ଭାରତ ବର୍ଷ ଏକ ଏମତି ଦେଶ ଅଟେ ଯେଉଁଠି ମହିଳାମାନଙ୍କୁ ଅଭିଶାପ ବୋଲି ଜଣା ଯାଇଥାଏ, ତାଙ୍କ ସହିତ ଖରାପ ବ୍ୟବହାର ବି ହୋଇଥାଏ ଓ ଦେବୀ କରି ପୂଜା ବି କରାଯାଏ । ଏଠି କିଛି ବି ସମ୍ଭବ ଅଟେ । ଏଠି ଘରେ ରହୁଥିବା ସ୍ତ୍ରୀମାନଙ୍କୁ ଲକ୍ଷ୍ମୀଙ୍କର ରୂପ କୁହାଯାଏ । ଆଜି ଆମେ ଆପଣଙ୍କୁ କହିବୁ ମହିଳାମାନଙ୍କ ସହ ଜଡିତ କିଛି କଥା ଯାହା ଭାଗ୍ୟଶାଳୀ ମହିଳା ହେବାର ଚିହ୍ନ ହୋଇଥାଏ, କଣ ଆପଣଙ୍କ ଘରେ ଏହିଭଳି ମହିଳା ଅଛନ୍ତି ?
ଏହା ହୋଇଥାଏ ଭାଗ୍ୟଶାଳୀ ମହିଳାମାନଙ୍କର ଚିହ୍ନ
ମହିଳାମାନଙ୍କୁ ଦେବୀ ବୋଲି କୁହାଯାଏ । କିନ୍ତୁ ସମୁଦ୍ରଶାସ୍ତ୍ର ଅନୁସାରେ ମହିଳା ହିଁ ଘରେ ସୁଖ – ସମୃଦ୍ଧି ଓ ବୈଭବର କାରଣ ହୋଇଥାନ୍ତି । ସମୁଦ୍ର ଶାସ୍ତ୍ରରେ ମହିଳାମାନଙ୍କର କିଛି ଚିହ୍ନ ବିଷୟରେ କୁହାଯାଇଛି ଯାହା କି ତାଙ୍କ ସ୍ଵାମୀଙ୍କର ଉଜ୍ଜ୍ଵଳ ଭବିଷ୍ୟତର କାରଣ ହୋଇଥାଏ ।
ବଡ ଆଖି
ସମୁଦ୍ର ଶାସ୍ତ୍ର ଅନୁସାରେ ବଡ ବଡ ଆଖି ଥିବା ମହିଳାମାନେ ସ୍ଵଭାବରେ ବହୁତ ଚଞ୍ଚଳ ହୋଇଥାନ୍ତି । ଯିଏକି ନିଜର ଶଶୁରଘରକୁ ସୁଖମୟ ପରିବେଶ କରି ରଖିଥାନ୍ତି । ଏମାନେ କେବଳ ପରିବାରକୁ ନୁହେଁ ନିଜର ସ୍ଵାମୀଙ୍କୁ ବି ଖୁସିରେ ରଖିବା ଜାଣିଥାନ୍ତି ।
ଲାଲ ଜିଭ
କୋମଳ, ଲାଲ ଜିଭ ବାଲି ଝିଅମାନେ ଶଶୁର ଘରେ ନିଜର ମହାନତା ପାଇଁ ରାଜ କରିଥାନ୍ତି । ନିଜ ସ୍ଵଭାବ କାରଣରୁ ସେମାନେ ପରିବାର ଲୋକମାନଙ୍କର ହୃଦୟ ଜିତି ନିଅନ୍ତି । ଏତିକି ନୁହେଁ ଏହିଭଳି ମହିଳାମାନେ ପରିବାରର ପୁରା ଧ୍ୟାନ ବି ରଖନ୍ତି ।
ଲମ୍ବା ହାତ
ଲମ୍ବା, ପତଳା ଓ ସିଧା ହାତ ଥିବା ମହିଳାମାନେ ବି ନିଜ ସ୍ଵାମୀଙ୍କୁ ବହୁତ ଭଲ ପାଆନ୍ତି । ଏତିକି ନୁହେଁ ଶଶୁର ଘର ବି ଏମାନଙ୍କୁ ପ୍ରେମ ଓ ସମ୍ମାନ ଦିଅନ୍ତି ।
ଫ୍ଲାଟ ତଳିପାଦ
ଏମିତି କୁହାଯାଏ କି ଫ୍ଲାଟ ତଳିପାଦ ଥିବା ମହିଳାମାନେ ନିଜର ବାପଘର ସହିତ ଶଶୁର ଘରେ ବି ଲକି ହୋଇଥାନ୍ତି । ଏମାନେ ପରିବାରକୁ ଏକାଠି ନେଇ ଚଳନ୍ତି ।
ନାକ ଉପରେ କଳାଜାଇ ଥିବା
ଯେଉଁ ଝିଅମାନଙ୍କ ନାକ ଉପରେ କିମ୍ବା ଆଖପାଖରେ କଳାଜାଇ ଥାଏ, ସେମାନେ ସୁଖ ପ୍ରାପ୍ତ କରିଥାନ୍ତି । ଏହି କଳାଜାଇ, ମହିଳାମାନଙ୍କ ଜୀବନରେ ପ୍ରଚୁର ଧନ –ସମ୍ପତି ପ୍ରାପ୍ତିର ଚିହ୍ନ ହୋଇଥାଏ ।
ଉପରକୁ ଉଠିଥିବା ଆଙ୍ଗୁଠି
ଯଦି କୌଣସି ମହିଳାର ଆଙ୍ଗୁଠି ଗୋଲ, ଉପରକୁ ଉଠିଛି ଓ ଲାଲ ହୋଇଥାଏ ତେବେ ସେ ପରିବାର ପାଇଁ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି । ଏମିତି କୁହାଯାଏ କି ଏହିଭଳି ମହିଳାମାନେ ନିଜ ସ୍ଵାମୀ ଓ ପରିବାର ପ୍ରତି ସମର୍ପିତ ହୋଇଥାନ୍ତି ।
ଗୋଲାକାର ଗୋଇଠି ଥିବା
କୋମଳ ଓ ଗୋଲାକାର ଗୋଇଠି ଥିବା ମହିଳାମାନେ ନିଜ ସହିତ ସୁଖ ଓ ସମୃଦ୍ଧି ନେଇ ଆସିଥାନ୍ତି । ଏମାନଙ୍କର ପରିବାର ସବୁବେଳେ ଖୁସିରେ ରହିଥାଏ ଓ ଏମାନଙ୍କୁ ଧନର ଅସୁବିଧା ହୁଏ ନାହିଁ ।
ତଳିପାଦରେ ଚକ୍ର କିମ୍ବା ଶଙ୍ଖ
କିଛି ଝିଅମାନଙ୍କର ଗୋଡର ତଳିପାଦ କୋମଳ, ଚକ୍ର ଓ ଶଙ୍ଖର ଚିହ୍ନ ଥାଏ । ଏହା ବହୁତ କମ ଝିଅ ହୋଇଥାନ୍ତି କିନ୍ତୁ ଏମାନେ ବହୁତ ଭାଗ୍ୟଶାଳି ହୋଇଥାନ୍ତି । ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।