ଆଜିର ରାଶିଫଳ, 4 ଜୁନ 2020, ଗୁରୁବାର, ଆଜି ୬ଟି ରାଶି ଉପରେ କୃପା ବର୍ଷା କରିବେ ମା ଲକ୍ଷ୍ମୀ, ଧନପ୍ରାପ୍ତିର ବାଟ ଖୋଲିଯିବ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୪ ଜୁନ ୨୦୨୦ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ

ସମ୍ପତ୍ତି ଦୃଷ୍ଟିରୁ ଆଜିର ଦିନ ଭଲ ଅଟେ । ଭୌତିକ ସୁଖ ସୁବିଧା ଜିନିଷ ଉପରେ ଟଙ୍କା ଖର୍ଚ ହୋଇପାରେ । ନିଜର ଜୀବନସାଥିଙ୍କ ମାମଲାରେ ନିଜକୁ ସାମିଲ କରନ୍ତୁ ନାହିଁ । ନିଜ କାମ ପ୍ରତି ଧ୍ୟାନ ଦିଅନ୍ତୁ । ବ୍ୟାପାରରେ ମହତ୍ଵପୂର୍ଣ ନିଷ୍ପତି ନେବା ଦ୍ଵାରା ଲାଭ ମିଳିପାରେ । କରଜ ଠାରୁ ଦୂରେଇ ରୁହନ୍ତୁ । ପୁରୁଣା ରୋଗରୁ ମୁକ୍ତି ପାଇବେ । ସନ୍ତାନର ଉନ୍ନତି ହୋଇପାରେ । ସନ୍ତାନମାନଙ୍କୁ ବ୍ୟବସାୟ କ୍ଷେତ୍ରରେ ସଫଳତା ମିଳିବ ।

ବୃଷ

ଆଜିର ଦିନ ସାମାନ୍ୟ ଅଟେ । ଧନ ସମ୍ବନ୍ଧିତ ଚିନ୍ତା କମ ହେବ । ଜୀବନସାଥିଙ୍କ ପୂର୍ଣ ସହଯୋଗ ପ୍ରାପ୍ତ ହେବ । ପରିବାରରେ କୌଣସି ସମସ୍ୟା ଦୂର ହୋଇପାରେ । ଜୀବନସାଥିଙ୍କ ସହ ବାହାରକୁ ଯାଇ ପାରନ୍ତି । କୋର୍ଟ କଚେରୀ ମାମଲାରେ ସଫଳତା ପ୍ରାପ୍ତ ହୋଇପାରେ । ଅଧିକାରୀ ଆପଣଙ୍କ କାମରେ ସନ୍ତୁଷ୍ଟ ରହିବେ । ନିଜକୁ ସୁସ୍ଥ ରଖିବା ପାଇଁ ଚେଷ୍ଟା କରନ୍ତୁ ଓ ଭଲ ଖାଦ୍ୟ ସେବନ କରନ୍ତୁ । ଧର୍ଯ୍ୟର ସହିତ କାର୍ଯ୍ୟ କରନ୍ତୁ ।

ମିଥୁନ

ଆଜିର ଦିନ ଶୁଭ ଅଟେ । ମନରେ ଉତ୍ସାହ ଆସିବ । ଶରୀରରେ ସ୍ଫୂର୍ତି ଆସିବ । ଆଜି ଆପଣ ଆତ୍ମବିଶ୍ଵାସରେ ପରିପୂର୍ଣ ରହିବେ । ଭରପୁର ଆତ୍ମବିଶ୍ଵାସ ରହିବ । ଆଜିର ଦିନରେ ମସ୍ତିଷ୍କ ଅଧିକ ସକ୍ରିୟ ରହିବ । ମିତ୍ରଙ୍କ ସହିତ ମନୋରଜନ କରିବେ । ସମାଜରେ ମାନ ସମ୍ମାନ ବଢିପାରେ । ଗାଡି ଚଲାଉଥିବା ସମୟରେ ସାବଧାନ ରୁହନ୍ତୁ । କୌଣସି ବଡ ସଂସ୍ଥାରେ ମିଶିବେ । ବର୍ତ୍ତମାନ ସମୟରେ ପୁତ୍ରୀ ଆପଣଙ୍କ ପାଇଁ ବହୁତ ଭାଗ୍ୟଶାଳୀ ଅଟେ ।

କର୍କଟ

ମନରେ ଚିନ୍ତା ଓ ଅସ୍ଥିର ରହିବ । ମାତାଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ରଖନ୍ତୁ । ବର୍ତ୍ତମାନ ସନ୍ତାନଙ୍କ ପାଇଁ ଭାଗ୍ୟବର୍ଧକ ସମୟ ଅଟେ । ଧାର୍ମିକ ମାମଲାରେ ରୁଚି ବଢିବ । ଧନପ୍ରାପ୍ତି ପାଇଁ କରାଯାଇଥିବା ପ୍ରୟାସ ସଫଳ ରହିବ । ପରିବାରରେ କୌଣସି ବରିଷ୍ଠ ଲୋକମାନଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ । ଆଜି ଆପଣଙ୍କ ଖର୍ଚ କିଛି ଅଧିକ ହେବ । ଗୁପ୍ତ ଶତ୍ରୁ ଦ୍ଵାରା ଆପଣଙ୍କ ଛବି ଖରାପ ହୋଇପାରେ । ନିଜର କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ ।

ସିଂହ

ଆଜି ଆପଣ ଆତ୍ମବିଶ୍ଵାସରେ ଭରପୁର ରହିବେ । ଆଜି ଆପଣଙ୍କ ପରାକ୍ରମ ଦ୍ଵାରା ଶତ୍ରୁ ପରାସ୍ତ ହେବେ । ସନ୍ତାନ ଆପଣଙ୍କ ଆଜ୍ଞାରେ ରହିବେ । ଇଶ୍ଵରଙ୍କ ପ୍ରତି ଆସ୍ଥା ବଢିବ । ପରିବାର ସହିତ ଧାର୍ମିକ ଯାତ୍ରା କରି ପାରିବେ ନାହିଁ । ଭାଇ ଭଉଣୀଙ୍କ ମଧ୍ୟରେ ବିବାଦ ଆସିପାରେ । ନିଜର ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ରଖନ୍ତୁ । ଅଟକିଥିବା କିଛି ମାମଳରେ ଗତି ଆସିବ । ଆଜି ହୋଇଥିବା କିଛି ଖର୍ଚ ଆପଣଙ୍କ ମୁଣ୍ଡରେ ଘୁରି ବୁଲିବ । ଅଟକିଥିବା ଟଙ୍କା ପୁନଃ ମିଳିଯିବ ।

କନ୍ୟା

ମନ ଅସ୍ଥିର ରହିବ । ମାତାଙ୍କ ସ୍ୱାସ୍ଥ୍ୟର ଧ୍ୟାନ ରଖନ୍ତୁ । ମନରେ ଅଧିକ ଚିନ୍ତା ବଢିବ । ଆପଣଙ୍କ ସ୍ୱାସ୍ଥ୍ୟ ବି ଖରାପ ହୋଇପାରେ । ପ୍ରତିସ୍ପର୍ଦ୍ଧୀ ବିଜୟ ପ୍ରାପ୍ତ ହୋଇପାରେ । ବିଜନେସ ପାର୍ଟନର ସହ ସମ୍ପର୍କ ଖରାପ ହୋଇପାରେ । ମାତା ପିତାଙ୍କ ସ୍ୱାସ୍ଥ୍ୟର ଧ୍ୟାନ ରଖନ୍ତୁ । ନିଜକୁ ଆଶାବାଦୀ କରିବା ପାଇଁ ପ୍ରେରିତ କରନ୍ତୁ । ଏଥିରେ ନା ହିଁ ଆପଣଙ୍କ ଆତ୍ମବିଶ୍ଵାସ ବଢିବ ଓ ବ୍ୟବହାର ବି ଭଲ ରହିବ । ଏହା ସହିତ ଡର, ଈର୍ଷା ଓ ଘୃଣା ଭଳି ନକାରାତ୍ମକ ମନୋଭାବ ବି କମ ହୋଇଯିବ ।

ତୁଳା

ମନ ଶାନ୍ତ ରହିବ । ମସ୍ତିଷ୍କ ସକ୍ରିୟ ରହିବ । ନିଜର ମହତ୍ଵପୂର୍ଣ କାର୍ଯ୍ୟକୁ ସଫଳତା ପୂର୍ବକ ପୂର୍ଣ କରି ପାରିବେ । ଭାଗ୍ୟର ପୂର୍ଣ ସହଯୋଗ ମିଳିବ । ଯୁବକମାନଙ୍କ ପାଇଁ ଆଜିର ଦିନ ଖାସ ରହିବ । ଚାକିରି କରୁଥିବା ଲୋକମାନଙ୍କ ପାଇଁ ଆଜିର ଦିନ ବିଶେଷ କିଛି ଖାସ ରହିବ ନାହିଁ । ନିଜର ଇଚ୍ଛାକୁ ପୂର୍ଣ କରିବା ପାଇଁ ବ୍ୟକ୍ତିଗତ ସମ୍ପର୍କର ଲାଭ ଉଠିବା ଉଚିତ ନୁହେଁ । ଅତିରିକ୍ତ ଟଙ୍କାକୁ ରିୟଲ ଏସ୍ଟେଟରେ ନିବେଶ କରି ପାରିବେ । ନିଜର ଆର୍ଥିକ ସ୍ଥିତିକୁ ମଜବୁତ କରନ୍ତୁ ।

ବିଚ୍ଛା

ଶଶୁର ଘର ସହ କୌଣସି କଥାକୁ ନେଇ ବିବାଦ ହୋଇପାରେ । ଦୁର୍ଘଟଣାର ସମ୍ଭାବନା ଅଛି । କିଛି ସ୍ଥାନରେ ନିବେଶ ଦ୍ଵାରା ଲାଭ ମିଳିବ । ସୁଖ ଓ ସମୃଦ୍ଧି ଲାଭ ହେବ । ପଡୋଶୀଙ୍କ ସହଯୋଗ ମିଳିବ । ପରିବାରରେ ମାନ ସମ୍ମାନ ମିଳିବ । ଲୋକମାନଙ୍କୁ ଚିହ୍ନିବାକୁ ଚେଷ୍ଟା କରନ୍ତୁ । ବ୍ୟକ୍ତିଗତ ସ୍ଵାର୍ଥ ହାବି ରହିବ । ଦେଇଥିବା ଟଙ୍କାକୁ ପ୍ରାପ୍ତ କରିବାରେ ଅସୁବିଧା ହୋଇପାରେ । ପରିବାରରେ ଭୁଲ ବୁଝାମଣା ଯୋଗୁ ବିବାଦ ହୋଇପାରେ । ଦାମ୍ପତ୍ୟ ଜୀବନରେ ମଧୁରତା ଆସିବ ।

ଧନୁ

କାର୍ଯ୍ୟ କ୍ଷେତ୍ରରେ ସଫଳତା ମିଳିବ । ନୂଆ ଯୋଜନାରୁ ଲାଭ ମିଳିବ । ଧନ ସମ୍ବନ୍ଧିତ ସମସ୍ୟା ଆସିପାରେ । ଯାତ୍ରା ବୁଝି ସୁଝ କରନ୍ତୁ । ବର୍ତ୍ତମାନର କଠିନ ପରିସ୍ଥିତିରୁ ନିଜର ବୁଦ୍ଧି ଦ୍ଵାରା ସହଜରେ ମୁକ୍ତି ପାଇ ପାରିବେ । ଅଟକିଥିବା କାର୍ଯ୍ୟ ସମ୍ପୂର୍ଣ ହୋଇଯିବ । ନୂଆ ଯୋଜନା କରିବେ । କାର୍ଯ୍ୟ କ୍ଷେତ୍ରରେ ଅଧିକ ପରିଶ୍ରମ କରିବାକୁ ପଡିବ । ଦିନରେ ଜୀବନସାଥିଙ୍କ ସହ ବିବାଦ ହୋଇପାରେ । ଆପଣଙ୍କ ଖର୍ଚ ବଢିପାରେ ।

ମକର

ଯାତ୍ରା କରନ୍ତୁ ନାହିଁ । ଧାର ମାଗୁଥିବା ଲୋକମାନଙ୍କୁ ନଜର ଅନ୍ଦାଜ କରନ୍ତୁ । ଘରେଲୁ କାମକାର୍ଯ୍ୟରେ ଅଧିକ ବ୍ୟସ୍ତ ରହିବେ । ନିଜର ସମସ୍ୟାକୁ ନିଜେ ହିଁ ସମାଧାନ କରିବାକୁ ଚେଷ୍ଟା କରନ୍ତୁ । ପରିବାର ସହ ସାମଞ୍ଜସ୍ୟ ରଖନ୍ତୁ । କୌଣସି କଥାକୁ ନେଇ ଛୋଟ ଭାଇଙ୍କ ସହ ମତଭେଦ ହୋଇପାରେ । ଆଜି ଆପଣ ନିଜର ସାଥିଙ୍କୁ କ୍ଷମା କରି ଦେବେ । ପଡୋଶୀଙ୍କ ସହ ବିବାଦ ହୋଇପାରେ । କିନ୍ତୁ ଆଜି ଆପଣଙ୍କ ସନ୍ଧ୍ୟା ସମୟ ଭଲ ଯିବ ।

କୁମ୍ଭ

ପୁତ୍ରୀଙ୍କ ଭାଗ୍ୟ ଦ୍ଵାରା ଆପଣଙ୍କୁ ସଫଳତା ମିଳିବ । ଜୀବନସାଥିଙ୍କ ବି ପୂର୍ଣ ସହଯୋଗ ମିଳିବ । ବୟସ୍କ ଲୋକମାନଙ୍କ ପ୍ରେମ ଓ ଆଶୀର୍ବାଦ ମିଳିବ । ସ୍ୱାସ୍ଥ୍ୟ ସାମାନ୍ୟ ରହିବ । ଦାମ୍ପତ୍ୟ ଜୀବନରେ ମଧୁରତା ଆସିବ । ଆପଣଙ୍କ ବ୍ୟବହାର ଆପଣଙ୍କୁ ଆଘାତ ପହଞ୍ଚାଇ ପାରେ । ଉଚ୍ଚ ରକ୍ତଚାପର ସମସ୍ୟା ହୋଇପାରେ । ସନ୍ତାନଙ୍କ ସହ ବିଚାର ବିମର୍ଶ କରନ୍ତୁ । ତାଙ୍କର ସମସ୍ୟାକୁ ବୁଝିବାକୁ ଚେଷ୍ଟା କରନ୍ତୁ । ସନ୍ତାନଙ୍କ ସହ ବିବାଦ ବି ହୋଇପାରେ ।

ମୀନ

ଘରେଲୁ ଜୀବନ ଶାନ୍ତିପୂର୍ଣ ଓ ସୁଖମୟ ରହିବ । ମାତାଙ୍କ ସମ୍ମାନ କରନ୍ତୁ । ମାତାଙ୍କ ଆଶୀର୍ବାଦ ଦ୍ଵାରା ଆପଣଙ୍କୁ ସଫଳତା ପ୍ରାପ୍ତ ହେବ । ଜୀବନସାଥିଙ୍କ ସହ ସାମଞ୍ଜସ୍ୟ ରହିବ । ଆପଣଙ୍କ ସହଯୋଗ ପାର୍ପ୍ତ ହେବ । ବ୍ୟବସାୟ କ୍ଷେତ୍ରରେ ମହତ୍ଵପୂର୍ଣ କାର୍ଯ୍ୟରେ ସଫଳତା ମିଳିବ । ଆଜି ଆପଣଙ୍କ ସାମ୍ନାରେ କିଛି ସତ୍ୟତା ଉଜାଗର ହେବ । ନିବେଶ ଦ୍ଵାରା ଲାଭ ପାଇବେ । ସଫଳତା ନିଶ୍ଚିତ ମିଳିବ । ଦୈନିକ ରାଶିଫଳ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।