ତିନିଦିନ ଧରି ପାହାଡ ମଝିରେ ଫସି ରହିଥିଲେ ଯୁବକ, ଏମିତି ଉଦ୍ଧାର କଲେ ଭାରତୀୟ ସେନା ଦେଖିଲେ ଆପଣ ବି କରିବେ ସଲାମ !

ସାହାସୀ ଭାରତୀୟ ସେନାକୁ ଶତ ପ୍ରମାଣ । ଦେବଦୂତ ହୋଇ କାଶୀ ମୃତ୍ୟୁମୁଖରୁଜୀବନ ବଞ୍ଚାଇଲେ । ଆଉ ତା’ପରେ ଭାରତୀୟ ସେନା ଜିନ୍ଦାବାଦ ନାରାରେ ସାରା ଅଞ୍ଚଳ ପ୍ରକମ୍ପିତ ହୋଇ ଉଠିଥିଲା । ଏମାନେ ନଥିଲେ ହୁଏତ ମୃତ୍ୟୁ ପଞ୍ଝାରୁ ମୁକୁଳିବା ସମ୍ଭବ ହୋଇ ନଥାନ୍ତା । ଏହି ବୀର ଯବାନମାନେ ପୁଣି ଥରେ ମୃତ୍ୟୁମୁଖରେ ଫସି ରହିଥିବା ଯୁବକଙ୍କ ଜୀବନ ବଞ୍ଚାଇ ଦେଶବାସୀଙ୍କ ମନ ଜିଣିଛନ୍ତି । କେରଳରୁ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ।

କେରଳର ମାଲମପୁଜା ପାହାଡରେ ଗତ ତିନିଦିନ ହେବ ଫସି ରହିଥିବା ଯୁବକ ଆର. ବାବୁଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବାରେ ସଫଳ ହୋଇଛନ୍ତି ଭାରତୀୟ ଯବାନ । ଘଟଣାଟି ହେଉଛି କେରଳର ଏହି ମାଲମପୂଜା ପାହାଡକୁ ନିଜ ଦୁଇ ସାଥିଙ୍କ ଟ୍ରେକିଙ୍ଗ କରିବାକୁ ଯାଇଥିଲେ ଆର ବାବୁ । କିନ୍ତୁ ଶିଖରରେ ପହଞ୍ଚିବା ପୂର୍ବରୁ ସେଠାରୁ ଫେରି ଆସିବାକୁ ନିଷ୍ପତ୍ତି ନେଇଥିଲେ ଅନ୍ୟ ଦୁଇ ସାଥି । ଆର ବାବୁ କିନ୍ତୁ ଶିଖରକୁ ଚଢିଥିଲେ ଏବେ ସେଠାରୁ ଓହ୍ଲାଇବା ବେଳେ ସେ ଖସି ପଡିଥିଲେ ।

କିନ୍ତୁ ସୌଭାଗ୍ୟବଶତଃ ସେ ପାହାଡର ଦୁଇ ଚଟାଣ ମଝିରେ ଫସି ରହିଥିଲେ । ଏନେଇ ସେ ନିଜ ସାଥିଙ୍କୁ ଜଣାଇଥିଲେ । ସେମାନେ ଆସି ସ୍ଥାନୀୟ ଅଞ୍ଚଳରେ ଖବର ଦେବା ପରେ ସେଟାକୁ ଏନଡ଼ିଆରଏଫ ଟିମ୍ ଉଦ୍ଧାର ପାଇଁ ଆସିଥିଲେ ମଧ୍ୟ ସେ ସ୍ଥାନ ଅତି ଅତି ତୀକ୍ଷ ଏବଂ ଅଣଓସାରିଆ ହୋଇଥିବାରୁ ତାଙ୍କୁ ସେଠାରୁ ଉଦ୍ଧାର କରିବା ମଧ୍ୟ ସମ୍ଭବ ହୋଇ ନଥିଲା । ଇତିମଧ୍ୟରେ ଦୁଇଦିନ ବିତି ଯାଇଥିଲା ।

ବଞ୍ଚିବାର ସବୁ ଆଶା ସରି ଆସୁଥିବା ବେଳେ କେରଳର ମୁଖ୍ୟମନ୍ତ୍ରୀ ବିପଦର ସାଥି ଭାରତୀୟ ଯବାନଙ୍କୁ ଏହି ଉଦ୍ଧାର କାର୍ଯ୍ୟ ପାଇଁ ଲୋଡିଥିଲେ । ବ୍ୟାଙ୍ଗାଲୋର ଓ ଓଲିଂଟନର ବଛାବଛା ବାୟୁ ଏବଂ ସ୍ଥଳ ସେନା ଏହି ଉଦ୍ଧାର ଅପରେସନ ପାଇଁ ବାହାରିଥିଲେ । ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହେବା ପରେ ଆରମ୍ଭ ହୋଇଥିଲା ଉଦ୍ଧାର କାର୍ଯ୍ୟ । ଅତ୍ୟାଧୁନିକ ସରଞ୍ଜାମ ଓ ଦଉଡି ବଳରେ ପାହାଡ ଉପରକୁ ଚଢି ଆର ବାବୁଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଥଲେ ସେନା ।

ତାଙ୍କୁ ନୂଆ ଜୀବନ ଦେଇଥିବା ବୀର ଯବାନଙ୍କୁ କିଭଳି ଧନ୍ୟବାଦ ଦେବେ ତାହା ଜାଣିପାରୁ ନଥିଲେ ଆର ବାବୁ । ଶେଷରେ ଭାରତୀୟ ସେନା ଜିନ୍ଦାବାଦ ନାରାରେ ପୁରା ଅଞ୍ଚଳ କମ୍ପି ଉଠିଥିଲା । ଖୁସିରେ ସେ ଯବାନ ମାନଙ୍କୁ ଚୁମ୍ବନ ମଧ୍ୟ ଦେଇ ପକାଇଥିଲେ । ଆପଣଙ୍କୁ ଏହି ଯୁବକଙ୍କ ଉଦ୍ଧାର ପରର ଦୃଶ୍ୟ ଦେଖି କେମିତି ଲାଗିଲା ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।