ସେଦିନ କାନ୍ଦିଥିଲେ ଭାରତର ସବୁ କ୍ରିକେଟ୍ ପ୍ରେମୀ.. କିନ୍ତୁ ୪ ବର୍ଷ ପରେ ଓଠରେ ଫେରିଛି ହସ

2019 ଜୁଲାଇ 10 ତାରିଖ । ଭାରତୀୟ କ୍ରିଡା ପ୍ରେମୀ ସେଦିନ କାନ୍ଦି ପକାଇଥିଲେ । ହଁ ଦର୍ଶକ ବନ୍ଧ ଏହା ମଧ୍ୟରେ ବିତି ଯାଇଛି ଗତ 4 ବର୍ଷ । ହେଲେ ଭୁଲି ହେଉନି ସେହି ଦିନକୁ । ଯେଉଁ ଦିନ ଭାରତୀୟ କ୍ରିକେଟ ପ୍ରେମୀ ମାନେ ଙ୍କ ଆଖି ରେ ଲୁହ ଚାଲି ଆସିଥିଲା । କାରଣ ସେଦିନ ଭାଙ୍ଗି ଚୁରମାର ହୋଇ ଯାଇଥିବା ଭାରତୀୟ ଟିମ ର ବିଶ୍ଵକପ ଜିତିବାର ସ୍ଵପ୍ନ । ଆଉ ଦଳରେ ଥିବା ପ୍ରତି ଟି ଖେଳାଳୀ ମାନେ ମଧ୍ୟ ସେଦିନ କାନ୍ଦି ପକାଇ ଥିଲେ ।

ଷ୍ଟାଡିୟମ ରେ ବସି ଖେଳ ଦେଖୁଥିବା ଦର୍ଶକ ଙ୍କ ସହ ଟିଭି ରେ ମ୍ଯାଚ ରେ ଦେଖୁଥିବା ପ୍ରତି ଟି ଭାରତୀୟ ଭାଙ୍ଗି ପଡିଥିଲେ । 2019 ଦିନିକିଆ ବିଶ୍ଵକପ ସମୟର କଥା । ଯେତେବେଳେ ଦମଦାର ଫର୍ମ ରେ ଥିଲା ଟିମ ଇଣ୍ଡିଆ । ଲିକ ପର୍ଯ୍ୟାୟ ରେ ପ୍ରତିପକ୍ଷ ଦଳ ମାନଙ୍କୁ ପରାସ୍ତ କରି ସେମି ଫାଇନାଲ କୁ ଯାଇଥିଲା ଭାରତ । ଆଉ ଜୁଲାଇ 9 ରେ ନିୟୁଜଲ୍ୟାଣ୍ଡ ସହ ଥିଲା ଭାରତର ସେମି ଫାଇନାଲ ମ୍ଯାଚ ।

ଇଂଲଣ୍ଡ ର ଓଲ୍ଡ ଟ୍ରାଫର କ୍ରିକେଟ ଗ୍ରାଉଣ୍ଡ ରେ ଖେଳ ଯାଇଥିବା ଏହି ମ୍ଯାଚ ରେ ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିଲା ନିୟୁଜଲ୍ୟାଣ୍ଡ । ବ୍ରସ ଟେଲର ଙ୍କ 74 ଓ ଅଧିନାୟକ କେ ଏନ ୱ୍ହିଲିୟମ ଙ୍କ 67 ରନ ରେ 8ଟି ୱିକେଟ ହରାଇ 239 ରନ କରିଥିଲା କ୍ୟୁଇ ଦଳ । କିନ୍ତୁ ବର୍ଷା ରେ ବାଧା ପ୍ରାପ୍ତ ହୋଇଥିବା ମ୍ଯାଚ ରିଜର୍ଭ ଡେ ରେ ପୁରା ହୋଇଥିଲା ।

ଜୁଲାଇ 9 ରେ 46 ଓଭର ଗୋଟେ ବଲ ଖେଳି 5ଟି ୱିକେଟ ହରାଇ ନିୟୁଜଲ୍ୟାଣ୍ଡ 211 ରନ ଇଥିବା ବେଳେ ବର୍ଷା କାରଣରୁ ଖେଳ ବନ୍ଦ କରା ଯାଇଥିଲା । ଆଉ ରିଜର୍ଭ ଡେ ଅର୍ଥାତ ଜୁଲାଇ 10 ରେ ନିୟୁଜଲ୍ୟାଣ୍ଡ ବ୍ୟାଟିଙ୍ଗ କରି 28 ରନ ଯୋଡିଥିଲା । ଭାରତୀୟ ଦଳ 240 ରନ ର ଟାର୍ଗେଟ ନେଇ ପଡିଆକୁ ଓଲହାଇଥିଲା କିନ୍ତୁ ବ୍ୟାଟିଙ୍ଗ ବିପର୍ଜ୍ଯାୟର ସମୁଖିନ୍ନ ହୋଇଥିଲା ।

ଭାରତର ଦୁଇ ଓପନର କେ ଏଲ ରାହୁଲ ଓ ରୋହିତ ଶର୍ମା 1 ରନ କରି ଆଉଟ ହୋଇଥିଲେ । ପରେ ପରେ ତତକାଳିନ ଅଧିନାୟକ ବିରାଟ କୋହଲି ମଧ୍ୟ 1 ରନ କରି ପ୍ୟାଭିଲନ ଫେରିଥିଲେ । ଦିନେଶ 6 ରନ କରି ଆଉଟ ହୋଇଥିବା ବେଳେ ଋଷଭ ପନ୍ଥ ଓ ହାର୍ଦ୍ଦିକ ପାଣ୍ଡିୟା 29 ରନ କରି ଦଳକୁ ସାମାନ୍ଯ ସ୍ଥିତିକୁ ଆଣିବା ପରେ ଆଉଟ ହୋଇଥିଲେ ।

ଏହା ପରେ ଏମ ଏସ ଧୋନୀ ଓ ରବୀନ୍ଦ୍ର ଜାଡେଜା ଭଲ ପ୍ରଦର୍ଶନ କରିଥିଲେ । ଉଭୟଙ୍କର ଭଲ ପ୍ରଦର୍ଶନ କାରଣରୁ ଭାରତ ବିଜୟ ଆଡକୁ ଅଗ୍ରସର ହେଉଥିଲା । ଧୋନୀ ଓ ଜାଡେଜା ଭଲ ଖେଳୁଥିବା ବେଳେ ମ୍ୟାଟିନ କପଟିଲଙ୍କ ଏକ ଥ୍ରୋ ସବୁ କିଛି ବିଗିଡି ଦେଇଥିଲା । ଭାରତ ହାରିବା ପରେ କ୍ରିକେଟ ପ୍ରେମୀ ଓ ଖେଳାଳିଙ୍କ ଆଖି ରେ ଆସିଯାଇଥିଲା ଲୁହ । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।