ଭାରତକୁ ବଞ୍ଚାଇ ଦେଲେ ଭଗବାନ ! ଯଦି ପାକ ଜାସୁସ ହାତରେ ଲାଗି ଯାଇ ଥାନ୍ତା ଏହି ସୂଚନା ତେବେ

ପାକିସ୍ତାନର ହାଇ କମିଶନର ସ୍ଟାଫ ଦୁଇ ଜଣ ଜାସୁସୀ କରୁଥିବା ସମୟରେ ଧରା ପଡିଲେ, ସେମାନେ କୌଣସି ସାମାନ୍ୟ ମିଶନରେ ନ ଥିଲେ । ଏହି ଦୁଇ ପାକିସ୍ତାନୀ ଜାସୁସ ଏକ ବଡ ସିକ୍ରେଟ ପଛରେ ପଡି ଥିଲେ । କିନ୍ତୁ ଯେଉଁ ସୂଚନା ତାଙ୍କୁ ଦରକାର ଥିଲା, ଯଦି ତାହା ତାଙ୍କୁ ମିଳି ଯାଇ ଥାନ୍ତା ତେବେ ଭାରତ ପାଇଁ ବହୁତ ଅସୁବିଧା ହୋଇ ଯାଇଥାନ୍ତା । ଏହା ଦ୍ଵାରା କୌଣସି ବି ପ୍ରକାରର ଯଦି ଯୁଧ୍ୟ ଆରମ୍ଭ ହୋଇଥାନ୍ତା ତେବେ ଭାରତ କମଜୋର ପଡି ଯାଇ ଥାନ୍ତା ।

ତାଙ୍କୁ ଭାରତୀୟ ସେନାଙ୍କ ସପ୍ଲାଇ-ରୁଟର ସୂଚନା ଦରକାର ଥିଲା । ସେଥିପାଇଁ ସେ ବହୁତ ରୂପ ବି ପରିବର୍ତ୍ତନ କରିଛନ୍ତି । କେବେ କାରୋବାରି ହୋଇଛନ୍ତି, କେବେ ବ୍ୟାପାରୀ, କେବେ ସିକ୍ୟୁରିଟୀ କମ୍ପାନୀର ମୁଖ୍ୟ ତ କେବେ ନ୍ୟୁଜ ରିପୋର୍ଟର ହୋଇଛନ୍ତି ।

ଛୋଟ ଲେବୁଲର ଅଧିକାରୀମାନଙ୍କୁ ଜାଲରେ ଫସାଇ ଥିଲେ

ISIର ଟ୍ରେଣ୍ଡ ଦୁଇ ଜାସୁସ – ଆବିଦ ହୁସୈନ ଓ ତାହିର ହୁସୈନର ନଜର ବିଭିନ୍ନ ବିଭାଗର ଛୋଟ ଡିଫେନ୍ସ କର୍ମଚାରୀମାନଙ୍କ ଉପରେ ରହୁଥିଲା । ତାଙ୍କ ଠାରୁ ସୂଚନା ହାସଲ କରିବା ପାଇଁ ସର୍ବଦା ତାଙ୍କ ସହ ସମ୍ପର୍କ କରୁଥିଲେ । କିନ୍ତୁ ତାଙ୍କର ମିସନ ଅଲଗା ଥିଲା । ତାଙ୍କୁ ସେନାର କୌଣସି ସୂଚନା ଦରକାର ନ ଥିଲା । ସେ ବୈଂକହୈଂଡ ଜବ୍ସ ଉପରେ ଅଧିକ ନଜର ରଖିଥିଲେ । ତାଙ୍କର ଅସଲ ଲକ୍ଷ ଥିଲା ରେଲୱେ ଜରିଆରେ ହଥିୟାର ଓ ଗୋଳା ବାରୁଦର ସପ୍ଲାଇ ରୁଟ ଜାଣିବା । ଏହି ସୂଚନାକୁ ପରେ ଏକ ବଡ ଷଡଯନ୍ତ୍ରରେ ରୂପରେ ବ୍ୟବହାର କରିବାର ଥିଲା ।

ଏହି ଜାସୁସଙ୍କ ହାତରେ ଯଦି ହଥିୟାରର ମୁବମେଣ୍ଟ ରୁଟ କାଗଜପତ୍ର ଲାଗି ଯାଇଥାନ୍ତା ତେବେ ବହୁତ ଅସୁବିଧା ହୋଇ ଯାଇଥାନ୍ତା । ପାକିସ୍ତାନର ଯୋଜନା ଥିଲା କି ଏହି ସୂଚନାକୁ ଭାରତ ସହିତ ଯୁଧ୍ୟ ଓ ସଂଘର୍ଷ ସମୟରେ ବ୍ୟବହାର କରାଯିବ । ପାକିସ୍ତାନ ସେହି ରେଲୱେ ଟ୍ରାକକୁ କ୍ଷତି କରିଥାନ୍ତା ଯେଉଁ ରେଲୱେ ଟ୍ରାକ ଦେଇ ସେନା ନିଜର ହଥିୟାର ଓ ଗୋଳା ବାରୁଦ ସପ୍ଲାଇ କରିଥାନ୍ତେ ଯାହା ଦ୍ଵାରା ତାହା ସଠିକ ସମୟରେ ପହଞ୍ଚି ପାରି ନ ଥାନ୍ତା ।

ଯୁଧ୍ୟ ସମୟରେ ସେନାର ମୁବମେଣ୍ଟର ସୂଚନା ଶତ୍ରୁ ଦେଶ ପାଇଁ କୌଣସି ଗୋଲ୍ଡମାଇନ ଠାରୁ କମ ନୁହେଁ । ପୁଣି ଯଦି ଏହା ଜଣା ପଡିଯିବ କି ଗୋଳା ବାରୁଦ ଓ ହଥିୟାର କେଉଁ ରାସ୍ତା ଦେଇ ପହଞ୍ଚୁଛି ତେବେ କାମ ଆହୁରି ସହଜ ବି ହୋଇଯିବ । ସେନାଙ୍କ ଜିନିଷ ସପ୍ଲାଇ କରିବା ପାଇଁ ସାମାନ୍ୟ ରୁଟର ବ୍ୟବହାର କରା ଯାଇ ନ ଥାଏ । ଏମିତିରେ ଯଦି ପାକ ସେହି ଜାସୁସ ରୁଟର ସୂଚନା ପାଇ ଯାଇ ଥାନ୍ତା ତେବେ ଯୁଧ୍ୟ ସମୟରେ ପାକିସ୍ତାନକୁ ବଡ ଲାଭ ମିଳି ଯାଇ ଥାନ୍ତା । ଏହି ଷଡଯନ୍ତ୍ର ଦ୍ଵାରା ସେନାର ଟ୍ୟାଙ୍କ ଓ ବାକି ହଥିୟାର, ଗୋଳା ବାରୁଦର ସପ୍ଲାଇ ଅଟକାଇ ଦେଇ ଥାନ୍ତା ଓ ପୁଣି ବର୍ଡର ଉପରେ ଜୋରଦାର ଆକ୍ରମଣ କରିଥାନ୍ତା ।

୪୧ ବର୍ଷର ଆବିଦ ହୁସୈନ ଦୁଇ ବର୍ଷ ଭିଜା ଆସିଷ୍ଟାଣ୍ଟ ହୋଇ ହାଇ କମିଶନ ଆସିଥିଲା । ଅସଲରେ ସେ ISIର ଟ୍ରେନିଙ୍ଗ ପାଇ ଆସିଥିଲା । ଯିଏ ପଞ୍ଜାବରେ ରହୁଥିଲା । ସବୁଦିନ ଆବିଦ ହୁସୈନ ହାଇ କମିଶନରୁ ବାହାରୁ ଥିଲା ଓ ସେନା ଭବନ ତଥା କେନ୍ଦ୍ରୀୟ ସଚିବାଳୟ ବାହାରେ ଦିନ ରାତି ପଡି ରହୁଥିଲା । ସେ ନାସିର ଗୌତମ ନାମକ ଏକ ଆଧାର କାର୍ଡ ବି ତିଆରି କରି ରଖିଥିଲା । ତାହାର ସାଥି ଥିଲା ତାହିର ହୁସୈନ । ସେ ବି ଟ୍ରେଣ୍ଡ ଜାସୁସ ଥିଲା । ଦୁଇ ଜଣ ନିଜ କାମରେ ବିଶ୍ଵାସୀ ଡ୍ରାଇଭର ଜାବେଦକୁ ନେଇ ସବୁଦିନ ଯାଉଥିଲେ ।

ରବିବାର ଦିନ ଯେତେବେଳେ କରୋଲବାଗରେ ଦୁଇ ଜଣ ଧରା ପଡିଲେ ତେବେ ସେହି ସମୟରେ ଆବିଦ ହୁସୈନ ନିଜକୁ କୌଣସି ପତ୍ରକାରର ଭାଇ କହି କର୍ମଚାରୀ ସହ ସାକ୍ଷାତ କରିବାକୁ ଆସିଥିଲା । ସେ ପାକିସ୍ତାନ ବିରୁଦ୍ଧରେ ଭାରତର ପ୍ରସ୍ତୁତି ଦେଖିବା ପାଇଁ ରେଲୱେ ମୁବମେଣ୍ଟ ଉପରେ ଏକ କାହାଣୀ ଲେଖୁଥିଲେ । ୩୧ ମେ ଦିନ ମିଟିଙ୍ଗ ଟାଇମ ଠିକ ହୋଇଥିଲା । ରବିବାର ଦିନ ଦୁଇ ଜଣ କାଗଜପାତ୍ର ଏପଟ ସେପଟ କରୁଥିବାର ଧରା ପଡିଥିଲେ ।

ଜାସୁସର ପରିଚୟ ଜାଣିବା ପରେ ତାଙ୍କୁ ୨୪ ଘଣ୍ଟା ମଧ୍ୟରେ ଭାରତ ଛାଡିବାକୁ ପଡିଲା । ଗତ ଏକ ବର୍ଷରେ ସେ ଲୋୟର ରାଙ୍କ ୯ ଜଣ ଡ଼ିଫେନ୍ସ କର୍ମଚାରୀଙ୍କ ଠାରୁ ସୂଚନା ହାସଲ କରିବାକୁ ଚେଷ୍ଟା କରି ଥିଲା । ଫେବ୍ରୁୟାରୀରେ ସେ ଏକ ଯବାନ ସହ ବନ୍ଧୁତ୍ଵ କରିଥିଲେ । ଏହି ଯବାନକୁ ସାକ୍ଷାତ କରିବା ପାଇଁ ଦୁଇ ଜଣ କରୋଲବାଗ ଆସି ଥିଲେ । ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।