ଭାରତ ଠାରୁ ବିଶ୍ଵକପ ମ୍ଯାଚ ହାରିବା ପରେ ପାକିସ୍ତାନ ଆରମ୍ଭ ହେଲା ହଙ୍ଗାମା, ଖେଳାଳି ଙ୍କୁ ଗାଳି ଗୁଲଜ କରିବା ସହ ପିଟାପିଟି ହୋଇଛନ୍ତି ପାକିସ୍ତାନ ଲୋକେ ।

ମ୍ଯାଚ ହାରିବାରୁ ରାଗିଗଲେ ପାକିସ୍ତାନୀ । ଭାରତ ବିପକ୍ଷ ପ୍ରଦର୍ଶନକା ସହି ପାରିଲେନି । ଖେଳାଳିଙ୍କୁ ଗାଳି କରି ପିଟାପିଟି ହେଲେ । ହଁ ଦର୍ଶକ ବନ୍ଧୁ ଏ କଥାଟି ଶୁଣିବାକୁ ଅଜବ ଲାଗୁଥିଲେ ମଧ୍ୟ କଥା ଟି ସତ । ଯାହା ପ୍ରତି ଥର ହୁଏ ଏଥର ମଧ୍ୟ ହୋଇଛି । ପାକିସ୍ତାନୀ ଙ୍କ ଆଚରଣରେ କୌଣସି ସୁଧାର ଆସି ନାହିଁ । କ୍ରିକେଟ ଖେଳକୁ ସେମାନେ ଯୁଦ୍ଧ ବୋଲି ଭବିଛନ୍ତି । ବିଶ୍ଵକପରେ ଭାରତ ଠାରୁ ମ୍ଯାଚ ହାରିବା  ପରେ ଏହାର ପ୍ରଭାବ ପାକିସ୍ତାନ ରେ ଦେଖିବାକୁ ମିଳିଛି ।

ଅହମଦାବାଦ ନରେନ୍ଦ୍ର ମୋଦୀ ଷ୍ଟାଡିୟମ ରେ ଭାରତ ପାକିସ୍ତାନ ମଧ୍ୟରେ ମ୍ଯାଚ ଚାଲିଥିବା ବେଳେ ଏହାର ପ୍ରଭାବ ପାକିସ୍ତାନ ରେ ଗତ କାଲି ଦେଖିବାକୁ ମିଳିଥିଲା । ଭାରତ ବିପକ୍ଷରେ ପାକିସ୍ତାନ ଖେଳାଳୀଙ୍କର ବ୍ୟାଟିଙ୍ଗ ଦେଖିବା ପରେ ତାଙ୍କ ଦେଶର ଦେଖିବାକୁ ମିଳିଥିଲା ଆକ୍ରୋଶ । ମାତ୍ର 191 ରନ କରି ପାକିସ୍ତାନ ଅଲ ଆଉଟ ହେବା ପରେ ରାଗି ଯାଇଥିଲେ ପାକିସ୍ତାନ ଫ୍ୟାନ ।

କାରଣ ସେମାନେ ଜାଣି ସାରିଥିଲେ ପାକିସ୍ତାନ ଏଥର ଭାରତ ଠାରୁ ହାରିବ । ତାହା ସହ ମଧ୍ୟ ହୋଇଥିଲା । ଅତି ସହଜରେ ମ୍ଯାଚ ଜିତି ଯାଇଥିଲା ଭାରତ । ଏଠାରେ ଭିଷା ସମାସୀ କାରଣରୁ ପାକିସ୍ତାନର ଅଧିକ ଦର୍ଶକ ମ୍ଯାଚ ଦେଖିବା ପାଇଁ ଭାରତକୁ ଆସିପାରି ନାହାନ୍ତି । କିନ୍ତୁ ସେମାନେ ଟିଭି ରେ ମ୍ଯାଚ ଦେଖି ପ୍ରବଳ ଉତେଜନା ପ୍ରକାଶ କରିଛନ୍ତି ।

ତାଙ୍କ ଦେଶର ଖେଳାଳି ମାନେ ବିଶ୍ଵକପ ଭଳି ବଡ ଟୁର୍ଣ୍ଣା ମେଣ୍ଟ ରେ ଭାରତ ବିପକ୍ଷରେ ଯେଉଁ ଭଳି ଦୟନିୟ ପ୍ରଦର୍ଶନ କରିଛନ୍ତି ଯାହା ପାଇଁ ସେମାନଙ୍କର ରାଗ ଦୁଇ ଗୁଣା ହୋଇଛି । କାରଣ ପାକିସ୍ତାନ ଦଳ ଭାରତ ଆଗରେ ଏକ ଚ୍ୟାଲେଞ୍ଜିଙ୍ଗ ଟୋଟାଲ ମଧ୍ୟ ରଖିପାରି ନ ଥିଲା । ଭାରତ ଟସ ଜିତିବା ପରେ ପ୍ରଥମେ ବୋଲିଙ୍ଗ ନିସ୍ପତି ନେବାରୁ ପ୍ରଥମେ ବ୍ୟାଟିଙ୍ଗ ସୁଯୋଗ ପାଇଥିବା ପାକିସ୍ତାନ କିନ୍ତୁ ଏହାର ଫାଇଦା ଉଠାଇପାରି ନ ଥିଲା ।

ପ୍ରଥମର ରୁ ଯଦିଓ ପାକିସ୍ତାନ ଦଳ ଭଲ ପ୍ରଦର୍ଶନ କରିଥିଲା କିନ୍ତୁ 3 ୱିକେଟ ରେ 155 ରନ କରିଥିବା ପାକିସ୍ତାନ ଆଉ ମାତ୍ର 36 ରନ ରେ ବାକି 7ଟି ୱିକେଟ ହରାଇଥିଲା । ଭାରତୀୟ ବୋଲୋର ଙ୍କ ବୋଲିଙ୍ଗ ଆଗରେ ପାକିସ୍ତାନ ଖେଳାଳୀ ତିଷ୍ଠି ପାରି ନ ଥିଲେ । ଦଳ ର 6 ଜଣ ବ୍ୟାଟର ଦୁଇ ଅଙ୍କ ଛୁଇଁ ପାରି ନ ଥିଲେ । ଫଳରେ ଭାରତକୁ 192 ରନ ର ଏକ ସହଜ ଟାର୍ଗେଟ ଦେଇଥିଲା ପାକିସ୍ତାନ ।

ପାକିସ୍ତାନ ବୋଲୋର ମଧ୍ୟ ବେଶୀ ଚମତ୍କାର ଦେଖାଇ ପାରି ନ ଥିଲେ । ଫଳରେ ଭାରତ 30 ଓଭର 3 ଟି ବଳ ଖେଳି ମ୍ଯାଚ ଜିତି ଯାଇଥିଲା । ଆଉ ନିଜ ଦେଶର ଏଭଳି ଦୟନିୟ ଖେଳ ଦେଖି ସବୁ ଥର ଭଳି ଏଥର ମଧ୍ୟ ପାକିସ୍ତାନ ଉପରେ ରାଗି ଯାଇଛନ୍ତି ଦର୍ଶକ । ଆଉ ନିଜ ଦେଶର ଖେଳାଳି ଙ୍କୁ ଗାଳି ଗୁଲଜ କରିବା ସହ ପରସ୍ପର ମଧ୍ୟରେ ପିଟା ପିଟି ହୋଇଛନ୍ତି ପାକିସ୍ତାନ ଫ୍ୟାନ । ବନ୍ଧୁଗଣ ଏଭଳି ଖେଳ ସମ୍ବଧୀୟ ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।