ମୁଣ୍ଡ ଉପରୁ ବାପାଙ୍କ ହାତ ହଟିବା ପରେ ଭାଇ ହୋଇ ପହଞ୍ଚିଗଲେ କିନ୍ନର, ଦରକାର ବେଳେ ମାମୁଁ ବି ବନିଗଲେ, ଏହି କିନ୍ନରଙ୍କ ଏହିଭଳି କାର୍ଯ୍ୟ ନିଶ୍ଚୟ ଆପଣଙ୍କ ହୃଦୟ ଜିତିନେବ

ଆମ ସମାଜରେ କିନ୍ନର ମାନଙ୍କୁ ଘରଠାରୁ ଅଲଗା ରଖିବାର ପରମ୍ପରା ରହିଛି । ପିଲା ଜନ୍ମ ହେଲେ କିମ୍ବା କାହାର ବିବାହ ହେଲେ କିନ୍ନରମାନେ ଘରକୁ ଆସି ଆଶୀର୍ବାଦ ଦିଅନ୍ତି । କିନ୍ତୁ କେବେ କେବେ ମଣିଷପଣିଆ ଦେଖାଇବା ପାଇଁ ମଧ୍ୟ ଏମାନେ ଘରକୁ ଆସିଥାନ୍ତି । ଏହି କଥାକୁ ସତ ସାବ୍ୟସ୍ତ କରି ମଧ୍ୟପ୍ରଦେଶର ମୁରେନାରେ ରହୁଥିବା ଏହି କିନ୍ନରଙ୍କ ବିଷୟରେ ଜାଣିଲେ ଆପଣ ବି ସାବାସୀ ଦେବେ । କିନ୍ନରଙ୍କ ଏହିଭଳି ମଣିଷପଣିଆ ଦେଖି ଏବେ ସମସ୍ତେ ବାଃ ବାଃ କରୁଛନ୍ତି ।

ଏହି କିନ୍ନର ମାନେ ଜଣେ ବେସାହାରା ବୃଦ୍ଧ ମାଆଙ୍କ ଝିଅ ବାହାଘରରେ ଏକ ଗୁରୁତ୍ୱପୂର୍ଣ୍ଣ ରଶମ ନିଭାଇଛନ୍ତି । ଆଉ ବିବାହ ପରେ ସେହି ଝିଅଙ୍କ ପିଲା ଜନ୍ମ ହେବା ପରେ ମାମୁଁ ମାଇଁର ରଶମ ମଧ୍ୟ ନିଭାଇବା ସହ ଭଣଜାକୁ ଦାମୀ ଉପହାର ଦେଇଛନ୍ତି । ସୂଚନାନୁଯାୟୀ ଅମ୍ବାହର ପ୍ରତାପ କଲୋନୀରେ ରହୁଥିବା ଡୋଙ୍ଗର ସିଂ ଯାଦବଙ୍କ ମୃତ୍ୟୁ ଦୁଇ ବର୍ଷ ପୂର୍ବେ ହୋଇ ଯାଇଥିଲା । ସ୍ଵାମୀଙ୍କ ମୃତ୍ୟୁ ପରେ 60 ବର୍ଷୀୟ ପତ୍ନୀ ଚରଣଦେବୀ, ଝିଅ ପୁନମ ଓ ଦିବ୍ୟାଙ୍ଗ ପୁଅଙ୍କ ସାମ୍ନାରେ ବଡ ସଙ୍କଟ ଠିଆ ହୋଇଥିଲା ।

ସମ୍ପର୍କୀୟଙ୍କ ସହାୟତାରେ ଚରଣଦେବୀ ଝିଅର ବିବାହ ଗତବର୍ଷ ମାର୍ଚ୍ଚ ମାସରେ ଧାର୍ଯ୍ୟ କରିଥିଲେ । ପୁଅ ଦିବ୍ୟାଙ୍ଗ ହୋଇଥିବାରୁ “ଭାତ କି ରଶମ”କିଏ ନିଭାଇବା ବୋଲି ସେମାନେ ଚିନ୍ତାରେ ପଡି ଯାଇଥିଲେ । ସେପଟେ ଏହି ବିବାହ ଖବର ପାଇବା ପରେ ରାବିୟା କିନ୍ନର ତାଙ୍କ ଟିମ୍ ଙ୍କ ସହ ଯାଇ ସେଠାରେ ପହଞ୍ଚିଥିଲେ । କିନ୍ତୁ ଚରଣଦେବୀ ଯେତେବେଳେ ସେମାନଙ୍କ ଅସୁବିଧା କଥା ତାଙ୍କୁ ଜଣାଇଥିଲେ ରାବିୟା ନିଜେ ଭାଇ ହୋଇ ଏହି ରଶମ ନିଭାଇବାକୁ ନିଷ୍ପତ୍ତି ନେଇଥିଲେ ।

ଏହି ରଶମ ପୂରଣ କରିବା ପାଇଁ ରାବିୟା ଭାଇର କର୍ତ୍ତବ୍ୟ ତୁଲାଇ ହଜାରରୁ ଅଧିକ ଟଙ୍କା ପୁନମଙ୍କ ଶ୍ଵଶୁର ଘରକୁ ପଠାଇଥିଲେ । ବିବାହ ପରେ ପୁନମ ନିଜ ଶ୍ଵଶୁର ଘରେ ଖୁସିରେ ରହିବାକୁ ଲାଗିଲେ । କିଛିଦିନ ପରେ ଯେତେବେଳେ ପୁନମଙ୍କ ପିଲା ଜନ୍ମ ହେବା ଖବର ରାବିୟା ଜାଣିବାକୁ ପାଇଲେ ସେ ଯାଇ ପୁଣି ଥରେ ଭାଇର କର୍ତ୍ତବ୍ୟ ନିଭାଇଥିଲେ ।

ରାବିୟା କିନ୍ନର ଓ ତାଙ୍କ ସାଥି କିନ୍ନର ମାନେ ମିଶି ଭଣଜା ପାଇଁ ସାମାଜିକ ରଶମ ପୂରଣ କରିଥିଲେ । ସେମାନେ “ପଚ୍” ଅର୍ଥାତ ପିଲା ଜନ୍ମ ହେବା ପରେ ବାପଘର ତରଫରୁ ଦିଆ ଯାଉଥିବା ଜିନିଷର ରଶମ ନିଭାଇଛନ୍ତି । କିନ୍ନର ନିଜ ସାଥିମାନଙ୍କ ସହଯୋଗରେ ପ୍ରାୟ ୬୦ ରୁ ୭୦ ହଜାର ଟଙ୍କାର ରଶମ ଜିନିଷ ଚରଣଦେବୀଙ୍କୁ ଦେଇଛନ୍ତି ।

ଯେପରି ସେ ଝିଅର ଶାଶୁଘର ଯାଇ ସେହି ସବୁ ସାମଗ୍ରୀ ତାଙ୍କୁ ଦେଇପାରିବେ । କିନ୍ନରମାନଙ୍କ ଏହିପରି ସାହାଯ୍ୟ ମନୋଭାବକୁ ଲୋକମାନେ ମଣିଷପଣିଆର ଏକ ମିଶାଲ ବୋଲି କହୁଛନ୍ତି । ଲୋକମାନେ ଏହି କିନ୍ନରଙ୍କ ପ୍ରଶଂସା କରିବା ସହ ସେମାନଙ୍କୁ ହୃଦୟର ସହ ପ୍ରାର୍ଥନା ମଧ୍ୟ ଦେଉଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।