କେଉଁ ଦେଶ ପାଖରେ କେତେ ସୁନା ରହିଛି ? କେଉଁ ଦେଶ ପାଖରେ ରହିଛି ସବୁଠୁ ଅଧିକ ସୁନା ? ଜାଣନ୍ତୁ ଭାରତର ସ୍ଥାନ କେଉଁଠି ?

ସୁନା ଅଳଙ୍କାର ସମସ୍ତଙ୍କୁ ପସନ୍ଦ ହୋଇଥାଏ । କିନ୍ତୁ କେବେ ଜାଣିବାକୁ ଚେଷ୍ଟା କରିଛନ୍ତି କି ଆମ ଦେଶରେ କେତେ ସୁନା ପରିମାଣର ସୁନା ରହିଛି ? ଭାରତ ଭଳି ପୃଥିବୀର ଅନେକ ଦେଶରେ ସୁନା ଖଣି ରହିଛି । ତେବେ ଆଜି ଆମେ ଆପଣଙ୍କୁ ସୁନା ବିଷୟରେ କିଛି ରୋଚକ ତଥ୍ୟ ଦେବାକୁ ଯାଉଛୁ । ଆସନ୍ତୁ ଜାଣିବା କେଉଁ ଦେଶରେ କେତେ ସୁନା ରହିଛି । ଏହି ତଥ୍ୟ ସେହି ଦେଶର ସେଣ୍ଟ୍ରାଲ ବ୍ଯାଙ୍କର ତଥ୍ୟକୁ ନେଇ ଆଧାରିତ ।

ଦେଶରେ କେତେ ସୁନା ରହିଛି ଏହା ସେହି ଦେଶର ସେଣ୍ଟ୍ରାଲ ବ୍ଯାଙ୍କ ତଥ୍ୟ ରଖିଥାଏ । ଏହି ତଥ୍ୟକୁ ଆଧାର କରି ସୁନାର ପରିମାଣ କମ୍ କିମ୍ବା ବେଶୀ ମଧ୍ୟ ହୋଇପାରେ । ଆଜି ଆମେ ଜାଣିବା କମ୍ ରୁ ବେଶୀ କ୍ରମାନ୍ଵୟରେ କେଉଁ ୧୫ଟି ଦେଶ ପାଖେ ସବୁଠୁ ଅଧିକ ସୁନା ରହିଛି । ନଂ.୧୫ ରେ ରହିଛି ଉଜବେକିସ୍ତାନ, ଯାହା ପାଖରେ ରହିଛି ୩୩୨ ଟନ୍ ସୁନା । ନଂ.୧୪ରେ ପର୍ତ୍ତୁଗାଲ ପାଖରେ ରହିଛି ୩୮୨ ଟନ୍ ସୁନା ଓ ନଂ.୧୩ରେ କଜାକିସ୍ତାନ ପାଖରେ ରହିଛି ୩୮୭ ଟନ୍ ସୁନା ।

ନଂ.୧୨ରେ ରହିଛି ତାଇୱାନ । ତାଇୱାନ ପାଖେ ୪୨୩ ଟନ୍ ସୁନା ରହିଛି । ନଂ.୧୧ରେ ଅଛି ତୁର୍କୀ, ଯାହାପାଖରେ ୫୪୪ ଟନ୍ ସୁନା ଅଛି ଏବଂ ନଂ.୧୦ରେ ଅଛି ନେଦରଲ୍ୟାଣ୍ଡ ଓ ନେଦରଲ୍ୟାଣ୍ଡ ପାଖେ ୬୧୨ ଟନ୍ ସୁନା ଅଛି । ସେହିପରି ଭାରତର ସ୍ଥାନ ରହିଛି ନଂ.୯ ରେ ।

ଭାରତ ପାଖେ ରହିଛି ୬୭୬ ଟନ୍ ସୁନା । ନଂ.୮ରେ ଅଛି ଜାପାନ, ଯାହା ପାଖେ ୭୬୫ ଟନ୍ ସୁନା ଥିବା ବେଳେ ନଂ.୭ରେ ସୁଇଜରଲ୍ୟାଣ୍ଡ ପକ୍ଷେ ରହିଛି ୧୦୪୦ ଟନ୍ ସୁନା । ସେହିପରି ଚୀନ ପାଖେ ବର୍ତ୍ତମାନ ରହିଛି ପ୍ରାୟ ୧୯୪୮ ଟନ୍ ସୁନା ଓ ଚୀନ ରହିଛି ନଂ.୬ରେ । ତା’ପରେ ରହିଛି ଋଷିଆ ଜିଏକି ନଂ.୫ ରେ ରହିଛି । ଋଷିଆ ପାଖେ ୨୨୯୮ ଟନ୍ ସୁନା ଅଛି । ଚାରି ନମ୍ବରରେ ଅଛି ଫ୍ରାନ୍ସ, ଯାହା ପାଖରେ ପ୍ରାୟ ୨୪୩୬ ଟନ୍ ସୁନା ରହିଛି ।

ତୃତୀୟ ସ୍ଥାନରେ ରହିଛି ଇଟାଲୀ, ଯାହା ପାଖରେ ୨୪୫୧ ଟନ୍ ସୁନା ଥିବା ବେଳେ ଦ୍ଵିତୀୟ ସ୍ଥାନରେ ରହିଛି ଜର୍ମାନୀ । ଜର୍ମାନୀ ପାଖେ ରହିଛି ୩୩୬୨ ଟନ୍ ସୁନା । ନମ୍ବର ଏକ ରେ ଅଛି ବିଶ୍ଵର ସବୁଠାରୁ ଶକ୍ତିଶାଳୀ ଦେଶ ଆମେରିକା । ଆମେରିକା ପାଖରେ ବର୍ତ୍ତମାନ ୮୧୩୩ ଟନ୍ ସୁନା ରହିଛି । ଯାହାକି ନଂ.୨ରେ ଥିବା ଜର୍ମାନୀ ପାଖରେ ଥିବା ସୁନାର ପରିମାଣର ଦୁଇଗୁଣରୁ ମଧ୍ୟ ଅଧିକ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।