ଚୋରଙ୍କ ଠାରୁ ବଞ୍ଚିବା ପାଇଁ ଚାଷୀ କଲା ଏମିତି କାମ ଜାଣି ଆପଣ ଆଶ୍ଚର୍ଯ୍ୟ ହେଇଯିବେ

ସବୁବେଳେ ଆପଣ ଦେଖିଥିବେ କି ସିସିଟିଭି ସରକାରୀ କାର୍ଯ୍ୟଳୟ, ବ୍ୟବସାୟ ପ୍ରତିଷ୍ଠାନ, ଗୃହ, ଛକ, କୋର୍ଟ ପରିସର, ଥାନାର ସୁରକ୍ଷା ପାଇଁ ଲଗା ହୋଇଥାଏ । କିନ୍ତୁ ଏହା ପ୍ରଥମ ଉଦାହରଣ ଅଟେ ଚୋରଙ୍କ ପାଇଁ ଅସୁବିଧାରେ ପଡୁଥିବା କୃଷକ ନିଜ ବଗିଚାର ଆମ୍ବ ଉପରେ ନଜର ରଖିବା ପାଇଁ ସିସିଟିଭି କ୍ୟାମେରା ଲଗାଇଛନ୍ତି । ମୁଙ୍ଗେରର ଅସରଗଞ୍ଜ ବ୍ଲକର ଏକ ଗାଁର ଜଣେ କୃଷକ କିଛି ଏମିତି ହିଁ କରିଛନ୍ତି ।

କୃଷକ ସଦାନନ୍ଦଙ୍କ ଘର ଠାରୁ ୧୦୦ ମିଟର ଦୂରରେ ତାଙ୍କର ଆମ୍ବ ବଗିଚା ଅଛି । ସେହି ବଗିଚାରେ ଅନେକ ଆମ୍ବଗଛ ସହିତ ଲିଚୁ ଏବଂ ଜାମୁ ଗଛ ମଧ୍ୟ ଅଛି । ସଦାନନ୍ଦ କହିଲେ କି ବର୍ତ୍ତମାନ ଆମ୍ବଗଛ ଛୋଟ ଛୋଟ ଅଛି କିନ୍ତୁ ସେଥିରେ ଭଲ ଆମ୍ବ ଫଳିଛି । ସେ କହିଛନ୍ତି କି ସମୟ ହେଉ ନଥିବାରୁ ବଗିଚାର ଦେଖାଶୁଣା ଘରୁ କରିଥାଏ ଏବଂ ଯେଉଁଠାରେ ରୁହେ ସେଠାରୁ ନିଜ ମୋବାଇଲ ମାଧ୍ୟମରେ ବଗିଚା ଉପରେ ନଜର ରଖିଥାଏ ।

ସେ କହିଛନ୍ତି କି ବଗିଚାରେ ଲାଗିଥିବା ଫଳ ଗଛକୁ ନ ଭାଙ୍ଗିବା ପାଇଁ କିମ୍ବା ଚୋର ସହିତ ଆଖପାଖର ପିଲାଙ୍କ ଠାରୁ ଆମ୍ବ ଏବଂ ଲିଚୁକୁ ବଞ୍ଚାଇବା ପାଇଁ ବଗିଚାରେ ଦୁଇଟି ସିସିଟିଭି ଲଗାଇଛି, ଯାହାର ତାର ଘରେ ଲାଗିଥିବା ଡ଼ିବିଆର ସହିତ ଯୋଡି ହୋଇଛି ।

ଏହା ମାଧ୍ୟମରେ ସେ ନିଜ ଘରେ ଥାଇ ମଧ୍ୟ ବଗିଚା ଉପରେ ନଜର ରଖିଥାନ୍ତି । ଘରର ମହିଳା ମାନେ ମଧ୍ୟ ଡ଼ିବିଆର ମାଧ୍ୟମରେ ବଗିଚା ଉପରେ ସବୁବେଳେ ନଜର ରଖିଥାନ୍ତି । ସେହି ସିସିଟିଭି କାରଣ ପାଇଁ ଚୋର ତ ଦୂରର କଥା ପିଲା ମାନେ ମଧ୍ୟ ବଗିଚାରେ ପଶିବା ପାଇଁ ସାହସ କରନ୍ତି ନାହିଁ । ସେ କହିଛନ୍ତି କି ଯଦି କିଛି ଆମ୍ବ ଗଛରୁ ପଡିଯାଇ ଥାଏ ତାହେଲେ ମଧ୍ୟ ପିଲା ମାନେ ଡରରେ ତାକୁ ଆଣିବା ପାଇଁ ଯାଆନ୍ତି ନାହିଁ ।

କାରଣ ତାଙ୍କୁ ଲାଗିଥାଏ କି ସେମାନେ ଯଦି ସେଠାରୁ ଯିବେ ତାହେଲେ ତାଙ୍କ ଚେହେରା ସିସିଟିଭିରେ ଦେଖାଯିବ । ଏହି କାରଣ ପାଇଁ ସେମାନେ ଡରି ଯାଇଥାନ୍ତି । ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।