ଭାରତ ପାଖରେ ରହିଛି ଦୁନିଆର ସବୁଠୁ ଶକ୍ତିଶାଳୀ ଏହି 10 ଅସ୍ତ୍ର, ଯାହା ଚୀନ, ପାକିସ୍ତାନ ଓ ଆମେରିକାର ବି ନିଦ ହଜେଇ ଦେଉଛି

ଭାରତର ରକ୍ଷା ବଜେଟ ୫.୨ ଲକ୍ଷ କୋଟି ଟଙ୍କା ଅଟେ । ଆସନ୍ତୁ ଜାଣିବା ଇଣ୍ଡିଆନ ଆର୍ମିର ସବୁଠୁ ଶକ୍ତିଶାଳୀ ୧୦ଟି ଅସ୍ତ୍ର ବିଷୟରେ, ଯାହା ଚୀନ, ପାକିସ୍ତାନ ଓ ଆମେରିକା ଭଳି ଦେଶର ମଧ୍ୟ ନିଦ ଉଡେଇ ଦେଉଛି । ନଂ.୧ ରେ ହେଉଛି ପିନାକ ମଲ୍ଟିପଲ ରକେଟ ଲଞ୍ଚର । ଏହା ଗୋଟିଏ ତାରରେ ଏକାଧିକ ରକେଟ ସଠିକ ଜାଗାରେ ଲକ୍ଷ୍ୟଭେଦ କରାଇଥାଏ । ଏହାର ଦାମ ଦେଉଛି ୨୬.୫ କୋଟି ଟଙ୍କା ।

ନଂ.୨ ରେ ହେଉଛି ବାଲାଷ୍ଟିକ ମିଶାଇଲ ଡିଫେନସ ସିଷ୍ଟମ । ଏହା ଶତ୍ରୁ ସେନାର ମିଶାଇଲକୁ ଆକାଶରେ ହିଁ ନଷ୍ଟ କରିଦିଏ । ଏହି ମିଶାଇଲ କେବଳ ବିଶ୍ଵର ୪ଟି ଦେଶ ତଥା ଋଷିଆ, ଆମେରିକା, ଇସ୍ରାଏଲ ଓ ଭାରତ ପାଖରେ ଅଛି । ଏହାର ଦାମ ହେଉଛି ୫୦୦୦ କୋଟି ଟଙ୍କା । ନଂ.୩ ରେ ହେଉଛି P-8I ନେପଚ୍ଯୁନ । ଏହା ଝଡ, ବର୍ଷା ବିଜୁଳି ସମୟରେ ବି ଆକାଶରେ ନିରାପଦରେ ଉଡିପାରେ । ଏହାର ଦାମ ୨୦୦୦ କୋଟି ଟଙ୍କା ।

ନଂ.୪ ରେ ହେଉଛି T-90 ଭୀଷ୍ମ ଟ୍ୟାଙ୍କ । ଏହା ଦୁନିଆର ସବୁଠୁ ଶକ୍ତିଶାଳୀ ଟ୍ୟାଙ୍କ ଓ ଏହାର ଦାମ ହେଉଛି ୩୫ କୋଟି ଟଙ୍କା । ନଂ.୫ ରେ ହେଉଛି କୋଲକାତା କ୍ଳାସ ଡେଷ୍ଟ୍ରୟର । ଏହା ହେଉଛି ଭାରତର ସବୁଠୁ ଶକ୍ତିଶାଳୀ ଯୁଦ୍ଧ ଜାହାଜ । ଏହାର ଦାମ ହେଉଛି ୩୯୦୦ କୋଟି ଟଙ୍କା ।

ନଂ.୬ ରେ ହେଉଛି ଫାଲକନ AWACS । ଏହା ଆକାଶ ମାର୍ଗରେ ହେଉଥିବା ପ୍ରତିଟି ହଲଚଲ ଉପରେ ନଜର ରଖିଥାଏ । ଶତ୍ରୁ ପାଇଁ ଏହା ଯମ ସଦୃଶ ଅଟେ । ଏହାର ଦାମ ହେଉଛି ୩୫୦୦ କୋଟି ଟଙ୍କା । ନଂ.୭ ରେ ହେଉଛି ସବମରିନ । ଏହା ଜଳମାର୍ଗରେ ପରମାଣୁ ଆକ୍ରମଣ କରି ଶତ୍ରୁକୁ ନଷ୍ଟ କରିଦିଏ । ଏହାକୁ ୧୦ ବର୍ଷ ପାଇଁ ୧୫୦୦୦ କୋଟି ଟଙ୍କାରେ ଋଷିଆ ଠାରୁ ଭଡାରେ ଅଣା ଯାଇଛି ।

ନଂ.୮ରେ ହେଉଛି ବ୍ରମ୍ହୋସ ମିଶାଇଲ, ଯାହା ବିଶ୍ଵର ସବୁଠୁ ଦ୍ରୁତତମ ମିଶାଇଲ ବୋଲି କୁହାଯାଉଛି । ଏହା ଜଳ, ସ୍ଥଳ ଓ ଆକାଶ ତିନୋଟି ଯାକ ମାର୍ଗରେ ବ୍ୟବହାର ହୋଇଥାଏ । ଏହାର ଦାମ ହେଉଛି ୨୧ କୋଟି ଟଙ୍କା । ନଂ.୯ ରେ ହେଉଛି ସୁଖୋଇ ସୁ- 30 MKI । ଏହା ଏପରି ଏକ ଯୁଦ୍ଧ ବିମାନ ଯାହା ସବୁ ପ୍ରକାର ପାଣିପାଗରେ ଉଡିପାରେ । ଗୋଟିଏ ସ୍କ୍ବାଡ୍ରୋନର ଦାମ ହେଉଛି ୯୯୫ କୋଟି ତାଙ୍କ ।

ନଂ.୧୦ ରେ ହେଉଛି ରଫେଲ ଯୁଦ୍ଧ ବିମାନ । ଆକାଶ ମାର୍ଗରେ ଶତ୍ରୁ ସେନା ପାଇଁ ଯମର ଅନ୍ୟ ନାମ ହେଉଛି ରାଫେଲ । ଏହା ଏକୁଟିଆ ଅନେକ ଗୁଡିଏ ଯୁଦ୍ଧ ବିମାନ ସହ ଏକ ସମୟରେ ଲଢିପାରେ । ଏହାର ଗୋଟିଏ ସ୍କ୍ବାଡ୍ରୋନର ଦାମ ହେଉଛି ୧୬୪୦ କୋଟି ଟଙ୍କା । ଆପଣଙ୍କୁ କେଉଁ ଅସ୍ତ୍ର ବିଷୟରେ ଜାଣି ସବୁଠୁ ଅଧିକ ଭଲ ଲାଗିଲା ଆମକୁ କମେଣ୍ଟ କରି ଜଣାନ୍ତୁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।