ଭାରତ ନିୟୁଜଲ୍ୟାଣ୍ଡ କୁ ହରାଇବା ପରେ ଏମିତି କିଛି ବୟାନ ଦେଇଛନ୍ତି Mohamad Shami ଦଳ ରୁ ବାହାରେ ବସିବା ବଡ କଷ୍ଟଦାୟକ…

ବଡ ମ୍ଯାଚ ପରେ ବଡ ବୟାନ । ସାମି କହିଲେ ଦଳରୁ ବାହାରେ ବସିବା ବଡ କଷ୍ଟଦାୟକ । ହଁ ଦର୍ଶକ ବନ୍ଧୁ ନିୟୁଜଲ୍ୟାଣ୍ଡ ବିରୁଦ୍ଧରେ ବିଜୟ ହାସଲ କରି ସାରିଛି ଭାରତ । ରବିବାର ଧର୍ମଶାଳା ରେ ଖେଳା ଯାଇଥିବା ଏହି ମ୍ଯାଚ କୁ ରୋହିତ ବାହିନୀ 4 ୱିକେଟ ରେ ଜିତି ଯାଇଛି । ତେବେ ଟିମ ଇଣ୍ଡିଆର ଏହି ବିଜୟ ପଛରେ ରହିଛନ୍ତି ଦୁଇ ପ୍ରମୁଖ ଖେଳାଳି । ଜଣେ ହେଲେ ବିରାଟ କୋହଲି ଓ ଅନ୍ୟ ଜଣେ ଫାଷ୍ଟ ବୋଲୋର ମହମଦ ସାମି ।

ବିରାଟ କୋହଲି ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟନ୍ତି । ବିରାଟ 55 ରନ ର ଇନିଙ୍ଗ୍ସ ଖେଳିଥିବା ବେଳେ ମହମଦ ସାମି ପାଇଥିଲେ 5 ୱିକେଟ ସଫଳତା । 10 ଓଭର ବୋଲିଙ୍ଗ କରି ମାତ୍ର 54 ରନ ଦେବା ସହ 5 ଜଣ ନିୟୁଜଲ୍ୟାଣ୍ଡ ବ୍ୟାଟ୍ସମ୍ୟାନ ଙ୍କୁ ଆଉଟ କରିଥିଲେ ସାମି । ଯାହା ପାଇଁ ତାଙ୍କୁ ମ୍ୟାନ ଅଫ ଦି ମ୍ଯାଚ ର ଆୱାର୍ଡ ମିଳିଥିଲା । ହେଲେ ସାମୀଙ୍କ ଏହି ଦମଦାର ପ୍ରଦର୍ଶନ ପରେ ଏକ ବଡ ବୟାନ ରଖିଛନ୍ତି । ସାମି କହିଛନ୍ତି କି ଦଳରୁ ବାହାରେ ବସିବା ବଡ କଷ୍ଟଦାୟକ ।

ଆମେ ଜାଣିଛୁ ଦଳରେ କେବଳ 11 ଜଣ ପ୍ଲେୟାର ଖେଳି ପାରିବେ । ଅନ୍ୟ 4 ଜଣ ଖେଳାଳିଙ୍କୁ ବାହାରେ ବସିବାକୁ ହେବ । ଅନ୍ୟ ଖେଳାଳି ମାନେ ଖେଳୁଥିବା ଖେଳାଳୀଙ୍କର ମଜା ନେବା ଦରକାର ବୋଲି ସାମି ପ୍ରେସ କନଫିରେନ୍ସ ରେ କହିଛନ୍ତି । ଆଗକୁ ସେ କହିଛନ୍ତି ଯେବେ ଆମ ଟିମ ଭଲ ପ୍ରଦର୍ଶନ କରୁଛି ଓ ସବୁ ଖେଳାଳି ଭଲ ଲୟଲ ରେ ଅଛନ୍ତି ସେତେବେଳେ ସମସ୍ତେ ଦଳର ସଫଳତା କୁ ନେଇ ଖୁସି ସେଲିବ୍ରେସନ କରିବା କଥା ।

ନିୟୁଜଲ୍ୟାଣ୍ଡ ବିରୁଦ୍ଧରେ ଜବରଦସ୍ତ ବୋଲିଙ୍ଗ କରିଛନ୍ତି ମହମଦ ସାମି । ଏହା ଥିଲା ଚଳିତ ବିଶ୍ଵକପରେ ତାଙ୍କର ପ୍ରଥମ ମ୍ଯାଚ । ଏହା ପୂର୍ବରୁ ବୁମରା ଓ ସିରାଜ ଙ୍କ ଯୋଡି ଦଳରେ ରହି ଆସୁଥିବା ବେଳେ ଶାର୍ଦ୍ଦୁଲ ଠାକୁର ଙ୍କୁ ଦଳରେ ସ୍ଥାନ ମିଳିଥିଲା । ଯାହା ପାଇଁ ଦଳରୁ ବାଦ ପଡୁଥିଲେ ସାମି । କିନ୍ତୁ ନିୟୁଜଲ୍ୟାଣ୍ଡ ବିରୁଦ୍ଧରେ ମ୍ଯାଚ ପୂର୍ବରୁ ସାମି ଙ୍କୁ ମିଳିଥିଲା ନୂଆ ସୁଯୋଗ ।

ପାଣ୍ଡିୟା ଙ୍କ ଅନୁପସ୍ଥିତିରେ ଦଳରେ ସୁଯୋଗ ପାଇଥିଲେ ସାମି । ସୂର୍ଯ୍ୟ କୁମାର ଯାଦବ ଓ ମହମଦ ସାମି ସୁଯୋଗ ପାଇଥିଲେ । ଆଉ ଏହାରା ଫାଇଦା ଉଠାଇ ସାମି କରିଥିଲେ ଚମତ୍କାର ପ୍ରଦର୍ଶନ । ଯେଉଁ କାରଣରୁ ଆଗାମୀ ମ୍ଯାଚରେ ମଧ୍ୟ ତାଙ୍କୁ ଦଳରେ ଦେଖିବାକୁ ମିଳିପାରେ । ବନ୍ଧୁଗଣ ଆଗକୁ ଏଭଳି ଖେଳ ସମ୍ବାଧୀୟ ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।