ଏସିୟାର ନୂଆ ଲିଡର ହେଲା ଭାରତ, ଦୁନିଆ ପାଇଁ ଖଳନାୟକ ବନିଲା ଚୀନ

ଆମେରିକାର ଗ୍ଲୋବାଲ ଡାଟା ଇଣ୍ଟେଲିଜେନ୍ସ କମ୍ପାନୀ ମର୍ନିଙ୍ଗ କନ୍ସଲ୍ଟ ପଲିଟିକାଲ ଇଣ୍ଟେଲିଜେନ୍ସ ଅନୁସାରେ ବର୍ତ୍ତମାନ ସମୟରେ ଭାରତ ଏସିୟାର ନୂତନ ନେତା ହେବାକୁ ଯାଉଛି । ଯେତବେଳେ କି ଚୀନ ସାରା ଦୁନିଆରେ ଜଣେ ଖଳନାୟକ ଭାବରେ ଉଭା ହୋଇଛି । ଚୀନର ବିସ୍ତାରବାଦୀ ନୀତି ଏବଂ କରୋନା ଭାଇରସ ଦ୍ଵାରା ସାରା ବିଶ୍ଵ ଅସୁବିଧାରେ ପଡିଛି ।

କରୋନା ଭାଇରସର ମହା ସଙ୍କଟ ସମୟରେ ଲୋକପ୍ରିୟତା ମାମଲାରେ ପିଏମ ମୋଦୀ ସାରା ବିଶ୍ଵର ନେତା ମାନଙ୍କୁ ପରାସ୍ତ କରି ପ୍ରଥମ ସ୍ଥାନରେ ପହଞ୍ଚି ଯାଇଛନ୍ତି । ଯାହା ଦ୍ଵାରା ସାରା ବିଶ୍ଵରେ ଭାରତକୁ ଇଜ୍ଜତ ଏବଂ ସଂମ୍ମାନ ମିଳୁଛି । ପିଏମ ମୋଦୀଙ୍କ ମୂଲ୍ୟାୟନରେ ଉନ୍ନତିର ମୁଖ୍ୟ କାରଣ ହେଉଛି କରୋନା ଭାଇରସରୁ ମୁକ୍ତି ପାଇବା ପାଇଁ ତାଙ୍କ ପ୍ରସ୍ତୁତି ରହିଛି । ଯେତବେଳେ କି କରୋନା ବିସ୍ତାର ପାଇଁ ଚୀନ ଦାୟୀ ଅଟେ । ସାରା ଦୁନିଆ ଚୀନକୁ ଭିଲିୟାନ ବୋଲି କହୁଛି ଏବଂ ଚୀନ ପ୍ରତି ଲୋକ ମାନଙ୍କର ରାଗ ମଧ୍ୟ ଦେଖିବାକୁ ମିଳୁଛି । କରୋନା ମହାମାରୀର ଆଗାମୀ ସମୟ ଚୀନ ପାଇଁ ବହୁତ କଷ୍ଟକର ହେବ ।

ଏହି ସଙ୍କଟ ସମୟରେ ପିଏମ ମୋଦୀ ମହାମାରୀର ମୁକାବିଲା ପାଇଁ ବିଶ୍ଵର ନେତା ମାନଙ୍କୁ ଏକତ୍ର କରିବା ପାଇଁ ଚେଷ୍ଟା କରୁଛନ୍ତି । ଏହା ସହିତ ମଧ୍ୟ ସେ ଅତି ଆବଶ୍ୟକୀୟ ଔଷଧ ରପ୍ତାନି ଉପରେ ଲାଗିଥିବା ପ୍ରତିବନ୍ଧକକୁ ହଟାଇବା ସହିତ ସାହାଯ୍ୟ କରିବା ପାଇଁ ପଦକ୍ଷେପ ନେଇଛନ୍ତି ଯାହା ବିଶ୍ଵର ସବୁ ଦେଶ ସ୍ଵୀକାର ମଧ୍ୟ କରିଛନ୍ତି ।

ଏହା ସହିତ ମଧ୍ୟ ଦୁନିଆର ବହୁତ ଦେଶ ଭାରତକୁ ଏସିଆର ନେତା ବୋଲି ବିବେଚନା କରୁଛନ୍ତି । ଭାରତ ବହୁତ ଶୀଘ୍ର ଏହି କରୋନା ମହାମାରୀ ବିରୁଦ୍ଧରେ ମଧ୍ୟ ଭ୍ୟାକ୍ସିନ ପ୍ରସ୍ତୁତ କରିବ ବୋଲି କହିଛି । କାରଣ ଭାରତ କରୋନା ଟୀକା ପ୍ରସ୍ତୁତ କରିବାରେ ସଫଳତା ଆଡକୁ ବହୁତ ଦ୍ରୁତ ଗତିରେ ଆଗେଇ ଚାଲିଛି । ଦେଶର ସମ୍ପୂର୍ଣ୍ଣ ବିଶ୍ଵାସ ଅଛି କି ଭାରତ ଏହି ଟୀକା ତିଆରି କରିବାରେ ନିହାତି ଭାବରେ ସଫଳତା ହାସଲ କରିବ । ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।