ଲାଗିବାକୁ ଯାଉଛି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ, ସାବଧାନ ! ଗର୍ଭବତୀ ମହିଳାମାନେ ଏହି ସବୁ ଭୁଲ କରନ୍ତୁ ନାହିଁ…

ଗ୍ରହଣ ଲାଗିବା ଦ୍ଵାରା ଏହାର ପ୍ରଭାବ ସମସ୍ତ ଜୀବଜଗତ ଉପରେ ପଡିଥାଏ । ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ଆସନ୍ତା ୧୬ ମେ’ ସକାଳ ୭ଟା ୫୮ମିନିଟରୁ ଆରମ୍ଭ ହୋଇ ଦ୍ଵିପ୍ରହର ୧୧ଟା ୨୫ମିନିଟ ଯାଏଁ ରହିବ । ଏହି ଗ୍ରହଣ ଉତ୍ତର ଓ ଦକ୍ଷିଣ ଆମେରିକା, କାନାଡା, ଋଷ, ଫିନଲାଣ୍ଡ, ଅଷ୍ଟ୍ରେଲିଆ, ଇଣ୍ଡୋନେସିଆ, ପଶ୍ଚିମ ଆଫ୍ରିକା, ୟୁରୋପ, ଏସିଆ ଓ ପଶ୍ଚିମ ମହାସାଗରରେ ଦେଖାଦେବ । ଭାରତରେ ଏହା କିଛି କ୍ଷେତ୍ରରେ ଦେଖାଦେବ ତେଣୁ ଯେଉଁ ଭାରତରେ ଏହାର ସୂତକ କାଳ ମଧ୍ୟ ମାନ୍ୟ ହେବ ।

ବିଶେଷ କରି ଗର୍ଭବତୀ ମହିଳାମାନେ ଏହିଦିନ ବିଶେଷ ସାବଧାନ ରହିବା ଉଚିତ । ଶାସ୍ତ୍ର ଅନୁସାରେ ଗର୍ଭବତୀ ମହିଳା ତଥା ତାଙ୍କ ପେଟରେ ଛୁଆ ପାଇଁ ଏହି ଗ୍ରହଣ ସୁରକ୍ଷିତ ହୋଇ ନଥାଏ । କାରଣ ସେହି ସମୟରେ ନକରାତ୍ମକ ଊର୍ଜା ଉପତନ୍ନ ହୋଇଥାଏ । ଯେଉଁ ସ୍ଥାନରେ ଚନ୍ଦ୍ରଗ୍ରହଣ ଲାଗେ ସେହି ସ୍ଥାନରେ ୯ ଘଣ୍ଟା ପୂର୍ବରୁ ବିଶେଷ କାର୍ଯ୍ୟମାନ ବନ୍ଦ କରି ଦିଆଯାଏ । ଏହି ସମୟରେ ପୂଜାପାଠ କରିବା ମନା ହୋଇଥାଏ ଏବଂ ସବୁ ମନ୍ଦିରର ଦ୍ଵାରା ବନ୍ଦ ରଖାଯାଏ ।

ଚନ୍ଦ୍ରଗ୍ରହଣ ହେଉ ବା ସୂର୍ଯ୍ୟପରାଗ ଏହା ଗର୍ଭବତୀ ମହିଳାଙ୍କ ଉପରେ ଖରାପ ପ୍ରଭାବ ପକାଇଥାଏ । ଏହି ଚନ୍ଦ୍ରଗ୍ରହଣଟି ଉପଛାୟା ଗ୍ରହଣ ହୋଇଥିବାରୁ ଏହା ବିଶେଷ ଅଶୁଭ ହେବନାହିଁ । ଯଦି ଆପଣ ଏହା ପାଳନ କରିବେନି ତେବେବି ବିଶେଷ ଅସୁବିଧା ହେବନାହିଁ । ତଥାପି ଏହି ସମୟରେ ଗର୍ଭବତୀ ନ ବାହାରିବା ଉଚିତ ହେବ ।

ଚନ୍ଦ୍ରରେ ଗ୍ରହଣ ଲାଗିବା ଯୋଗୁଁ ସେହି ସମୟରେ ବାତାବରଣ ନକରାତ୍ମକ ଊର୍ଜାରେ ପରିପୂର୍ଣ୍ଣ ଥାଏ । ଏହାର ଖରାପ ପ୍ରଭାବ ଗର୍ଭରେ ଥିବା ଶିଶୁ ଉପରେ ପଡୁଥିବାରୁ ଜ୍ଯୋତିଷ ଶାସ୍ତ୍ରରେ ଏହି ସବୁ ନିୟମ ପାଳନ କରିବାକୁ କୁହାଯାଇଛି । ଗ୍ରହଣ ସମୟରେ ମହିଳାଙ୍କୁ ଛୁରି, ପନିକି ଓ କଇଁଚି ଭଳି ଧାରୁଆ ଅସ୍ତ୍ର ବ୍ୟବହାର କରିବାକୁ ମନା ହୋଇଥାଏ । ଗ୍ରହଣ ସମୟରେ ପାକ ହୋଇଥିବା ଖାଦ୍ଯ ଖାଇବାକୁ ମଧ୍ୟ ବାରଣ ରହିଛି ।

ଗର୍ଭବତୀ ମହିଳା, ବୃଦ୍ଧ ବ୍ୟକ୍ତି ଓ ରୋଗୀ ଏତେ ସମୟ ଭୋକିଲା ରହିପାରିବେ ନାହିଁ । ତେଣୁ ସେମାନେ କେବଳ ଖାଦ୍ଯ ଖାଇପାରିବେ । ଗ୍ରହଣ ଲାଗିବା ପୂର୍ବରୁ ସମସ୍ତ ଖାଦ୍ୟ ସାମଗ୍ରୀରେ ତୁଳସୀ ପତ୍ର ପକାନ୍ତୁ ଓ ଗ୍ରହଣ ଲାଗିଥିବା ସମୟରେ କୌଣସି ଖାଦ୍ଯ ରାନ୍ଧନ୍ତୁ ନାହିଁ ।

ଗ୍ରହଣ ଲାଗିବା ସମୟରେ ଫୁଲ ଓ ଫଳ ତୋଳିବା ମନା ହୋଇଥାଏ, ତେଣୁ ଗ୍ରହଣ ଲାଗିବା ପୂର୍ବରୁ ହିଁ ତୁଳସୀ ପତ୍ର ତୋଳି ନିଅନ୍ତୁ । ଗର୍ଭବତୀ ମହିଳା ଏହି ସମୟରେ ବାଥରୁମ୍ ଯାଇପାରିବେ । ସେମାନେ ଅଧିକ ସମୟ ଠିଆ ହେବା କିମ୍ବା ଚାଲିପାରିବେ ନାହିଁ ତେଣୁ ସେମାନେ ଏହି ସମୟରେ ଶୋଇପାରିବେ । ଏହି ସମୟରେ ଟିଭି ଓ ମୋବାଇଲ ଫୋନ ବ୍ୟବହାର କରିପାରିବେ । ଏହି ସମୟରେ ଆପଣ ଭଗବାନଙ୍କ ମନ୍ତ୍ର ଜପ କରିବା ଶୁଭ ସାବ୍ୟସ୍ତ ହୋଇଥାଏ ।

ଗ୍ରହଣର କିରଣ ଯେପରି ଆପଣଙ୍କ ଉପରେ ନପଡେ ଏଥିପାଇଁ ଘରର କବାଟ ଝରକାରେ ପରଦା ଲଗାଇ ଦେବେ । ଏହି କିରଣ ଗର୍ଭବତୀ ମହିଳା ଓ ତାଙ୍କ ପେଟରେ ଥିବା ସନ୍ତାନ ପାଇଁ କ୍ଷତିକାରକ ହୋଇଥାଏ । ଗ୍ରହଣ ଲାଗିବା ପୂର୍ବରୁ ଗର୍ଭବତୀ ମହିଳା ତୁଳସୀ ମାଳକୁ ଗଳାରେ ପିନ୍ଧିବା ଦ୍ଵାରା ଏହାର ପ୍ରଭାବ ଗର୍ଭରେ ଥିବା ପିଲା ଉପରେ ପଡିବ ନାହିଁ ।

ଗ୍ରହଣର ଖରାପ ପ୍ରଭାବରୁ ବଞ୍ଚିବା ପାଇଁ ଆପଣ ଗୋଟିଏ ନଡିଆ ମଧ୍ୟ ଗ୍ରହଣ ଲାଗିବା ପୂର୍ବରୁ ନିଜ ପାଖରେ ରଖିପାରିବେ । ଗ୍ରହଣ ଛାଡିବା ପରେ ସେହି ନଡିଆକୁ ପ୍ରବାହିତ ଜଳରେ ଭସେଇ ଦିଅନ୍ତୁ । ଗ୍ରହଣ ସମୟରେ ପିନ୍ଧିଥିବା କପଡା ବଦଳାଇ ଗାଧୋଇ ପଡନ୍ତୁ ଓ ଗଙ୍ଗାଜଳ ସେବନ କରି ଛିଞ୍ଚି ହୋଇଯାନ୍ତୁ ।

ଗ୍ରହଣ ଲାଗିବା ପୂର୍ବରୁ ମଧ୍ୟ ଘର ସାରା ଗଙ୍ଗାଜଳ ଛିଞ୍ଚିବା ଶୁଭ ହୋଇଥାଏ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।