ଭାରତୀୟ ସେନାରେ ବିଭିନ୍ନ ପଦବୀରେ ଥିବା ଅଫିସରଙ୍କ ଦରମା କେତେ ଜାଣିଛନ୍ତି କି ? ସେନା ମୁଖ୍ୟଙ୍କ ଦରମା କେତେ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ଭାରତୀୟ ସେନାରେ ଭର୍ତ୍ତି ହେବା ପାଇଁ ଦେଶର ଲକ୍ଷ ଲକ୍ଷ ଯୁବକଙ୍କ ସ୍ଵପ୍ନ ରହିଥାଏ । ମାଟି ମାଆର ସେବା କରିବା ପାଇଁ ସେନାର ବିଭିନ୍ନ ପଦବୀ ପାଇଁ ପ୍ରତିବର୍ଷ ବିଜ୍ଞପ୍ତି ବାହାରିଥାଏ । ହଜାର ହଜାର ଯୁବକ ସେନାରେ ଭର୍ତ୍ତି ହେବା ସହ ସେନାର ଉଚ୍ଚ ପଦବୀ ପାଇଁ ମଧ୍ୟ ପରୀକ୍ଷା ହୋଇଥାଏ । ନ୍ୟାସନାଲ ଡ଼ିଫେନ୍ସ ଏକାଡେମି (NDA) ଓ କମ୍ବାଇନଡ୍ ଡ଼ିଫେନ୍ସ ସିଷ୍ଟମ (CDS) ସମେତ ଅନେକ ପରୀକ୍ଷା ଦେବାକୁ ପଡିଥାଏ । ଆର୍ମିରେ ଥିବା ଅଫିସର ମାନଙ୍କୁ କେତେ ଦରମା ମିଳିଥାଏ ଆସନ୍ତୁ ଜାଣିବା ।

ଆର୍ମି ଚିଫ୍ ବା ଚିଫ ଅଫ ଡ଼ିଫେନ୍ସ ସିଷ୍ଟମ (CDS) ଙ୍କ ମାସିକ ଦରମା ୨ ଲକ୍ଷ ୫୦ ହଜାର ଟଙ୍କା ହୋଇଥାଏ । ଏହା ବ୍ଯତୀତ ସିଡ଼ିଏସଙ୍କୁ ଅନ୍ଯାନ୍ଯ ସୁବିଧା ମଧ୍ୟ ଦିଆ ଯାଇଥାଏ । ସିଡ଼ିଏସ ଙ୍କୁ ଦେଶର ସବୁଠୁ ପ୍ରତିଷ୍ଠିତ ପଦବୀ ଭାବେ ଗଣା ଯାଇଥାଏ । ଆର୍ମିରେ ଜେନେରାଲ ପୋଷ୍ଟକୁ ବି ଏକ ଉଚ୍ଚ ପଦବୀ ଭାବେ ଗଣନା କରାଯାଏ । ଜଣେ ଆର୍ମି ଜେନେରାଲଙ୍କ ମାସିକ ଦରମା ସିଡ଼ିଏସ ଙ୍କ ଦରମା ସହ ସମାନ ହୋଇଥାଏ ।

ସେହିପରି ଆର୍ମିର ଲେଫ୍ଟନାଣ୍ଟ ଜେନେରାଲଙ୍କ ମାସିକ ଦରମା ୧ ଲକ୍ଷ ୮୨ ହଜାର ଟଙ୍କା ହୋଇଥାଏ । ସମୟ ଅନୁସାରେ ଏହି ଦରମା ବୃଦ୍ଧି ହୋଇଥାଏ । ମେଜର ଜେନେରାଲ ରାଙ୍କିଂର ଅଧିକାରୀଙ୍କୁ ମାସିକ ୧ ଲକ୍ଷ ୪୪ ହଜାର ଟଙ୍କା ଦରମା ମିଳିଥାଏ । ଏହି ଦରମା ପେ-ସ୍କେଲ ଲେବୁଲ ୧୩ ଅନୁସାରେ ଦିଆ ଯାଇଥାଏ ।

ଆର୍ମିରେ ବ୍ରିଗେଡିଆନଙ୍କ ପଦବୀଙ୍କୁ ମଧ୍ୟ ଏକ ଉଚ୍ଚପଦସ୍ଥ ପଦବୀ ଭାବେ ଗଣାଯାଏ । ବ୍ରିଗେଡିୟରଙ୍କ ଚୟନ ସିଡ଼ିଏସ ଙ୍କ ମାଧ୍ୟମରେ କରା ଯାଇଥାଏ । ତାଙ୍କ ଦରମା ମାସିକ ୧ ଲକ୍ଷ ୩୯ ହଜାର ଟଙ୍କା ହୋଇଥାଏ । ସେହିପରି ଆର୍ମିର କର୍ଣ୍ଣଲଙ୍କୁ ଏକ ଲକ୍ଷ ୩୦ ହଜାର ଟଙ୍କା ମାସିକ ମିଳିଥାଏ । ଏହାସହ ତାଙ୍କୁ ରହିବା ପାଇଁ କ୍ଵାର୍ଟର, ଯାତାୟାତ କରିବା ପାଇଁ ଗାଡି ସହନ୍ୟ ସୁବିଧା ଯୋଗାଇ ଦିଆଯାଏ । ଅନ୍ୟ ଉଚ୍ଚପଦସ୍ଥ ପଦବୀରେ ଥିବା ଅଫିସରଙ୍କୁ ମଧ୍ୟ ଏହି ସୁବିଧା ମିଳିଥାଏ ।

ସବୁଠୁ ବଡ କଥା ହେଉଛି ଏମାନେ ଦରମା ଅପେକ୍ଷା ନିଜ ଡ୍ଯୁଟିକୁ ଅଧିକ ଭଲ ପାଇଥାନ୍ତି । ପ୍ରତି ମୁହୂର୍ତ୍ତରେ ଦେଶ ମାତୃକାର ସୁରକ୍ଷା ପାଇନ ଶତ୍ରୁ ସହ ଲଢିବାକୁ ଏମାନେ ପ୍ରସ୍ତୁତ ଥାଆନ୍ତି ଏବଂ ଦରକାର ପଡିଲେ ହସି ହସି ମାଟି ମାଆ ପାଇଁ ଜୀବନ ମଧ୍ୟ ଦେଇଥାନ୍ତି । ସେଥିପାଇଁ ଆଜି ଆମ ଦେଶ ଭାରତୀୟ ସେନାକୁ ନେଇ ଗର୍ବ କରୁଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।