ବିଶ୍ଵକପରେ ଭାରତ ପାକିସ୍ତାନ ମ୍ୟାଚ ଇତିହାସ ରେ ପ୍ରଥମ ଥର କିଛି ଏମିତି ନିସ୍ପତି ନେଇଛନ୍ତି ଅଧିନାୟକ Rohit Sharma

ନମସ୍କାର ବନ୍ଧୁଗଣ । ଗତ କାଲି ସରିଯାଇଛି ଦୁଇ ଦେଶ ମଧ୍ୟରେ ପ୍ରତିଦ୍ୱନ୍ଦିତା । ଅମହଦାବାଦ ର ନରେନ୍ଦ୍ର ମୋଦୀ ଷ୍ଟାଡିୟମ ରେ ଶେଷ ହୋଇଛି ଭାରତ  ପାକିସ୍ତାନ ବିଶ୍ଵକପ ମ୍ଯାଚ । ବିଶ୍ଵକପରେ ଦୁଇ ଦେଶ ମଧ୍ୟରେ ମଇଦାନ ରେ ତକକରତା ଚାଲିଥିବା ବେଳେ ଏହି ମ୍ଯାଚ କୁ ଦେଖିଥିଲେ ସାରା ବିଶ୍ଵର କ୍ରିକେଟ ପ୍ରେମୀ । ତେବେ ଗତ କାଲି ଭାରତର ଅଧିନାୟକ ରୋହିତ ଶର୍ମା ଏମିତି କିଛି ନିସ୍ପତି ନେଇଥିଲେ ଯାହା ପୂର୍ବରୁ କେବେ ଘଟି ନ ଥିଲା ।

ବିଶ୍ଵକପର ପାକିସ୍ତାନ ବିପକ୍ଷ ମ୍ଯାଚ ରେ କେବେ ବି କୌଣସି ଭାରତୀୟ ଅଧିନାୟକ ଟସ କୁ ଚ୍ୟାଲେଞ୍ଜ କରି ନ ଥିଲେ । ଏହା ପୂର୍ବରୁ ବିଶ୍ଵକପରେ ଯେତେ ଥର ଭାରତ ପାକିସ୍ତାନ ମୁହାଁ ମୁହିଁ ହୋଇଛନ୍ତି ସବୁ ଥର ଭାରତୀୟ ଖେଳାଳୟ ଟସ କୁ ସମ୍ମାନ ଜଣାଇଛନ୍ତି । ଅର୍ଥାତ ଭାରତ ପୂର୍ବରୁ ପ୍ରଥମେ ଟସ କୁ ଜିତି ପ୍ରଥମେ ବ୍ୟାଟିଙ୍ଗ କରିଛି ବା ଟସ ଜିତି ଭାରତକୁ ବ୍ୟାଟିଙ୍ଗ ପାଇଁ ନିମନ୍ତ୍ରଣ କରିଛି କିମ୍ବା ନିଜେ ପ୍ରଥମେ ବ୍ୟାଟିଙ୍ଗ କରିଛି ।

ହେଲେ ଗତ କାଲି ର ମ୍ଯାଚ ରେ ରୋହିତ ଶର୍ମା ଟସ ଜିତି ପାକିସ୍ତାନ କୁ ବ୍ୟାଟିଙ୍ଗ ପାଇଁ ନିମନ୍ତ୍ରଣ କରିଥିଲେ । ଭାରତର ପ୍ରଥମ ଅଧିନାୟକ ଭାବେ ବିଶ୍ଵକପରେ ପାକିସ୍ତାନ ବିପକ୍ଷ କୌଣସି ମ୍ଯାଚରେ ଟସ ଜିତି ସେ ବୋଲିଙ୍ଗ ନିସ୍ପତି ନେଇଥିଲେ । ବିଶ୍ଵକପରେ ଭାରତ ପାକିସ୍ତାନ ମଧ୍ୟରେ 7 ଥର ମୁକାବିଲା ହୋଇଥିବା ବେଳେ ପ୍ରତିୟ ଥର ଭାରତ ବାଜି ମାରିଛି ।

ଆଉ ଗତ କାଲି ଅଷ୍ଟମ ଥର ପାଇଁ ବିଶ୍ଵକପର ଦୁଇ ପ୍ରତିଦ୍ୱନ୍ଦୀ ମୁହାଁ ମୁହିଁ ହୋଇଥିଲେ । ତେବେ ମ୍ଯାଚ ପୂର୍ବରୁ ଟସ କୁ ବିଚାରକୁ ନିଆଗଲେ ଭାରତ 5 ଥର ଓ ପାକିସ୍ତାନ 2 ଥର ଟସ ଜିତିଥିଲା । ଦୁଇ ଦଳ ବିଶ୍ଵକପ ରେ ପ୍ରଥମ ଥର 1992 ରେ ପରସ୍ପର କୁ ଭେଟିଥିଲେ । ସେହି ମ୍ଯାଚରେ ଭାରତ ଟସ ଜିତି ପ୍ରଥମ ବ୍ୟାଟିଙ୍ଗ କରିଥିଲା ଓ ମ୍ଯାଚ ମଧ୍ୟ ଜିତିଥିଲା ।

1996 ଓ 1999 ବିଶ୍ଵକପରେ ମଧ୍ୟ ସମାନ ଘଟଣା ଘଟିଥିଲା । 2003 ବିଶ୍ଵକପରେ ପାକିଶାନ ସପକ୍ଷରେ ଟସ ଯାଇଥିଲା । ଟସ ଜିତି ପାକିସ୍ଥାନ ବ୍ୟାଟିଙ୍ଗ କରିଥିଲେ ମଧ୍ୟ ଭାରତ ଜିତିଥିଲା । 2011 ବିଶ୍ଵକପରେ ପୁଣି ଭାରତ ଟସ ଜିତି ପ୍ରଥମେ ବ୍ୟାଟିଙ୍ଗ କରିଥିଲା ଓ ମ୍ଯାଚ ବି ଜିତିଥିଲା । 2015ରେ ମଧ୍ୟ ଭାରତ ସପକ୍ଷରେ ତାସ ଯାଇଥିଲା ।

2019 ବିଶ୍ଵକପ ରେ ପାକିସ୍ତାନ ଟସ ଜିତି ବୋଲିଙ୍ଗ ପାଇଁ ନିସ୍ପତି ନେଇଥିଲା । ଆଉ ଗତ କାଲି ପାକିସ୍ତାନ ବିପକ୍ଷରେ ରୋହିତ ଶର୍ମା ବୋଲିଙ୍ଗ ପାଇଁ ନିସ୍ପତି ନେଇଥିଲେ । ଆଉ ପାକିସ୍ତାନ ଟସ ହରାଇଥିଲେ ମଧ୍ୟ ପ୍ରଥମେ ବ୍ୟାଟିଙ୍ଗ ସୁଯୋଗ ପାଇବା ପରେ ଏହାର ଭରପୁର ଫାଇଦା ଉଠାଇ ଥିଲା । ଦମଦାର ବ୍ୟାଟିଙ୍ଗ କରି ଦ୍ରୁତ ଗତିରେ ରନ ସଂଗ୍ରହ କରିଥିବା ପାକିସ୍ତାନ ବ୍ୟାଟର କିନ୍ତୁ ପରେ ଭାରତୀୟ ବ୍ୟାଟର ଆଗରେ ଧୂଳିସାତ ହୋଇଛନ୍ତି । ଶେଷରେ ପାକିସ୍ତାନ ଭାରତ ଠାରୁ ମ୍ଯାଚରେ ହାରିଛି । ବନ୍ଧୁଗଣ ଏଭଳି ଖେଳ ସମ୍ବଧୀୟ ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।