ ଜଳ ଅର୍ପଣ କରିବା ଉଚିତ । ତୁଳା ରାଶିର ଜାତକମାନେ ଜଳରେ ଧଳା ଚନ୍ଦନ ମିଶାଇ ଚଢାନ୍ତୁ । ବିଛା ରାଶିର ଜାତକ ମାନେ ବେଲ ପତ୍ର ଚଢାଇ ଶିବଙ୍କ ଆରାଧନା କରନ୍ତୁ । ଧନୁ ରାଶିର ଜାତକମାନେ ଅବିର ଚଢାନ୍ତୁ । ମକର ରାଶିର ଜାତକମାନେ ଭାଙ୍ଗ ସହ ଦୁଦୁରା ଫୁଲ ଚଢାନ୍ତୁ । କୁମ୍ଭ ରାଶିର ଜାତକମାନେ ଫୁଲ ଅର୍ପଣ କରନ୍ତୁ ଓ ମୀନ ରାଶିର ଜାତକ ମାନେ ଆଖୁ ରସ ସହିତ କେଶର ମିଶାଇ ଶିବଙ୍କର ଅଭିଷେକ କରନ୍ତୁ ।